-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଗାନ୍ଧୀନଗର (ପ୍ରେରଣା ଖବର) କରୋନା ମହାମାରୀ ଯୋଗୁଁ ପାଖାପାଖି ୧୧ ମାସ ହେଲା ବନ୍ଦ ରହିଥିବା ସ୍କୁଲ କଲେଜ ଧୀରେ ଧୀରେ ଖୋଲିବାରେ ଲାଗିଛି। ଇତି ମଧ୍ୟରେ ଗୁଜରାଟର ଏକ ବିଶ୍ୱ ବିଦ୍ୟାଳୟର ସର୍କୁଲାର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ସର୍କୁଲାରରେ କୁହାଯାଇଛି ଯେ ଯେଉଁ ଯୁବତୀମାନଙ୍କର ଅତିକମ ଜଣେ ହେଲେ ବଏଫ୍ରେଣ୍ଡ ଥିବ କେବଳ ସେମାନଙ୍କୁ ହିଁ କଲେଜରେ ଏଣ୍ଟ୍ରି ମିଳିବ। ମାମଲା ସମ୍ପର୍କରେ ସୂଚନା ପାଇବା ପରେ ବିଶ୍ୱ ବିଦ୍ୟାଳୟରେ ହଇଚଇ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଛି।
ସୂଚନା ଅନୁଯାୟୀ, ଏହି ସର୍କୁଲାର ବଡୋଦରାର ମହାରାଜା ସୟାଜିରାବ ବିଶ୍ୱ ବିଦ୍ୟାଳୟ ନାଁରେ ଭାଇରାଲ ହେଉଛି। ଏହି ସର୍କୁଲାରରେ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭାଲେଣ୍ଟାଇନ ସପ୍ତାହରେ ପ୍ରେମୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କଥିତ ସର୍କୁଲାରରେ କୁହାଯାଇଛି ଯେ ବଏଫ୍ରେଣ୍ଡ ବିନା କଲେଜରେ ପ୍ରବେଶ କରିବାକୁ ଅନୁମତି ଦିଆଯିବନାହିଁ।ଏହି ସର୍କୁଲାରର ଶୀର୍ଷକ ହେଉଛି ମହାରାଜା ସୟାଜିରାବ ବିଶ୍ୱ ବିଦ୍ୟାଳୟରେ ପଢ଼ୁଥିବା ଯୁବତୀଙ୍କ ପାଇଁ ପରିଚୟ ପତ୍ର। ଏଥିରେ ଲେଖାଯାଇଛି ଯେଉଁ ଯୁବତୀମାନେ କଲେଜ ଆସିବାକୁ ଚାହୁଁଛନ୍ତି ଫେବୃଆରୀ ୭ ତାରିଖ ସୁଦ୍ଧା ସେମାନଙ୍କର ଅତିକମରେ ଜଣେ ପ୍ରେମୀ ଥିବା ଦରକାର। ଏହାର ଉଦ୍ଦେଶ୍ୟ ଯୁବତୀମାନଙ୍କର ସୁରକ୍ଷା ବୋଲି କୁହାଯାଇଛି। ସର୍କୁଲାରରେ ଲେଖାଯାଇଛି ଯେ ଯୁବତୀମାନଙ୍କୁ କଲେଜ ପରିସରରେ ପ୍ରବେଶ କରିବାକୁ ଅନୁମତି ନାହିଁ। ଶ୍ରେଣୀଗୃହରେ ପ୍ରବେଶ କରିବା ପୂର୍ବରୁ ଛାତ୍ରୀଙ୍କୁ ପ୍ରମାଣ ଦେବାକୁ ହେବ ଯେ ତାଙ୍କର ବଏଫ୍ରେଣ୍ଡ ଅଛି।ଏହି ସର୍କୁଲାର ଭାଇରାଲ ହେବାପରେ ବିଶ୍ୱ ବିଦ୍ୟାଳୟ ପ୍ରଶାସନ ସତର୍କ ହୋଇଛି। ମାମଲାରେ ବଡୋଦରା ପୋଲିସ ଟ୍ୱିଟ କରି କହିଛି ଯେ ମହାରାଜା ସୟାଜିରାବ ବିଶ୍ୱ ବିଦ୍ୟାଳୟ ଯେଉଁ ସର୍କୁଲାର ଜାରି କରିଛି ତାହା ଫେକ।