-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
25-Jun-2026
ପୁଇଁତଲା, (ପ୍ରେରଣା ଖବର) ବଜ୍ରାଘାତ ଜୋଗୁଁ ଜଳିଗଲା ଅସହାୟ ମହିଳାଙ୍କ ଘର l ଏଭଳି ଅଭାବନିୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଠେଲକୋମୁଣ୍ଡା ଗ୍ରାମରେ l ସୂଚନା ରୁ ପ୍ରକାଶ ଯେ ଆଜି ଅପରାହ୍ଣ ସମୟରେ ବଜ୍ରାଘାତ ସହ ଘଡଘଡି ହୋଇଥିଲା, ବଜ୍ରାଘାତ ହେବା ଯୋଗୁଁ ଗ୍ରାମର ରଶ୍ମିତା ମାହାର ଏବଂ ଚିନାମାଲି ମାହାର ଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା l ନିଆଁ ଲାଗିବା ଖବର ପାଇ ଗ୍ରାମବାସୀ ଗରିଆ, ବାଲ୍ଟି ସାହାଯ୍ୟରେ ପାଣି ଆଣି ନିଆଁ କୁ ଆୟତ କରିବାକୁ ପ୍ରୟାସ ଜାରି ରଖିଥିଲେ l କିନ୍ତୁ ନିଆଁ ର ପ୍ରଖର ଯୋଗୁଁ ତାହା ସମ୍ଭବ ହେଲା ନାହିଁ ଶେଷ ରେ ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ସମ୍ପୂର୍ଣ ଆୟତ କରିଥିଲେ l ଅଗ୍ନିକାଣ୍ଡ ଯୋଗୁଁ ଅସହାୟ ପରିବାର ର ସମସ୍ତ ଆସବା ପତ୍ର, ଖାଇବା ସାମଗ୍ରୀ, ବସ୍ତ୍ର ସହ ସମସ୍ତ ଦ୍ରବ୍ୟ ପୋଡି ଛାରଖାର ହୋଇ ଯାଇଥିବା ସୂଚନା ମିଳିଛି l