-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
19-May-2026
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ରାଜ୍ୟରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ଆରମ୍ଭ ହୋଇଛି। ୪୦ ଡିଗ୍ରୀର ତାପମାତ୍ରା ସାଙ୍ଗକୁ ୬୦-୮୦ ପ୍ରତିଶତ ଆର୍ଦ୍ରତା ମିଶିଯିବା ଦ୍ୱାରା ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ସ୍ଥିତି ଅସମ୍ଭାଳ ହୋଇଛି। ସୋମବାର ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲାରେ ଲୋକେ ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛନ୍ତି। ଦିନ ତମାମ ଗୁଳୁଗୁଳି ଯୋଗୁଁ ଦେହରୁ ଝାଳ ବାହାରିବା ସହ ଅନେକ ଲୋକ ଜଳୀୟ ଅଂଶ ଅଭାବର ଶିକାର ହୋଇଛନ୍ତି। ପୂର୍ବରୁ ତାତି ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲେ ମଧ୍ୟ ରବିବାର ତୁଳନାରେ ସୋମବାର ହଠାତ ଗୁଳୁଗୁଳି ଦୃଷ୍ଟାନ୍ତମୂଳକ ଭାବେ ବଢ଼ିବା ଯୋଗୁଁ ଲୋକଙ୍କ ପାଇଁ ଅସହଯ ସ୍ଥିତି ସୃଷ୍ଟି କରିଛି।ଗତ ୨/୩ ଦିନ ହେବ ରାଜ୍ୟରେ ତାପମାତ୍ରା ବଢ଼ିଛି । ରାତିରେ ବି ତାତି ଖସୁନି । ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ଡେଇଁଥିବା ବେଳେ ରାତି ପାରଦ ୨୮-୨୯ ଡିଗ୍ରୀ ଉପରେ ରହୁଛି । ତା’ ସାଙ୍ଗକୁ ଜାରି ରହିଛି ଗୁଳୁଗୁଳି ।ସୋମବାର ରାଜ୍ୟର ୧୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ଝାରସୁଗୁଡ଼ା ୪୩.୪, ବୌଦ୍ଧ ୪୨.୮, ଅନୁଗୁଳ ୪୨.୩, ସମ୍ବଲପୁର ୪୨.୩, ହୀରାକୁଦ ୪୨ ଡିଗ୍ରୀ ଥିବାବେଳେ ଅନେକ ସ୍ଥାନରେ ପାରଦ ୩୯ରୁ ୪୧ ଡିଗ୍ରୀ ପାଖାପାଖି ଥିଲା । ଉପକୂଳରେ ବି ପାରଦ ୩୯-୪୦ ଡିଗ୍ରୀ ଛୁଇଁଥିଲା । ଅନ୍ୟପଟେ ଆର୍ଦ୍ରତା ପରିମାଣ ସକାଳେ ୭୦ରୁ ୮୫% ପର୍ଯ୍ୟନ୍ତ ରହିଥିବାବେଳେ ସନ୍ଧ୍ୟାରେ ୬୦-୭୦% ଥିଲା । ଭୀଷଣ ଖରା ଯୋଗୁ କାନ୍ଥ, ଚଟାଣ, ଛାତ ତାତି ନିଆଁ ହୋଇଯାଉଥିବାବେଳେ ରାତିରେ ବି ବାତାବାରଣ ଥଣ୍ଡା ପଡ଼ୁନି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୮-୨୯ ଡିଗ୍ରୀ ସେଲସିୟସ୍ ରହୁଛି । ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼ରେ ରାତି ତାପମାତ୍ରା ୨୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପୁରୀରେ ୨୯.୪ ଡିଗ୍ରୀ, ଭୁବନେଶ୍ୱର ୨୮.୬, ଚାନ୍ଦବାଲି ୨୮.୨, ପାରାଦୀପରେ ୨୮.୫ ଡିଗ୍ରୀ ଥିଲା