-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
09-Jun-2026
କଟକ(ତପନ ମହାନ୍ତି) କଟକରେ ଆୟୋଜିତ OPSC ପରୀକ୍ଷାରେ କପି କରୁଥିବା ଅଭିଯୋଗରେ ଜଣେ ପରୀକ୍ଷାର୍ଥୀ ଗିରଫ ହେବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଧେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ବିସ୍ତୃତ ରିପୋର୍ଟ ମଗାଯାଇଛି।ଜିଲ୍ଲାପାଳଙ୍କ କହିବା ଅନୁସାରେ, ରିପୋର୍ଟ ମିଳିବା ପରେ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯିବ ଏବଂ ତଦନ୍ତରେ କାହାର ଅବହେଳା କିମ୍ବା ତ୍ରୁଟି ସାମ୍ନାକୁ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।