-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
06-Jul-2026
ବଲାଙ୍ଗୀର /ପୁଇଁତଲା(ପ୍ରେରଣା ଖବର): ପୁଇଁତଲା ବ୍ଲକ ଏନ ଏଚ ରାସ୍ତା କଡ଼ କୁ ଲାଗି ଜଣେ ଅଣଓଡ଼ିଆ ବ୍ୟକ୍ତି ବେଆଇନ ଭାବରେ ଟ୍ରକ ଟ୍ରକ ମାଟି ପକାଇ କଚ୍ଚା ନାଳ କୁ ଅବରୋଧ କରଥିବା ଫଳରେ ଲଗାଣ ବର୍ଷା ଯୋଗୁଁ ଅନେକ ପରିବାର ଗୃହ ଜଳବନ୍ଦୀ ହୋଇ ଯାଇଛନ୍ତି l ଜଣଙ୍କ ଭୁଲ ଯୋଗୁଁ ଅନେକ ଲୋକ ଅଯଥାରେ ହଇରାଣ ହୋଇଥିବା ଦେଖାଯାଇଛି। ଏପରିକି ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନଳକୂପ ପାଣିରେ ଡୁବି ଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଧିବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଲଗାଣ ବର୍ଷା ଯୋଗୁଁ ବିଦ୍ୟୁତ ଟ୍ରାନ୍ସଫରମର ତଳ ଅଂଶ ମଧ୍ୟ ବୁଡି ଯାଇଥିବାର ଦେଖା ଯାଇଛି। ଏହା ଦ୍ୱାରା ନିକଟସ୍ଥ ସ୍କୁଲ ଓ ଅନ୍ୟାନ ଗୃହ ମଧ୍ୟ ପ୍ରଭାବିତ ହୋଇଛି। ନାଳ ଅବରୋଧ ଓ ଘର ଭିତରକୁ ପାଣି ପଶିଥିବା ଯୋଗୁଁ ନିଜର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଶିକ୍ଷବିତ୍ ମନୋରଞ୍ଜନ ସାହୁ। ଶୀଘ୍ର ରାସ୍ତା କଡ଼ର ମାଟିକୁ ଉଠାଇ ଜଳ ନିଷ୍କାସନ କରିବା ପାଇଁ ମନୋରଞ୍ଜନ ସାହୁ ପୁଇଁତଲା ଥାନାଧିକାରୀ ଓ ତହସିଲଦାରଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି l