-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
25-Jun-2026
ଲୋଇସିଂହା (ବିନୋଦ ଦୀପ) ଓଡିଶା ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପିଇଓ ରମାକାନ୍ତ ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁ ଯୋଗ ଦେଇଥିବା ବେଳେ ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଗୌରାଙ୍ଗ ନାଏକ, ସାଂସଦ ଙ୍କ ଲୋଇସିଂହା ପ୍ରତିନିଧି ବାଲକୃଷ୍ଣ ଧରୁଆ, ସହକାରୀ ଉଦ୍ୟାନ ଅଧିକାରୀ ଲୋଇସିଂହା ସମ୍ବିଧାନ ଭୁଏ, ବ୍ଲକ କୃଷି ଅଧିକାରୀ ରୋହନ କୁମାର ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ଲୋଇସିଂହା, ସରପଞ୍ଚ ବନିତା ମେହେର, ସମିତି ସଭ୍ୟ ପ୍ରତିନିଧି ସୁରେନ୍ଦ୍ର ପଟେଲ, ଯୁବମୋର୍ଚା ମଣ୍ଡଳ ସଭାପତି ଆନନ୍ଦ ମେହେର ମଂଚାସୀନ ଅତିଥି ଭାବେ ଏହି ଜନକଲ୍ୟାଣ କାର୍ଯ୍ୟକ୍ରମ ରେ ମଂଚାସୀନ ଅତୀଥି ଭାଵେ ଯୋଗ ଦେଇ ସରକାର ଙ୍କ ବିଗତ ଦୁଇବର୍ଷ ର ବିଭିନ୍ନ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ l ଆଜି ର ତୃତୀୟ ଦିବସ ରେ ଅନ୍ତଦ୍ୱୟ ଗୃହ 10 ଜଣ, ନୂତନ ରାସନ କାର୍ଡ 10 ଜଣ, ଭତ୍ତା ୮ ଜଣ ହିତାଧିକାରୀ ଙ୍କୁ ବଣ୍ଟନ କରାଗଲା l ଅନ୍ୟ ମାନଙ୍କ ମଧ୍ୟରେ ଆଶା, ଅଙ୍ଗନବାଡି, ଏସଏଚଜି ମା, ସିଆରପି, ଏମ.ବିକେ ସହ ଝାରମୁଣ୍ଡା ପଂଚାୟତବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ମଞ୍ଚାସିନ ଅତିଥି ମାନେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ଉପରେ ଆଲୋକପାତ କରିବା ସହ ସଶକ୍ତିକରଣ ଓ ସଚେତନତା ଉପରେ ବକ୍ତବ୍ୟ ରଖିଥିଲେ l