-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||     

HOME   ଜିଲ୍ଲା

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ

01-Jul-2026



ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର(ପ୍ରେରଣା ଖବର): ଓଡ଼ିଆ ଅସ୍ମିତା, ସାଂସ୍କୃତିକ ମହାଚେତନା ଓ ଆଧ୍ୟାତ୍ମର ଶ୍ରେଷ୍ଠ ପରିଚିତି ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା  ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଲୋକସମ୍ପର୍କ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ରଥଯାତ୍ରାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୂଚାରୁ ରୂପେ ସମ୍ପାଦନ କରିବା ଉପରେ ଆଲୋଚନା କରାଯାଇଥିଲା। ଏହି ମର୍ମରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ।

  ବୈଠକରେ ଆସନ୍ତା ରଥଯାତ୍ରା ପାଇଁ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା  । ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂହ ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଗତ ବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚଳିତ ବର୍ଷର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ  । ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ନିର୍ଦ୍ଦେଶ  ଦେଇଛନ୍ତି । ସହରର ପ୍ରମୁଖ ସ୍ଥାନ ଯଥା, ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତିପାଟପୁର, ସୁଭାଷବୋଷ ଛକ, ପାନ୍ଥଭବନ, ତାଳବଣିଆ, ରେଳ ଷ୍ଟେସନ,ଶ୍ରୀଦାଣ୍ଡ , ମାଟିଆପଡା ଛକ, ଅଠରନଳା ଏବଂ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳଠାରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି  । 

  ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ପାଇଁ ଉଭୟ ସ୍ଥାନୀୟ ଏବଂ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ, ଲାଇଭ କମନ ଫିଡ୍ ବ୍ୟବସ୍ଥା, ବିଶିଷ୍ଟ ଅତିଥିମାନଙ୍କ ସତ୍କାର ପାଇଁ ବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯିବ  । ପୁରୀର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ସୂଚନା କେନ୍ଦ୍ରଗୁଡ଼ିକରେ ଉଚ୍ଚମାନର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ପାଲା, ଦାସକାଠିଆ, ଘୋଡାନାଚ ଭଳି ପାରମ୍ପରିକ ଲୋକକଳାର ପ୍ରଦର୍ଶନ ସହ ପ୍ରତ୍ୟହ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ  । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ପ୍ରକାଶନ କରାଯାଇ ବିକ୍ରୟ କରାଯିବ  । ଟେଲିଭିଜନ ଓ ଫଟୋ କଭରେଜ, ରେଡ଼ିଓ ଜିଙ୍ଗଲ ଏବଂ ବିଜ୍ଞାପନ ପ୍ରସାରଣ ବ୍ୟବସ୍ଥା ସହିତ କଟକ-ପୁରୀ ଜାତୀୟ ରାଜପଥର ନିର୍ଦ୍ଧାରିତ ସ୍ଥାନମାନଙ୍କରେ ରଥଯାତ୍ରା ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ବିବରଣୀ ହୋର୍ଡିଂ ମାଧ୍ୟମରେ ପ୍ରଦର୍ଶିତ ହେବ  । ଖବରକାଗଜରେ ବିଜ୍ଞାପନ ଏବଂ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବୈଠକରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ  । 

 

ଅନୁରୂପ ଭାବେ ଭକ୍ତମାନଙ୍କ ନିକଟରେ ବିଭିନ୍ନ ଆବଶ୍ୟକୀୟ ଜରୁରୀ ସୂଚନା ତତକ୍ଷଣାତ ପହଂଚାଇବା ପାଇଁ ପୁରୀ ସହର ସମେତ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ଵରେ ଏଲଇଡି ସ୍କ୍ରିନ/ଡିସପ୍ଲେ ସ୍ଥାପନ ଓ ପରିଚାଳନା ନିମନ୍ତେ ପ୍ରଥମ ଥର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାର ଉତ୍ତମ ପରିଚାଳନା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ଅବସରରେ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ପୁରୀ ଗସ୍ତ ପାଇଁ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ସୂଚନା କେନ୍ଦ୍ର ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପାଦନ କରି ଏହାକୁ ସଫଳ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସମସ୍ତଙ୍କ ସହଯୋଗ କାମନା କରିଥିଲେ  ।

ବୈଠକରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା କର ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପୁରୀ ଶ୍ରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ   ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026

You Might Also Like