-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||     

HOME   ଜିଲ୍ଲା

ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର

25-Jun-2026



ଯାଜପୁର (ପ୍ରଦୀପ କୁମାର ମଲ୍ଲିକ):  ଓଡ଼ିଶା ସରକାର ଶ୍ରମ ବିଭାଗ ନିର୍ଦ୍ଦେଶ ମତେ ପନ୍ଦର ଦିନିଆ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ବିଶେଷ ସଚେତନତା ଓ ଶିଶୁ ଶ୍ରମିକ ନିୟୋଜିତ କରିଥିବା ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟାପକ ପଦକ୍ଷେପ ଯାଜପୁର ଜିଲ୍ଲାରେ ଗ୍ରହଣ କରାଯାଇଛି l ସରକାରୀ ନିର୍ଦ୍ଦେଶ ମତେ ଯାଜପୁର ଜିଲ୍ଲାରେ ପ୍ରାୟ ପନ୍ଦର ଦିନ ଶିଶୁ ଶ୍ରମିକ ନିୟୋଜନ ବାରଣ ପାଇଁ ସଚେତନତା ରଥ,ରାଲି,ବ୍ୟାପକ ସଚେତନତା ପାଇଁ ସରକାରୀ ବିଭାଗ ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ବୈଠକ ସହିତ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ଘନ ଘନ ରେଡ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ୧୨ ଜୁନ ରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାୟକ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ସଚେତନତା ରଥ ଓ ରାଲି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ବ୍ୟାପକ ସଚେତନତା କରାଯାଇଥିଲା ଏବଂ ସଚେତନତା ରଥ ଜିଲ୍ଲାର ସବୁ ବ୍ଲକ  ଓ ପୌରପାଳିକା ଜୁନ ୧୨ ରୁ ୧୯ ତାରିଖ ମଧ୍ୟରେ ଭ୍ରମଣ କରିଥିଲା l ସେହିପରି ଜୁନ ୧୯ ତାରିଖ ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ତଥା  ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଟାସ୍କ ଫୋର୍ସ ର ସମସ୍ତ ସଦସ୍ୟ ଯୋଗ ଦେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏବଂ ୨୦ ତାରିଖ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ରେଡ କରି ଶିଶୁ ଓ କିଶୋର ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା l ନିଷ୍ପତ୍ତି ମୁତାବକ ୨୦ ତାରିଖରେ ଯାଜପୁର ବ୍ଲକ ଓ ପୌରପାଳିକା ରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟ ସୁନ୍ଦର ରାଉତରାୟ, ସହକାରୀ ଶ୍ରମ ଅଧିକାରୀ ସ୍ମୃତି ରଞ୍ଜନ ପଣ୍ଡା ଙ୍କ ନେତୃତ୍ଵରେ ଚଢାଉ କରାଯାଇ ୭ ଜଣ କିଶୋର ଶ୍ରମିକ ବିଭିନ୍ନ ବିପଦସଙ୍କୁଳ କାର୍ଯ୍ୟ ରେ ନିୟୋଜିତ ଥିଲାବେଳେ ସେମାନଙ୍କୁ ଉଦ୍ଧାର କରି ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି l ସେହିପରି ୨୨ ତାରିଖରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ବେହେରା, ସହକାରୀ ଶ୍ରମ ଅଧିକାରୀ  ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା ,ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଅଭିଜିତ ଜୟପ୍ରକାଶ ପ୍ରଧାନ ବ୍ୟାସନଗର ପୌରପାଳିକା ଓ କୋରେଇ ବ୍ଲକ ରୁ ୪ ଜଣ କିଶୋର ଶ୍ରମିକ, ୨୩ ତାରିଖରେ ସହକାରୀ ଶ୍ରମ ଅଧିକାରୀ  ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା,ସହକାରୀ ଶ୍ରମ ଅଧିକାରୀ ମିସ ଶତରୂପା ସାହୁ ବରୀ ବ୍ଲକ୍ ଅଞ୍ଚଳରୁ ୨ ଜଣ କିଶୋର ଶ୍ରମିକ, ୨୪ ତାରିଖରେ ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନା,ସହକାରୀ ଶ୍ରମ ଅଧିକାରୀ ରଚନା ସେଠି, ସହକାରୀ ଶ୍ରମ ଅଧିକାରୀ ମିସ ଶତାବ୍ଦୀକା ନାୟକ ଦାନଗଦି ଓ ସୁକିନ୍ଦା ବ୍ଲକ ରୁ ୪ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର କରି ଆବଶ୍ୟକୀୟ ବିହିତ ପଦକ୍ଷେପ ନେବା ସହିତ ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି l ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ର ସଦସ୍ୟ ଆବାହକ ତଥା ଜିଲ୍ଲା ଶ୍ରମ ଅଧିକାରୀ,ଯାଜପୁର, ଯାଜପୁର ପ୍ରଭାଗୀୟ ଶ୍ରମ କମିଶନର ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ଏବଂ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶ୍ରୀ ଶିବ ଶଙ୍କର ମିଶ୍ର ଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଚାଇଲ୍ଡ ଲାଇନ ସଦସ୍ୟ, ରୁଚିକା ଓ ଆସପାୟର ଭଳି ସ୍ଵେଚ୍ଛାସେବୀ ସଂଗଠନ ର ସଦସ୍ୟ, ଶିଶୁ ଶ୍ରମିକ ସୁରକ୍ଷା ମାନବାଧିକାର କର୍ମୀ ଏବଂ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ l ଏତଦବ୍ୟତୀତ ପରବର୍ତ୍ତୀ ସମୟରେ ଯଦି କୌଣସି ସଂସ୍ଥା କିମ୍ବା ମାଲିକ କୌଣସି ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ କରିବାର କିଛି ସୂଚନା ମିଳେ,ତେବେ ନିୟମ ଅନୁଯାୟୀ ଆବଶ୍ୟକୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି l କୌଣସି ଭି ପରିସ୍ଥିତିରେ ୧୪ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁକୁ ଶ୍ରମିକ ଭାବେ କିମ୍ବା ୧୪ ରୁ ୧୮ ବର୍ଷ  ପର୍ଯ୍ୟନ୍ତ କୌଣସି କିଶୋର ଙ୍କୁ ଶ୍ରମିକ ଭାବେ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ ନ କରିବାକୁ ସାବଧାନ କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026

You Might Also Like