-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||     

HOME   ଜିଲ୍ଲା

କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ

12-Jul-2026



(ଚିନ୍ତାମଣି  ନେତାମ )
ନୂଆପଡ଼ା ଜିଲ୍ଲା ଯାଦବ ସମାଜ ପକ୍ଷରୁ ରବିବାର କୋମନା ସାପ୍ତାହିକ ବଜାର ପଡ଼ିଆସ୍ଥିତ କଲ୍ୟାଣ ମଣ୍ଡପରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ, ବିଜ୍ଞାପିତ ଅଞ୍ଚଳ ଏବଂ ସ୍ଥାନୀୟ ଯାଦବ ସମାଜର ସଭାପତି, କର୍ମକର୍ତ୍ତା, ସାମାଜିକ କର୍ମୀ ଓ ବହୁ ସଂଖ୍ୟକ ସଦସ୍ୟ ଯୋଗଦେଇ ସମାଜର ସାଙ୍ଗଠନିକ ବିକାଶ, ଶିକ୍ଷାର ପ୍ରସାର, ସାମାଜିକ ନ୍ୟାୟ, କୃଷିର ଉନ୍ନତି ଓ ଯୁବପିଢ଼ୀଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଜିଲ୍ଲା ଯାଦବ ସମାଜର ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ପୁଞ୍ଜି କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଦେବପୂଜନ ପରେ ସଭାପତି ଶ୍ରୀଯୁକ୍ତ ଭରତ ଲାଲ ରାଉତ ଉଦ୍ଦେଶ୍ୟ ଜ୍ଞାପନ କରି ସମାଜର ଏକତା, ଶିକ୍ଷା ଓ ସଂଗଠନର ଶକ୍ତିକୁ ସମୟର ଆବଶ୍ୟକତା ବୋଲି କହିଥିଲେ।
ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ମହାସଚିବ, ବଲାଙ୍ଗୀର ଜିଲ୍ଲା ଯାଦବ ସମାଜର ସଭାପତି ଏବଂ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଯୋଗଦେଇ କହିଥିଲେ ଯେ ସମାଜର ପ୍ରତ୍ୟେକ ପରିବାର ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଯୁବପିଢ଼ୀଙ୍କୁ ସଂଗଠନ ସହ ଯୋଡ଼ିବା ଆବଶ୍ୟକ। ଶିକ୍ଷିତ, ସଂଗଠିତ ଓ ସଚେତନ ସମାଜ ହିଁ ଉନ୍ନତ ସମାଜର ପରିଚୟ ବୋଲି ସେ କହିଥିଲେ।
ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ସମାଜର ଇତିହାସ, ପରମ୍ପରା ଓ ସଂଗଠନର ଭୂମିକା ଉପରେ ଆଲୋକପାତ କରି ସମସ୍ତଙ୍କୁ ମତଭେଦ ଭୁଲି ସମାଜର ବିକାଶ ପାଇଁ ଏକାଠି କାମ କରିବାକୁ ଆହ୍ୱାନ ଜଣାଇଥିଲେ।
ବିଶିଷ୍ଟ ଅତିଥି ଭାବେ ଶ୍ରୀଯୁକ୍ତ ହରେରାମ କଠାର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର,  ତ୍ରିଲୋଚନ ନାଗ,  ଚଞ୍ଚଳ ସଗରିଆ, କୃଷିବିତ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାଗ, ସିନାପାଲି ବ୍ଲକ ଯାଦବ ସମାଜ ସଭାପତି ଲିଙ୍ଗରାଜ ଘିଭେଲା, କପିଳେନ୍ଦ୍ର ଭୋଇ,, ଡକ୍ଟର ଅର୍ଜୁନ ବାଗ , , ରାମଲାଲ ହଂସ,  ,ସନ୍ତୋଷ ନିଆଲ, କ୍ଷମା ସିଂ ନିଆଲ,   କୀର୍ତନ ପୋଡ଼,  ନିତ୍ୟାନନ୍ଦ କଟା,ଶ୍ରୀମତୀ ହେମଲତା  ନିଆଲ, ରାମ ଚନ୍ଦ୍ର କଟା, ଗଣେଶ ପୋଡ଼, କାର୍ତିକ ବାଗ, କୈଳାସ ବାଗ ଏବଂ ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ କୃଷି, ଶିକ୍ଷା, ସ୍ୱାବଲମ୍ବନ, ସାମାଜିକ ନ୍ୟାୟ, ମହିଳାଙ୍କ ଅଂଶଗ୍ରହଣ, ଯୁବଶକ୍ତିର ବିକାଶ ଏବଂ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। କୃଷିବିତ କୃଷ୍ଣଚନ୍ଦ୍ର ନାଗ ଆଧୁନିକ କୃଷି ପ୍ରଣାଳୀ ଓ ଉତ୍ପାଦନ ବୃଦ୍ଧି ସମ୍ପର୍କରେ କୃଷକମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ।
ସିନାପାଲି ବ୍ଲକ ଯାଦବ ସମାଜର ସଭାପତି ଲିଙ୍ଗରାଜ ଘିଭେଲାଙ୍କ ଓଜସ୍ୱୀ, ଯୁକ୍ତିପୂର୍ଣ୍ଣ ଓ ପ୍ରେରଣାଦାୟକ ଅଭିଭାଷଣ ସଭାର ଅନ୍ୟତମ ଆକର୍ଷଣ ପାଲଟିଥିଲା। ସମାଜର ଏକତା, ସଂଗଠନର ସୁଦୃଢ଼ୀକରଣ ଏବଂ ଯୁବପିଢ଼ୀଙ୍କ ଦାୟିତ୍ୱବୋଧ ଉପରେ ତାଙ୍କର ସ୍ପଷ୍ଟ ବକ୍ତବ୍ୟ ଉପସ୍ଥିତ ସଦସ୍ୟଙ୍କୁ ବେଶ ପ୍ରଭାବିତ କରିଥିଲା। ତାଙ୍କ ଉଦ୍ବୋଧନ ପରେ ସଭାସ୍ଥଳୀ କରତାଳିରେ ବାରମ୍ବାର ଗୁଞ୍ଜରିତ ହୋଇଉଠିଥିଲା।
ପରିଶେଷରେ ସଭାପତି ଭରତ ଲାଲ ରାଉତ ବୈଠକର ସମୀକ୍ଷା କରି ବିଭିନ୍ନ ସାଙ୍ଗଠନିକ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ବିଶିଷ୍ଟ ଅତିଥି ଓ ସମାଜର ବରିଷ୍ଠ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ପ୍ରଚାର ପ୍ରସାର ସଂଯୋଜକ କୁନୁ କରିଆଁ ଧନ୍ୟବାଦ ଅର୍ପଣ କରିଥିବାବେଳେ  କୈଳାଶ ବାଗ, ତୋଫାନ ନିଆଲ, ବଳମତ ବାଗ, ଦିବାକର ସଗରିଆ, ଠାକୁର ନାଗ, ସୁରେଶ ବାଗ, ଜଗଦୀଶ ନାଗ ଓ ହେମନ୍ତ କଟାଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   06-Sep-2026
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026

You Might Also Like