-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
13-Jun-2026
ବଲାଙ୍ଗୀର(ପ୍ରେରଣା ଖବର): ସହରର ଜଣେ ପ୍ରଭାବଶାଳୀ ମେଡିକାଲ ବ୍ୟବସାୟୀଙ୍କ ଦ୍ୱାରା ଗତ କିଛି ବର୍ଷ ଧରି ବିପୁଳ ପରିମାଣରେ ଜମି କ୍ରୟ, ସମ୍ପତ୍ତି ବିସ୍ତାର ଓ କୋଟି କୋଟି ଟଙ୍କାର ନିବେଶକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ମହଳରେ ଆଲୋଚନା ହେଉଛି ଯେ, ବ୍ୟବସାୟୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ନାମରେ ଅନେକ ଜମି ପଞ୍ଜୀକରଣ ହୋଇଥିବାବେଳେ କିଛି ଜମିକୁ ନେଇ ବିବାଦ ମଧ୍ୟ ସାମ୍ନାକୁ ଆସିଛି।
ସହର ମଧ୍ୟରେ ବଡ଼ ବଡ଼ ଗୋଦାମ, ବହୁତଳ କୋଠା ଓ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରକଳ୍ପ ନିର୍ମାଣ ସହ ବିଭିନ୍ନ ଏଜେନ୍ସି ପରିଚାଳନା ପାଇଁ ଆସୁଥିବା ପୁଞ୍ଜିର ଉତ୍ସକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏତେ କମ ସମୟ ମଧ୍ୟରେ ବ୍ୟାପକ ସମ୍ପତ୍ତି ସଂଗ୍ରହ କିପରି ସମ୍ଭବ ହେଲା, ତାହାକୁ ନେଇ ଲୋକଙ୍କ ମଧ୍ୟରେ କୌତୁହଳ ବଢ଼ୁଛି।
ତେବେ ଏହି ସମସ୍ତ ଅଭିଯୋଗ ଓ ଚର୍ଚ୍ଚାର ପୁଷ୍ଟି ହୋଇନାହିଁ। ସମ୍ପୃକ୍ତ ବ୍ୟବସାୟୀଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ। ତଥାପି, ସାଧାରଣ ଲୋକଙ୍କ ମତ ହେଉଛି ଯେ ଜମି କାରବାର, ନିବେଶ ଓ ଆର୍ଥିକ ଉତ୍ସ ସମ୍ପର୍କରେ ସମ୍ପୃକ୍ତ ବିଭାଗ ନିରପେକ୍ଷ ଯାଞ୍ଚ କଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ।
ବର୍ତ୍ତମାନ ଏହି ପ୍ରସଙ୍ଗ ବଲାଙ୍ଗୀରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ, ଲୋକେ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତର ଦାବି କରୁଛନ୍ତି।