-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
14-Jul-2026
ବଲାଙ୍ଗୀର/ ବଲାଙ୍ଗୀର ପୌରପରିଷଦ ତରଫରୁ ହୋଇଥିବା ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ସଂର୍ପକରେ ନାଗରିକ କମିଟି ଦେଇଥିବା ବିବୃତି ଉପରେ ବିଭିନ୍ନ ଖବରକାଗଜରେ ଗୋଟିଏ ନିଦ୍ଦିଷ୍ଟ ରାଜନୈତିକ ଦଳ ଆଶଙ୍କା ପ୍ରକାଶ କରିଛି। ଆମେ ଜଣାଇ ଦେବାପାଇଁ ଚାହୁଁ ଯେ ନାଗରିକ କମିଟି କୌଣସି ରାଜନୈତିକ ସଂସ୍ଥା ନୁହେଁ। ଏଥିରେ ଜାତି, ଧର୍ମ, ବର୍ଣ୍ଣ ତଥା ସମସ୍ତ ରାଜନୈତିକ ଦଳର ଜ୍ଞାନୀଗୁଣୀ ବ୍ୟକ୍ତି ବିଶେଷ ସଦସ୍ୟ ଅଛନ୍ତି । ବଲାଙ୍ଗିରର ଏହା ଏକ ମର୍ଯ୍ୟାଦାଜନକ ସଂସ୍ଥା ଏବଂ ସରକାରଙ୍କ ଠାରେ ଚାପ ସୃଷ୍ଟି କରି ବଲାଙ୍ଗୀରର ଉନ୍ନତି କରିବା ଏହାର ଲକ୍ଷ୍ୟ। ପୁନଶ୍ଚ ଲୋକଙ୍କ ସହ ନିକଟତର ହୋଇ ଭଲକୁ ଭଲ ଖରାପକୁ ଖରାପ କହି ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ଆମର କାମ । ତେବେ ଆମେ ଅନେକ ବନ୍ଧ ପୋଖରି ପଙ୍କୋଦ୍ଧାର ସମୟରେ ବୁଲିଛୁ, ଲୋକଙ୍କ ସହ କଥାବାର୍ତ୍ତା କରିଛୁ ଏବଂ ଯାହା ଦେଖିଛୁ ଯାହା ଶୁଣିଛୁ ତାର ଉପରେ ମନ୍ତବ୍ୟ ରଖିଛୁ। ଆମେ ସବୁ ଦଳର ରାଜନୈତିକ ନେତୃବୃନ୍ଦଙ୍କୁ ସମାନ ଆଖିରେ ଦେଖୁଛୁ ଏବଂ କାହାକୁ ଅସମ୍ମାନ କରୁନାହୁଁ। କିନ୍ତୁ ସତ କଥା କହିବାରେ ପଛଘୁଞ୍ଚା ଦେବୁନାହିଁ। ଏଥିରେ ଆମକୁ ରାଜନୀତିର ଉର୍ଦ୍ଧରେ ରଖି ବଲାଙ୍ଗିରର ଉନ୍ନତି କରିବାପାଇଁ ସୁଯୋଗ ଦିଅନ୍ତୁ ବୋଲି ପ୍ରେସ୍ ବିବୃତି ମାଧ୍ୟମରେ ନାଗରିକ କମିଟୀ ସଭାପତି ଡ. ଶ୍ରୀକର ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି।