-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
12-Sep-2026
ବରଗଡ଼(ତୁଳସୀ ଚରଣ ଦାଶ): ବରଗଡ଼ର ଏକ ନାମହୀନ ସେଲୁନ ଦୋକାନ ପ୍ରାୟ ୩୦ ବର୍ଷ ହେଲା ସ୍ବଳ୍ପମୂଲ୍ୟରେ ଲୋକଙ୍କ ଦାଢ଼ି ମୁଣ୍ଡବାଳ (ଚୁଟି) କାଟି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ଗତ କିଛିମାସ ହେବ ପ୍ରଶାସନ ବୁଲଡୋଜର ଲଗାଇ ସମସ୍ତ ଉଠାଦୋକାନ ଗୁଡିକ ଭାଙ୍ଗି ଦେଇଥିବାରୁ କେତେକ କୌଣସି କାମ ଧନ୍ଦା ନ କରି ବେକାର ବୁଲୁଥିବା ବେଳେ ଆଉ କେତେକ ନିଜ ପରିଶ୍ରମ ବଳରେ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ସେହି ହତଭାଗାମାନଙ୍କ ମଧ୍ୟରେ ପ୍ରଦୀପ ବାରିକ ଅନ୍ୟତମ। ବରଗଡ଼ ଉପଜିଲ୍ଲାପାଳଙ୍କ ବାସଭବନ ବାଉଣ୍ଡ୍ରୀକୁ ଲାଗି ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଏକ ଅସ୍ଥାୟୀ କାଠପଟାରେ ସେଲୁନ ଦୋକାନ କରି ଚଳି ଆସୁଥିଲେ, କିନ୍ତୁ ବୁଲଡୋଜର ମାଡ଼ରେ ଉକ୍ତ ଦୋକାନ ମଧ୍ୟ ଚାଲିଯିବା ସତ୍ତ୍ୱେ ଭାଙ୍ଗି ନ ପଡ଼ି ସେହି ସ୍ଥାନରେ ଉପରେ ତାରପୋଲିନ ଲଗାଇ ନିଜ ପାରମ୍ପରିକ କାର୍ଯ୍ୟ କରିବା ସହିତ ମନ ଭିତରେ ଥିବା ଦୁଃଖକୁ ଚାପି ରଖି ହସହସ ମୁହଁରେ ସମସ୍ତଙ୍କ ସେବା କରିଆସୁଛନ୍ତି । ଏହିପରି ଶତାଧିକ ଉଠା ଦୋକାନୀଙ୍କ ଅବସ୍ଥା ପ୍ରାୟତଃ ସମାନ। ଏଣୁ, ଭଙ୍ଗା ଯାଇଥିବା ସମସ୍ତ ଉଠାଦୋକାନୀମାନଙ୍କୁ ଶୀଘ୍ର ପକ୍କା ଦୋକାନଗୃହ ଯୋଗାଇଦେବାକୁ ଦାବି ହୁଏ ।
---------×××---------