-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ

14-May-2026



ବଲାଙ୍ଗିର(ପ୍ରେରଣା ଖବର)- ଲୋଇସିଂହା ବ୍ଲକ ଉପରବାହାଲ ପଂଚାୟତର ଉଚ୍ଛବପାଲି ଠାରେ ପଥରକୁଆରି ବ୍ଲାଷ୍ଟିଂ ଯୋଗୁଁ ଚାଷୀ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ କିଛି ବର୍ଷ ପୂର୍ବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଅଭିଯୋଗ କରିଥିଲେ ଗ୍ରାମବାସୀ। ତତ୍‌କାଳୀନ ଉପଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧରେ ଅଭିଯୋଗ ଓ ଅବଗତ କରାଯାଇଥିଲା। କିଛି ମାସ ପଥର ବ୍ଲାଷ୍ଟିଂ କାମ ବନ୍ଦ ହୋଇଥିଲା କିନ୍ତୁ ପୁଣି ତିନି ଚାରି ବର୍ଷ ହେବ ଏ ଅଂଚଳରେ ପଥର କୁଆରିରେ ବ୍ଲାଷ୍ଟିଂ ରେ ଲିଜଧାରୀଙ୍କ ଦ୍ୱାରା ପଥର ଖନନ ପାଇଁ ବ୍ଲାଷ୍ଟିଂ ଯୋଗୁଁ ସ୍ଥାନୀୟ ଲୋକେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଚାଷ ଜମି ଗୁଡିକରେ ପଥର ଏପଟ ସେପଟେ ପଡୁଥିବାରୁ ଚାଷ ନଷ୍ଟ ହେବା ସହିତ ଚାଷ କାମ ପାଇଁ ଜମିକୁ ଯିବା ପାଇଁ ଚାଷୀମାନେ ଡରୁଛନ୍ତି। ଏହାକୁ ନେଇ ଉପରବାହାଲ ପଂଚାୟତର ଉଚ୍ଛବପାଲି ଓ ଉପରବାହାଲରୁ ଚାଷୀ ଓ ଗ୍ରାମବାସୀମାନେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ପାଖକୁ ପୁଣିଥରେ ଆସି ଅଭିଯୋଗ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ ଚାଷ ଜମି ନଷ୍ଟ ହେବା ସହ ସେଠାକାର ରେଡରାସ୍ତା ତଥା ବାସଗୃହ ଗୁଡିକ ଭୟଙ୍କର ବିସ୍ପୋରଣ ପ୍ରଭାବରେ କାନ୍ଥ ଗୁଡିକ ଚିରି ହୋଇଯାଉଛି। ଛୋଟ ଛୋଟ ଛୁଆମାନେ ସ୍କୁଲ କୁ ଯିବା ପାଇଁ ଡରୁଛନ୍ତି। ତେଣୁ ଏହା ଶୀଘ୍ର ସମାଧାନ ପାଇଁ ସେମାନେ ଗୁହାରି କରିଥିଲେ। ଏହାର ପ୍ରତିକ୍ରିୟାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ଏଭଳି ଅସୁବିଧା ସମାଧାନ ଦିଗରେ ପ୍ରଶାସନ ସମ୍ବେଦନଶୀଳତା ଦେଖାଇବା କଥା। ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷ ଜମି ନଷ୍ଟ ହେଉଛି। ତା ସହ ପଥରଖଣ୍ଡ ଏପଟ ସେପଟ ଗାଁ ତଥା ଚାଷ ଜମିରେ ପଡୁଥିବାରୁ ଚାଷୀ ଜମିକୁ ଯିବା ପାଇଁ ଭୟ କରୁଛନ୍ତି । ଛୋଟ ଛୁଆ ସ୍କୁଲ ଯିବା ପାଇଁ ମଧ୍ୟ ଭୟଭୀତ ହେଉଛନ୍ତି। ଏହାକୁ ନେଇ କିଛି ବର୍ଷ ପୂର୍ବେ ଅଭିଯୋଗ କରା ଯାଇଥିଲା କିନ୍ତୁ କିଛି ମାସ ବ୍ଲାଷ୍ଟିଂ ବନ୍ଦ ପରେ ପୁଣି ବ୍ଲାଷ୍ଟିଂ ଜାରି ରହିଛି। ଅଭିଯୋଗ ପାଇଲା ପରେ ମଧ୍ୟ ପ୍ରଶାସନ ସମାଧାନ ଦିଗରେ ତତ୍ପରତା ନ ଦେଖାଇବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି। ରାଜସ୍ୱ ଆଦାୟ ପାଇଁ କୌଣସି

ମତେ ମଧ୍ୟ ଚାଷୀ ଓ ଲୋକଙ୍କ ଜିବନକୁ ନେଇ ପ୍ରଶାସନ ଖେଳିବା ଉଚିତ ନୁହେଁ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର କହିଛନ୍ତି । ତେଣୁ ଏହି କୁଆରି ଗୁଡିକ ପଥର ବ୍ଲାଷ୍ଟିଂ ବନ୍ଦ କରିବା ପାଇଁ ପ୍ରଶାସନ ଶିଘ୍ର ପଦକ୍ଷେପ ନେବା ଉଚିତ। ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କଲାବେଳେ ଉଚ୍ଛବପାଲିର ସୁରେଶ ବେହେରା, କିରନ ବେହେରା, ସରୋଜ ପାତ୍ର, ଆନନ୍ଦ ପାତ୍ର, ଅରୁଣ ପାତ୍ର, ଉପରବାହାଲର ବାସୁଦେବ ପ୍ରଧାନ, ରାମଦାଶ ଭୋଇ, ରବିନ୍ଦ୍ର ବିଶ୍ୱାଲ, ବିରଂଚି ପ୍ରଧାନ, ଚକାମନ ବିଶ୍ୱାଲ, ଫକିିର ବିଶ୍ୱାଲ ଏବଂ ମାଗୁରବେଡା ସରପଂଚ ସଂଜୟ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like