-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ

05-Jun-2026



ଡୁଙ୍ଗୁରିପାଲି-ବର୍ତ୍ତମାନ ଯୁବ ସମାଜ ନିଶା ଆଡକୁ ମାଡି ଚାଲିଛନ୍ତି। ନାବାଳକମାନଙ୍କଠାରୁ ଆରମ୍ଭ କରି ଯୁବ ଗୋଷ୍ଠୀ ଏହା ପଛରେ ପାଗଳ ହୋଇଯାଇଛନ୍ତି । ସକାଳରୁ ଆରମ୍ଭ କରି ମଧ୍ୟ ରାତ୍ରୀ ପଯ୍ୟନ୍ତ ବିଭିନ୍ନ ଖେଳ ପଡିଆ, ଅବ୍ୟବହୃତ ଭଙ୍ଗା ଘର, ନିଛାଟିଆ ପୋଲ ଉପର, ରାସ୍ତାକଡର ନିଛାଟିଆ ବୁଦାମୁଳ ପ୍ରଭୃତି ସ୍ଥାନରେ ଅବାଧରେ ଚାଲିଛି ଏହି କାରବାର । ଅଂଚଳରେ ବେଆଇନ ଦେଶୀ ରନ୍ଧାମଦ ସହିତ ବିଦେଶୀ ମଦ, ଗଞ୍ଜେଇ, କୋରେକ୍ଟର କାରବାର ଚାଲିଛି । ବିଷାକ୍ତ ମଦ ଖାଇ ଅକାଳରେ ଯୁବ ଗୋଷ୍ଠୀ ବିଭିନ୍ନ ଦୁରାରୋଗ୍ୟରେ ପିଡିତ ହୋଇ ଅକାଳରେ ଜୀବନ ହରାଇଛନ୍ତି । କିଏ ନିଜର ପୁଅକୁ ହରାଉଛି ତ କେଉଁ ମହିଳାର ଅବେଳରେ ସିନ୍ଦୁର ଲିଭି ଯାଉଛି । ଆଉ କେତେକ ବାପ ଛେଉଣ୍ଡ ମଧ୍ୟ ହେଉଛନ୍ତି । ଏହି ବ୍ୟବସାୟରେ ଅଧିକ ଲାଭ ହେଉଥିବାରୁ ଲୋକେ ଏହାକୁ ବ୍ୟବସାୟ ମଲେଣି । ରାମପୁର ଥାନା ଅଂଚଳର ବିଭିନ୍ନ ଗ୍ରାମରେ ବେଧଡକ ଚାଲିଛି । ଗତ ୬ମାସର ତଥ୍ୟ ପରଖୁଲେ ହଜାର ହଜାର କଫ ସିରଫ ରାମପୁର ପୁଲିସ ଜବତ କରିଥିବା ବେଳେ ରାତ୍ରୀକାଳୀନ ରାଜଧାନୀ ବସରୁ ମଧ୍ଯ କଫ ସିରଫ ଜବତ କରିଥିବା ତଥ୍ୟ କହୁଛି । ବିଭିନ୍ନ ସମୟରେ ଗଞ୍ଜାଇ ଡୋରାଚାଲାଣରେ ମଧ୍ଯ ଗିରଫ ହୋଇଥିବା ବେଳେ ମଝିରେ ମଝିରେ ସଟ୍ଟା ବନ୍ଦ ଖୋଲା ରହୁଛି । ରାମପୁର ଅଂଚଳରେ ଖୋଲା ମେଲା ପ୍ରସାଶନ ଏବଂ ପୁଲିସର ଚଢାଉ ଲୋକଦେଖାଣିଆ କାଁଭାଁ ହେଉଥିବାରୁ ଏହାକୁ ନିଶାବେପାରୀମାନେ ଭୂସ୍ବର୍ଗରେ ପରିଣତ କରି ବ୍ୟବସାୟ ବଢାଇବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଦୂର୍ବଳ ପେଟ୍ରୋଲିଂ ଯୋଗୁଁ ଏହା ସମ୍ଭବ ହେଉଥିବା ଏବଂ ପ୍ରତ୍ୟେହ ଚୋରା ଚାଲାଣ ଚାଲିଥିବା ବେଳେ କାହାଁ ଧରା ପଡ଼ୁଛନ୍ତି । ଏଥିରେ ମୁଷ୍ଟିମେୟ, ବାହୁବଳୀ ଏବଂ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ପ୍ରଛନ୍ନ ହାତ ରହୁଥ‌ିବାରୁ ସାଧାରଣ ଲୋକେ ଅଭିଯୋଗ କରିବାକୁ ସାହସ ମଧ୍ଯ କରିପାରୁ ନାହାନ୍ତି । ଅନେକ ସମୟରେ ରାମପୁର ଅଂଚଳରୁ ମଦ ଭାଟି ବନ୍ଦ କରିବାକୁ ତହସିଲଦାର, ଜିଲ୍ଲାପାଳ, ଥାନାଧିକାରୀ, ଅବକାରୀ ବିଭାଗକୁ ଜଣାଇଥିଲେ ମଧ୍ୟ ଫଳ ଶୂନ । ଆଗାମୀ ଦିନରେ ପୁଲିସ କଠୋର ନହେଲେ ରାମପୁର ଅଂଚଳ ନିଶାକାଇବାର ଭୂସ୍ୱର୍ଗ ନହେବ କିଏ କହିପାରିବ।

ଏ ସଂପର୍କରେ ଏମାନେ ଯାହା କହନ୍ତି-

ମନୋଜ କୁମାର ପୁରୋହିତ- ସରପଞ୍ଚ ରାମପୁର ଗ୍ରାମପଞ୍ଚାୟତ-ରାମପୁର ଅଂଚଳରେ ଅବାଧ ନିଶାକାରବାର ବେଧଡକ ଚାଲିଛି।ପୁଲିସ

ଏବଂ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ଆଗାମୀ ଦିନରେ କିରାଣା ଏବଂ ପାନ ଦୋକାନ ଭଳି ଛତୁ ଫୁଟିଲା ପରି ନିଶା ଦୋକାନ ଦେଖା ଦେବ । କିଛି ଦିନ ତଳେ କଫ ସିରଫ ସ‌ହିତ ଧରା ପଢିଥିଲେ ମଧ୍ୟ କମିବାର ନା ନାହିଁ । ଆଗାମୀ ଦିନରେ ରାମପୁର ନିଶାର ହପ୍ ପାଳଟିବ । ଏହି ଅଂଚଳରୁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାକୁ ଗଞ୍ଜେଇ, କଫସିରଫ, ଦେଶୀ ବିଦେଶୀ ନକଳୀ ବିଷାକ୍ତ ମଦ ରପ୍ତାନୀ ହେବାର ଦେଖା ଯାଉଛି। ଏହା ସହିତ ବେଳେ ବେଳେ ସଟ୍ଟା ମଧ୍ଯ ଚାଲିଛି। ପୁଲିସ ଜାହାର ହାତବାରିସୀ ସାଜି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ । ପୁଲିସ ବିରୋଧରେ ଗଲେ ଏନ୍ କାଉଣ୍ଟରକୁ ଢର ବୋଲି ସେ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ ।

ଉମେଶ କୁମାର ପୂଜାରୀ-ସମାଜସେବୀ, ରାମପୁର-ରାମପୁର ଅଂଚଳରେ ଅବାଧ ନିଶାକାରବଚାର ବେଧଡକ ଚାଲିଛି । ମୁଁ ବ୍ୟକ୍ତିଗତ ଭାବେ ପୁଲିସକୁ ଏହା ରୋଜିବାକୁ କହିଥୁଲି । ମହିଳାମାନେ ପରିବାର ଏବଂ ଗାଁରେ ସୁରକ୍ଷିତ ମଣୁନାହାନ୍ତି । ଅନେକ ଥର ପୁଲିସକୁ ମହିଳାମାନଙ୍କ ସହିତ ଗ୍ରାମ ଶୋଭାଯାତ୍ରାରେ ଯାଇ ଅଭି ଯୋଗ କରିଥିଲୁ । କାଁ ଭାଁ କିଛି ଚଢାଉ କରି ଚୁପ । ଲୋକେ ଭୟଭିତ ଭିତରେ ରହୁଛନ୍ତି । ସଂଧ୍ୟା ହେଲେ ମଦୁଆଙ୍କ ଉତ୍ପାତ ବଢି ଚାଲିଛି ।ରାମପୁରକୁ ପୁଲିସ ନୁହେ ଭଗବାନଙ୍କ ଭରସା । ଅବକାରୀ ବିଭାଗ ମଧ୍ୟ ଚୂପ । କାହାର ଚାପରେ

ପୁଲିସ ଓ ଅବକାରୀ ବିଭାଗ ଚେପା ଜଣାପଡ଼ୁ ନାହିଁ । ଲୋକେ ଏମାନଙ୍କ ଉପରୁ ଆସ୍ଥା ହରାଇ ବସିଲେଣି । ବିନୋଦିନୀ ବରିହା, ରାମପୁର ଥାନାଧୁକାରୀ-ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖୁଛି । ଆଗକୁ ମଧ୍ୟ ଏହା ଜାରି ରହିବ।

ପ୍ରବୀର ସାମଲ, ଜିଲ୍ଲା ଅବକାରୀ ଅଧକ୍ଷକ, ସୁବର୍ଣ୍ଣପୁର-ଫୋନ୍‌ ଗ୍ରହଣ କରିନଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like