-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
05-Jun-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ମା ଛେଲିଆପାଟ ସେବା ସଂଗଠନ ଭରସୁଜା ର ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି l ଆଜି ବିଶ୍ୱ ପରିବେଷ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ଙ୍କୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାର ସମ୍ମାନିତ କରିଛନ୍ତି l ଲକ୍ଷ୍ମୀକାନ୍ତ ଏ ଅଂଚଳ ରେ ପରିବେଷ ସୁରକ୍ଷା ଉପରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରି ଆସୁଛନ୍ତି l ଲକ୍ଷ୍ମୀକାନ୍ତ ଙ୍କୁ ଦଶ ହଜାର ଟଙ୍କା ରାଶି ର ଚେକ୍ ଓ ମାନପତ୍ର ପ୍ରଦାନ କରାଗଲା l ଏହି ଅବସରରେ ଉପସ୍ଥିତ ଥିଲେ ଡ଼ିଏଫଓ ଅଜିତ ବିଶି, ଏସିଏଫ ମାନସ ରଞ୍ଜନ ବେହେରା, ଶ୍ରୀମତୀ ସୁମନ ମାଝୀ, ରସରାଜ ଅଚ୍ୟୁତ ପୁରୋହିତ, ପଲୁସନ ସିଇଏସ ବବିତା ସିଂ ପ୍ରମୁଖ l ପରିଚାଳନା କରିଥିଲେ ଅର୍ଜୁନ କୁମାର ସାହୁ l