-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
14-Jul-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର (୧) ସକ୍ଷମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ l କେନ୍ଦ୍ର ପରିଦର୍ଶନ ସମୟରେ ଲୋଇସିଂହା ବ୍ଲକ ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ରଜନୀରାଣୀ ମେହେର ଓ ସୁପରଭାଇଜର ଶ୍ରୀମତୀ ବିନନ୍ଦା ମିଶ୍ର, ଅଙ୍ଗନୱାଡି କର୍ମୀ ରୋଜାଲିନ ପଧାନ, ସହାୟିକା, ମାତୃମଣ୍ଡଳୀ,ଗ୍ରାମ ର ଭଦ୍ର ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ l ଏ ଅବସର ରେ ସ୍ୱାସ୍ଥ୍ୟମନ୍ତ୍ରୀ ସକ୍ଷମ ଅଙ୍ଗନୱାଡି ସମ୍ବନ୍ଧରେ ଉପସ୍ଥିତ ମାତୃମଣ୍ଡଳୀ ଏବଂ ଗ୍ରାମବାସୀ ଙ୍କୁ ସୂଚନା ଦେବା ସହ ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ହେଉଥିବା ମା ଓ ଶିଶୁ ର ବିକାଶ ତଥା ସ୍ବାସ୍ଥ୍ୟ, ଖାଦ୍ୟ ଓ ପରିବେଶ ଉପରେ ଉପସ୍ଥିତ ମା ମାନଙ୍କୁ ଠାରୁ ପଚାରି ବୁଝିଥିଲେ l ବର୍ତ୍ତମାନ ଜୁଲାଇ ଏକ ତାରିଖ ରୁ ପଚିଶ ତାରିଖ ପର୍ଯ୍ୟନ୍ତ ସବୁ ଅଙ୍ଗନୱାଡି କେନ୍ଦ୍ର ରେ ଓଜନ ଉତ୍ସବ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀ ରେ ସ୍ୱାସ୍ଥ୍ୟମନ୍ତ୍ରୀ ଶିଶୁ ମାନଙ୍କ ପୋଷଣ ସ୍ଥିତି ଓଜନ ଓ ଉଚ୍ଚତା ମାପ ପ୍ରକ୍ରିୟା ର ସମୀକ୍ଷା କରିବା ସହ ଶିଶୁ ମାନଙ୍କ ସଠିକ ଯତ୍ନ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ପୋଷଣ ର ଗୁଣବତ୍ତା ସୁନିଶ୍ଚିତ କରିବା ଦିଗରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ଶେଷରେ ମନ୍ତ୍ରୀ ଅଙ୍ଗନୱାଡି କେନ୍ଦ୍ର ର ସମସ୍ତ ଶିଶୁ ଙ୍କୁ ଚକୋଲେଟ ଓ ବିସ୍କୁଟ ବଣ୍ଟନ କରିଥିଲେ l