-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
25-Jun-2026
ଲୋଇସିଂହା, (ବିନୋଦ ଦୀପ) ଓଡିଶା ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ଲୋଇସିଂହା ବ୍ଲକ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ର ଦ୍ୱିତୀୟ ଦିବସ ରେ ପିଇଓ ନିକିତା ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସରପଞ୍ଚ ହିମାଞ୍ଚଳ ମେହେର ଙ୍କ ଉପସ୍ଥିତି ରେ ମଂଚାସୀନ ଅତିଥି ଭାବେ ଯୋଗାଣ ସହାୟକ ବିକାଶ ମେହେର, ୱାର୍ଡ ସଭ୍ୟା ମଞ୍ଜୁଳତା ସେଠ, ଯୋଗେନ୍ଦ୍ର ମେହେର ରତାଖଣ୍ଡି, ମହେନ୍ଦ୍ର ପଧାନ ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଶା, ଅଙ୍ଗନବାଡି କର୍ମୀ, ଏସଏଚଜି ମା, ବରିଷ୍ଠ ନାଗରିକ ସହ ପଂଚାୟତବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହାସହ ସରପଞ୍ଚ ଶ୍ରୀ ମେହେର ଏହି ଜନକଲ୍ୟାଣ ଶିବିର କୁ ପରିଚାଳନା କରିଥିଲେ l