-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||     

HOME   ଜିଲ୍ଲା

ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍

13-Jul-2026



 ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର):  ଗତ ୧୦ତାରିଖ ରାତିରେ ସମଲେଇଚୁଆଁ ଗ୍ରାମର ସ୍ବରୁପ ପାଣ୍ଡେ (୨୭) ଓରଫ୍ ବବୁନ କୁ ଅତି ନିର୍ମମ ଭାବରେ ହତ୍ୟା କରି ପାଣ୍ଡିରିଡୁଙ୍ଗୁରି ବୁଦା ଭିତରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା। କିନ୍ତୁ ଡୁଙ୍ଗୁରିପାଲି ପୁଲିସର ଉଦ୍ୟମରେ ୨୪ ଘଂଟା ମଧ୍ୟରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆଜି ଡୁଙ୍ଗୁରିପାଲି ଥାନା ପରିସରରେ ସୁବର୍ଣ୍ଣପୁର ଏସ.ପି ନାରାୟଣ ନାୟକ ଏକ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ହତ୍ୟାକାଣ୍ଡର ସବିଶେଷ ଘଟଣା ପ୍ରକାଶ କରିଛନ୍ତି। ସାଲେପାଲି-ଅଇଁଲାସାରୀ ରାସ୍ତା କଡରେ ଥ‌ିବା ପାଙ୍କେଲ ଗ୍ରାମକୁ ପାଣ୍ଡିରିଡୁଙ୍ଗୁରି ଧର୍ସା ରାସ୍ତା ରହିଛି। ଉକ୍ତ ରାସ୍ତା ବୁଦା ମଧ୍ୟରେ ଏକ ମୃତଦେହ ପଡିଥିବା ଓ ଏହା ସମଲେଇ ଚୁଆଁ ଲେଇଚୁଆ ଗ୍ରାମର ଅଷାଢୁ ପାଣ୍ଡେଙ୍କୁ ପୁଅ ସ୍ବରୂପ କୁମାର ପାଣ୍ଡେ ବୋଲି ଜାଣି ଜଣେ ଯୁବକ ଅଷାଢୁଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ଅଷାଢ଼ୁ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଚିହ୍ନି ପାରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ଘଟଣାସ୍ଥଳରେ ପହଞ୍ଚି ସବ୍‌ଇନ୍ସପେକ୍ଟର ଆଶିଷ କୁମାର ଧଳ ଙ୍କୁ ଦାୟିତ୍ବ ଦେଇଥିଲେ। ପୂର୍ବରୁ କେତେକ ଯୁବକଙ୍କ ସହିତ ସ୍ବରୂପର ଶତୃତା ରହିଥିଲା। ସେମାନଙ୍କୁ ଆଣି ପଚରାଉଚୁରା ପରେ ସତକଥା ଜଣା ପଡିଥିଲା। ସ୍ୱରୁପ ସାଲେପାଲି ନିକଟରେ ଏକ କୁକୁଡା ଦୋକାନରେ ବସିଥିବା ବେଳେ ଏହି ୫ ଅଭିଯୁକ୍ତ ତାକୁ ଦେଖିଥିଲେ। ତାକୁ ରାସ୍ତାକୁ ଡାକି ଆଣି ସେଠାରେ ବାଡିରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ଗୋଟିଏ ବାଇକରେ ବସାଇ ପାଙ୍କେଲ ରାସ୍ତାର ପାଣ୍ଡିରିଡୁଙ୍ଗୁରିକୁ ନେଇ ସେଠାରେ ଖଣ୍ଡା ଓ ଛୁରୀରେ ଆକ୍ରମଣ କରିଥିଲେ। ମରିଯିବା ପରେ ସେଠାରେ ମୃତଦେହକୁ ପକାଇ ଦେଇ ଫେରାର ମାରିଥିଲେ। ହତ୍ୟା କରିଥିବା ସମସ୍ତ ଅଭିଯୁକ୍ତ ପୁଲିସ ନିକଟରେ ଦୋଷ ସ୍ବୀକାର କରିଥିଲେ। ୫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ହେଲେ ପାଙ୍କେଲ ଗ୍ରାମର ସେଲୁ ଆଡବାଙ୍କ ଙ୍କ ପୁଅ ଗିରି ଆଡବାଙ୍କ(୨୫) ଓ ଅନ୍ୟଜଣେ ଉକ୍ତ ଗ୍ରାମର ପ୍ରସାଦୀ ଆଡବାଙ୍କ ଙ୍କ ପୁଅ ଗୋପାଳ ଆଡବାଙ୍କ(୨୨), ଲଙ୍ଗଲକଟା ଗ୍ରାମର ଗ୍ରାମ  ରାଞ୍ଜି ମଲ୍ଲିକଙ୍କ ପୁଅ ତୁଷାର ମଲ୍ଲିକ(୨୩)। ତୁଷାର ମଲ୍ଲିକ ଘଟଣାରେ ମାଷ୍ଟରମାଇଣ୍ଡ୍ ବୋଲି ପୁଲିସ କହିଛି । ଉକ୍ତ ଘଟଣାରେ ସୋନପୁର ସନ୍ଧାନୀ କୁକୁର, ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ର ମଧ୍ୟ ସହଯୋଗ ନିଆଯାଇଥିଲା। ମୃତ ସ୍ବରୂପଙ୍କ ସହିତ ଏମାନଙ୍କ ପୂର୍ବ ଶତୃତା ରହିଥିଲା। ସ୍ବରୂପଙ୍କ ନାମରେ ଡୁଙ୍ଗୁରିପାଲି ଥାନାରେ ଆଗରୁ ଅଭିଯୋଗ ମଧ୍ୟ ରହିଛି । ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଓ ଆଖପାଖ ଗ୍ରାମର ବ୍ୟକ୍ତିଙ୍କ ହାତ ରହିଥ‌ିବା ଗତ ୧୨ ତାରିଖ ସମାଜରେ ଖବର ପ୍ରକାଶ ପାଇଥିଲା। ସତକୁ ସତ ଏଥିରେ ୨ ନାବାଳକ ବାଳକ ସମେତ ସମେତ ମୋଟ ୫ଜଣଙ୍କୁ ଗିରଫ କରିଥିବା ସମସ୍ତ ଅଭିଯୁକ୍ତ ୩/ ୪ କିଲୋମିଟର ଦୂର ଗ୍ରାମ ଗୁଡିକର ବୋଲି ଜଣାପଡିଛି । । ଡୁଙ୍ଗୁରିପାଲି ଥାନା କେସ ନଂ.୧୭୦/ ୨୬ରେ ମାମଲା ରୁଜୁ ହୋଇ ଆଜି ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ, ଉପଖଣ୍ଡ ପୁଲିସ ଅଧିକାରୀ କଲ୍ୟାଣୀ ବେହେରା ଉପସ୍ଥିତ ଥିଲେ । ଅଭିଯୁକ୍ତମାନଙ୍କଠାରୁ ୩ଟି ଠେଙ୍ଗା, ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, ୫ ଟି ମୋବାଇଲ, ୨ଟି ବାଇକ ଜବତ କରାଯାଇ ଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026

You Might Also Like