-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ଗଣିଆ (ପ୍ରଦୀପ କୁମାର ପଣ୍ଡା) : ଣିଆ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ବେଶ ଜଣା ଶୁଣା | ସରକାର ଡିଣ୍ଡିମ ପିଟୁଛନ୍ତି ଗ୍ରାମାଞ୍ଚଳ ରେ ଶିକ୍ଷା କୁ ଦିଆଯାଉଛି ଅଧିକ ଗୁରୁତ୍ୱ | ଦୁର୍ଭାଗ୍ୟ ର ବିଷୟ ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ଗ୍ରାମ ପଞ୍ଚାୟତ ର ଗୁପ୍ତେଶ୍ୱର ବିଦ୍ୟାପୀଠ ରେ ଦୀର୍ଘ କୋଡିଏ ବର୍ଷ ହେଲା ଖାଲି ପଡିଛି | ଏ ବିଷୟରେ ନୂତନ ନିଯୁକ୍ତ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପ ମଞ୍ଜରୀ ଦେଇ ଙ୍କ ସୂଚନା କ୍ରମେ ଆମ୍ଭ ଗଣମାଧ୍ୟମ ରେ ଖବର ପ୍ରକାଶ କରାଯାଇଥିଲା | ନିକଟଅତୀତ ରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତି ସାଧାରଣ ବୈଠକରେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଙ୍କ ଆହ୍ୱାନ କ୍ରମେ ବିଭିନ୍ନ ଲୋକ ପ୍ରତିନିଧି ମାନେ ବ୍ଲକର ଅନେକ ବିଦ୍ୟାଳୟ କୁ ପୋଶ୍ୟ ଭାବେ ଗ୍ରହଣ କରିଥିବା ବେଳେ ଗଣିଆ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶେଷ ଦେବ ସ୍ୱାଇଁ ଗୁପ୍ତେଶ୍ୱର ବିଦ୍ୟାପୀଠ କୁ ପୋଶ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ | ବିଦ୍ୟାଳୟ ର ପରିଦର୍ଶନ ରେ ଯାଇ ଶ୍ରୀଯୁକ୍ତ ସ୍ୱାଇଁ ସମସ୍ତ ଅସୁବିଧା ଗୁଡିକ ବୁଝିବା ପରେ ବିଜ୍ଞାନ ଶିକ୍ଷକ ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଥିବା ଘଟଣା କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି | ଏହି ପଦବୀ ପୂରଣ ପାଇଁ ନିକଟ ଅତୀତ ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ସେ ଦାବି ଉପସ୍ଥାପନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି | ସାତ ଦିନ ମଧ୍ୟରେ ଗୁପ୍ତେଶ୍ୱର ବିଦ୍ୟାପୀଠ ରେ ବିଜ୍ଞାନ ଶିକ୍ଷକ ନପଂହଁଚିଲେ ସେ ନିଜେ ରାଜରାସ୍ତା କୁ ଓଲ୍ହାଇ ଅନଶନ କରିବେ ବୋଲି ଏକ ସ୍ୱତନ୍ତ୍ର ପ୍ରେସମିଟ ରେ କହିଛନ୍ତି |