-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
15-May-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସନାତନ ଧର୍ମ ବିରୁଦ୍ଧରେ ତାମିଲନାଡୁ ରାଜ୍ୟର ବିରୋଧୀ ଦଳ ନେତା ଉଦୟନାଥ ଷ୍ଟାଲିନ ଦେଇଥିବା ମନ୍ତବ୍ୟକୁ କୁ ବିରୋଧ କରି ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଶିବସେନା ପକ୍ଷରୁ ପ୍ରତିବାଦ କରାଯିବା ସହିତ ଷ୍ଟାଲିନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ଜିଲ୍ଲା ସଭାପତି ଶିବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଶିବସେନା କର୍ମୀ ମାନେ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ବିନିକା ନୂଆଁ ବସଷ୍ଟାଣ୍ଡ ଛକକୁ ପହଞ୍ଚିବା ପରେ ଷ୍ଟାଲିନଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।ଅନୁଷ୍ଟିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଅଗସ୍ତି ପଣ୍ଡା,ଜିଲ୍ଲା ଯୁବ ସଭାପତି ପ୍ରଶାନ୍ତ ମହାନନ୍ଦ,ଜିଲ୍ଲା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ ।