-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ମଥୁରା (ପ୍ରେରଣା ଖବର) : ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାରେ କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଗିରିରାଜ ପର୍ବତର ଶିଳାକୁ ଅନଲାଇନ ବିକ୍ରି କରାଯାଉଛି। ଲକ୍ଷ୍ମୀ ଡିଭିଂ ଆର୍ଟିକଲ ଷ୍ଟୋର୍ସ ନାମକ ଏକ କମ୍ପାନୀ ଏହି ଶିଳା ବିକ୍ରି କରୁଛି। ଏହି ସଂସ୍ଥା ଅନଲାଇନ ସପିଙ୍ଗ୍ କମ୍ପାନୀ ଇଣ୍ଡିଆ ମର୍ତ୍ତ (ଚେନ୍ନାଇ)ରେ ବିଜ୍ଞାପନ ମଧ୍ୟ ଦେଇଛି। ଶିଳାର ଦାମ ୫ ହଜାର ଟଙ୍କା ରଖାଯାଇଛି। କମ୍ପାନୀ ପ୍ରାକୃତିକ ଗିରି ଗୋବର୍ଦ୍ଧନ ଶିଳା ଗୋବର୍ଦ୍ଧନ ଷ୍ଟୋନ ଗିରିରାଜ କୃଷ୍ଣ ଶିଳା ନାଁ ଲେଖିଛି। ଏଥିରେ ଗିରିରାଜ ଶିଳାର ଏକ ଫଟୋ ବି ଲଗାଇଛି ଓ ଏହାର ଦାମ ୫ ହଜାର ୧୭୫ ଟଙ୍କା ରଖାଯାଇଛି।
ସୋମବାର ଦିନ ଏହି ବିଜ୍ଞାପନ ସୋସିଆଲ ମିଡ଼ିଆରେ ସାଧୁସନ୍ଥ ଓ ବ୍ରିଜଧାମବାସୀ ଦେଖିଥିଲେ। ବିଜ୍ଞାପନ ଦେଖି ସନ୍ଥ ଓ ବ୍ରିଜଧାମବାସୀ ଭୀଷଣ ରାଗି ଯାଇଥିଲେ। ଶ୍ରଦ୍ଧାଳୁ ଓ ସନ୍ଥ ଗୋବର୍ଦ୍ଧନ ଥାନା ଘେରାଉ କରି ହଙ୍ଗାମା କରିଥିଲେ। ଶ୍ରଦ୍ଧାଳୁଙ୍କ ଆସ୍ଥା ସହ ଖେଳିବା କହି କମ୍ପାନୀ ମାଲିକ ଓ କମ୍ପାନୀ ବିରୋଧରେ ଏଫଆଇଆର ଦେଇ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ପରିକ୍ରମାରେ ରହୁଥିବା ଦୀନବନ୍ଧୁ ଦାସ ମହାରାଜ କହିଛନ୍ତି ଯେ ଗିରିରାଜ ସାଧୁ ସନ୍ଥ ଓ ବ୍ରିଜବାସୀଙ୍କ ଇଷ୍ଟ ଦେବତା। ଧାର୍ମିକ ଗ୍ରନ୍ଥରେ ଲେଖାଯାଇଛି ଯେ ଗିରିରାଜଙ୍କ ଶିଳାକୁ ଗିରିରାଜ ପାଦଦେଶରୁ ବାହାରକୁ ନେବା ନିଷିଦ୍ଧ।
ଲୋକେ କହିଛନ୍ତି, ସୋସିଆଲ ସାଇଟରେ ଧାର୍ମିକ ଭାବନାକୁ ଆହତ କରି ଗୋବର୍ଦ୍ଧନ ପର୍ବତକୁ ବିକିବାକୁ ଉଦ୍ୟମ ଚାଲିଛି। ଗୋବର୍ଦ୍ଧନ ଶିଳାର ଦାମ ଲଗାଇ ତାକୁ ଖୋଲା ଖୋଲି ବିକ୍ରି କରାଯାଉଛି। ଏହିଭଳି ଲୋକେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆହତ କରୁଛନ୍ତି। ସନ୍ଥ କହିଛନ୍ତି ପ୍ରତିଦିନ ଦେଶରେ ହିନ୍ଦୁ ଭାବନାକୁ ପକ୍ଷାଘାତ କରାଯାଉଛି, ଲୋକଙ୍କ ଆସ୍ଥା ଓ ଭାବନା ସହ ଖେଳାଯାଉଛି। କେତେବେଳେ ହିନ୍ଦୁ ।
ଦେବାଦେବୀଙ୍କୁ ନେଇ ଅଭଦ୍ର ଟପ୍ପଣୀ ଦିଆଯାଉଛି ତ କେତେବେଳେ ଭଗବାନ ଶ୍ରୀରାମଙ୍କୁ ନେଇ ଅଭାଦ୍ରାମୀ କରାଯାଉଛି। ଏହିଭଳି ଲୋକଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ