-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

*ଚାଲିଥିଲା ସେକ୍ସ ରାକେଟ ମାଡ଼ି ବସିଲା ସୁବର୍ଣ୍ଣପୁର ପୋଲିସ - ୫ ଦେହଜୀବୀଙ୍କ ସହ ୧୨ ଗିରଫ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି*-

24-May-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ସହରରେ ଥିବା ଗ୍ରୀନ ପାର୍କ ହୋଟେଲରେ ଚାଲିଥିବା ଏକ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି ସୋନପୁର ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ଶ୍ରୀ ନାରାୟଣ ନାୟକ । ଗତକାଲି ବିଳମ୍ବିତ ରାତିରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁରର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ଏସଡିପିଓ କଲ୍ୟାଣୀ ବେହେରା ଏବଂ   ସୋନପୁର ଭାରପ୍ରାପ୍ତ ଥାନା ଅଧିକାରୀ ଯାଦବ ବାଗଙ୍କ ତତ୍ତ୍ୱାବଧାନରେ ପୋଲିସର ଏକ ସ୍ପେଶାଲ୍ ଟିମ୍ ସୋନପୁର ସହରର ନୂତନ ଡ଼ାକ୍ତରଖାନା ସାମନାରେ ଥିବା ଏକ ଭଡା ଘରେ ପ୍ରଥମେ ଚଢାଉ କରିଥିଲେ । ଚଢାଉ ସମୟରେ  ଉକ୍ତ ଭଡା ଘରେ ଜଣେ ମହିଳା ଓ କିଛି ଆପତ୍ତି ଜନକ ସାମଗ୍ରୀ ମିଳିଥିଲା । ଏହି ତଥ୍ୟକୁ ଆଧାର କରି ଉକ୍ତ ମହିଳା ଓ ସେହି ଘର ମାଲିକକୁ ପଚରା ଉଚୁରା କରିବା ସମୟରେ ଜିଲ୍ଲା ହସ୍ପିଟାଲ ନିକଟସ୍ଥ ହୋଟେଲ ଗ୍ରୀନ ପାର୍କରେ କିଛି ମହିଳା ମାନଙ୍କୁ ନେଇ ଅନୈତିକ କାର୍ଯ୍ୟ କଳାପ ଚାଲୁଥିବା ସୂଚନା ମିଳିଥିଲା । ପରେ ଉକ୍ତ ଟିମ ତୁରନ୍ତ ହୋଟେଲ ଗ୍ରୀନ ପାର୍କରେ ଚଢାଉ କରିଥିବା ସମୟରେ ଉକ୍ତ ହୋଟେଲର ୫ ଟି କୋଠରୀରେ ୫ ଜଣ ପୁରୁଷ ଏବଂ ୫ ଜଣ ମହିଳା ଆପତ୍ତିଜନକ ଅବସ୍ଥାରେ ମିଳିଥିଲେ । ପଚରାଉଚରା ସମୟରେ ସେମାନଙ୍କୁ ରହଣିର କାରଣ ଓ ବୈଧ ପ୍ରମାଣ ପତ୍ର ଦେଇ ପାରି ନଥିଲେ । ପରେ  ସନ୍ଦିଗ୍ଧ ବ୍ୟକ୍ତିମାନେ ଏହି ଅନୈତିକ କାର୍ଯ୍ୟରେ ଲିପ୍ତ ହେବାରେ ଦୋଷ ସ୍ୱୀକାର କରିଥିଲେ ।  ପୋଲିସ ୫ ଜଣ ଗ୍ରାହକ, ଗ୍ରୀନ ପାର୍କ ହୋଟେଲର ପରିଚାଳକ ଏବଂ ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ଥିବା ଭଡା ଘରର ପରିଚାଳକ ମୋଟ ୭ ଜଣଙ୍କୁ  ଅଟକ ରଖିଥିଲେ ଏବଂ ୫ଜଣ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଏ ନେଇ ସୋନପୁର ଥାନା କେସ୍ ନଂ ୧୯୫/ ୨୪.୦୫.୨୦୨୬ ଧାରା ୩/୪/୫/୬/୭ ଅନୈତିକ ଟ୍ରାଫିକ୍ (ନିବାରଣ) ଆଇନ ୧୯୫୬ ଅନୁଯାୟୀ ମାମଲା ରୁଜୁ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ସୋନପୁର ଗଡଭିତରର ଆଶୁତୋସ ପୂଜାରୀ(୫୦), ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ତାପଡୋଲ ଗ୍ରାମର ଅଜିତ କୁମାର ସାହୁ(୩୪), ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା କମଲପୁର ଗ୍ରାମର ମହେନ୍ଦ୍ର ମେହେର (୨୯), ଉଲୁଣ୍ଡା ଥାନା ଗୌଡ ଗାଁ ର ପ୍ରାଣ କିଶୋର ବାଗ (୨୫) ସୁବଳୟା ଥାନା ବଡଖମାର ଗାଁର ସତ୍ୟଞ୍ଜୟ ନାଏକ (୨୯), ସମ୍ୱଲପୁର ଜିଲ୍ଲା ଚାରମାଳ ଥାନା ଟୁଟାମୁଣ୍ଡା ଗାଁର ଗୋପାଳ ଭୋଇ (୩୫) ଓ ସୌମିତ୍ରୀ ମଲ୍ଲିକ (୪୦) ।
ଏଵଂ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଯୁବତୀ ତଥା ମହିଳା ମାନେ ସମସ୍ତେ ବାହାର ଜିଲ୍ଲାର ହୋଇଥିବା ବେଳେ କେବଳ ଜଣେ ତରଭା ଥାନା ଅଞ୍ଚଳ ର ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଥିବା ସମସ୍ତ ୭ ଜଣ  ଯୁବକ ଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟକୁ ଚାଲାଣ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହି କେସର ପୀଡ଼ିତାଙ୍କୁ ସେମାନଙ୍କ ଅଭିଭାବକ ଏବଂ ନାରୀ ସୁରକ୍ଷା କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି । ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଉପ ଆରକ୍ଷୀ ଅଧିକ୍ଷକ କେ.କେ ହରିପ୍ରସାଦ ଓ ଆଇଆଇସି ଯାଦବ ବାଗ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like