-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
14-May-2026
କଟକ(ତପନ ମହାନ୍ତି): ବିଭିନ୍ନ ପେଟ୍ରୋଲ ପମ୍ପରେ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ପିଙ୍କ ଚଢାଉ। ତେଲ ଷ୍ଟକ ଯାଞ୍ଚ। ବାଇକ୍ ପିଛା ୧୦୦ ଟଙ୍କାରୁ ଅଧିକ ତେଲ ଦେଉନଥିବା କାରଣରୁ କଲେ ତାଗିଦ। ତେଲର ଅଭାବ ନାହିଁ, ପେଟ୍ରୋଲ ପମ୍ପମାନେ ମନ ଇଚ୍ଛା ନିୟମ କରିବାକୁ ନେଇ ବିରକ୍ତି ପ୍ରକାଶ ସହ ତାଗିଦ କରିଛନ୍ତି। କିନ୍ତୁ କଟକ ଚାଉଳିଆ ଗଞ୍ଜ ପେଟ୍ରୋଲ ପମ୍ପରେ ଏହା ବ୍ୟତିକ୍ରମ ଦେଖାଯାଇଛି । ମାଳ ମାଳ ପୋଲିସ ଉପସ୍ଥିତିରେ ୨୦୦ ଟଙ୍କାରୁ ଅଧିକ ତେଲ ମିଳିନଥିଲା ଅନେକ ଲୋକ ତେଲ ପାଇଁ ଧାଡିରେ ଘଣ୍ଟା ଘଣ୍ଟା ଛିଡା ହୋଇ ଫେରିବାକୁ ପଡୁଛି ବୋଲି କହିଥିଲେ। ରାଜ୍ୟ ସରକାର ତେଲର ଅଭବ ନାହିଁ ବୋଲି କହୁଥିଲା ବେଳେ ଚଉଳିଆଗଞ୍ଜ ପେଟ୍ରୋଲ ପମ୍ପରେ ୨୦୦ ଟଙ୍କାରୁ ଅଧିକ ତେଲ ଦିଆଯିବ ନାହିଁ ବୋଲି ଏହି ନିୟମ କିଏ କରିଥିଲା ବୋଲି ଗାଡିଚାଳକ ପ୍ରଶ୍ନ କରିଥିଲେ ହେଁ ଏକଥାକୁ କେହି ଶୁଣି ନଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ଓ ପୋଲିସ ମନମୁଖୀ ନିୟମ କରିଥିବା ଯୋଗୁ ଅସନ୍ତୋଷ ଦେଖାଯାଇଥିଲା ପୋଲିସ କମିଶନର ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।