-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ଭୁବନେଶ୍ବର (ପ୍ରେରଣା ଖବର): କୋଟିଆ ମାମଲାର ଆପୋସ ସମାଧାନ ଲାଗି ଓଡ଼ିଶାରେ ଆନ୍ଧ୍ର ପ୍ରଦେଶର ଦୁଇ ବିଧାୟକ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି। ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ଅଧ୍ୟକ୍ଷ ସରିଫ ମହମ୍ମଦ ଅହମ୍ମଦଙ୍କ ଦୁଇ ଜଣ ବିଧାୟକଙ୍କ ସହ ଓଡ଼ିଶା ବିଧାନସଭାରେ ଆଲୋଚନା ଚାଲିଛି। ଆନ୍ଧ୍ରର ଏହି ପ୍ରତିନିଧିମାନଙ୍କ ସହ ଆଲୋଚନାରେ ଓଡ଼ିଶା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହିତ ଏକାଧିକ ଅଧିକାରୀ ସାମିଲ ହୋଇଛନ୍ତି। ଉଭୟ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଭାଷାଭିତ୍ତିକ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ଜଣାପଡ଼ିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଏବେ ଚରମରେ ପହଞ୍ଚିଛି। କୋରାପୁଟ ଓ ଗଜପତି ଜିଲ୍ଳାର ସୀମାନ୍ତବର୍ତ୍ତୀ ଗାଁ ଗୁଡ଼ିକରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର ପ୍ରଦେଶ, ଯାହାକୁ ନେଇ ଓଡ଼ିଶା ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେଣୁ ଆନ୍ଧ୍ର ପ୍ରତିନିଧି ଓଡ଼ିଶାରେ ଥିବା ବେଳେ ସୀମା ବିବାଦ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ କି ନାହିଁ ତା ଉପରେ ନଜର ରହିଛି। ଓଡ଼ିଶାର ପ୍ରତିବାଦ ପ୍ରସଙ୍ଗରେ ଆନ୍ଧ୍ର ପ୍ରତିନିଧି କଣ ଆଭିମୁଖ୍ୟ ରଖିବେ, ତାକୁ ମଧ୍ୟ ଅପେକ୍ଷା କରାଯାଇଛି।