-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
13-Jun-2026
ଖପ୍ରାଖୋଲ (ପ୍ରେରଣା ଖବର): ବିଦ୍ୟୁତ ବିଭାଗର ମନମାନି ବିରୁଦ୍ଧରେ ବିଜେଡ଼ି ପକ୍ଷରୁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କ୍ରମାଗତ ଭାବରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଓ କରାଯାଉଛି। ପାଟଣାଗଡ଼ ଓ ବେଲପଡା ପରେ ଗତକାଲି ପୁଣିଥରେ ବିଜେଡି ନେତୃତ୍ୱରେ ଖପ୍ରାଖୋଲ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଟଣାଗଡ଼ ର ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମେହେର ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଦଳୀୟ କାର୍ଯ୍ୟାଳୟରୁ ବାଇକ୍ ଶୋଭାଯାତ୍ରାରେ ବାହାରି ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସେଠାରେ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ବିଦ୍ୟୁତ ବିଲ୍ ଆଦାୟ ଜୁଲୁମ୍ ବନ୍ଦ କରିବା, ବିନା କାରଣରେ ବିଦ୍ୟୁତ ସଂଯୋଗ କାଟିବା ବନ୍ଦ କରିବା, ସ୍ମାର୍ଟ ମିଟର ଲଗାଣ ପ୍ରକ୍ରିୟା ବନ୍ଦ କରିବା, ପୁରୁଣା ବକେୟା ବିଲ୍ ଥିବା ଉପଭୋକ୍ତାଙ୍କୁ ନୂତନ ବିଦ୍ୟୁତ ସଂଯୋଗ ଯୋଗାଇବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ସମସ୍ତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ ପ୍ରଦାନ କରିବା ଏବଂ ଚାଷ କାମ ପାଇଁ ମାଗଣା ବିଦ୍ୟୁତ ଯୋଗାଇବା ଆଦି ଦାବି ସାମିଲ ଥିଲା।
ପରେ ବିଜେଡି ନେତା ଓ କର୍ମୀମାନେ ଦାବିପତ୍ରକୁ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଜରିଆରେ ସରକାରଙ୍କ ନିକଟକୁ ପ୍ରେରଣ କରିବାକୁ ଅନୁରୋଧ କରିଥିଲେ। ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଓ ବେଳେ ବ୍ଲକ ଉପାଧକ୍ଷ ସୁଖିରାମ ଷାଣ୍ଢ, ବିଜେଡି ବ୍ଲକ ସଭାପତି ରମେଶ ପ୍ରଧାନ, ସତ୍ୟନାରାୟଣ ମେହେର, ଗୋପାଳ ସାହୁ, ଧଳାକାହ୍ନୁ ବନଛୋର, ଜଳନ୍ଧର ବେହେରାଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ସାମିଲ ଥିଲେ।