-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||     

HOME   ରାଜ୍ୟ

ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ

13-May-2026



ବଲାଙ୍ଗୀର (ପ୍ରେରଣା ଖବର): ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ ହେଉଛି ଯୁବୋଦୟ। ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଯଥା ଜେଇଇ ଓ ନିଟ୍ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା। ପ୍ରତିବର୍ଷ ପରି ଚଳିତ ବର୍ଷରେ ମଧ୍ୟ ଯୁବୋଦୟର ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। କେବଳ ପ୍ରବେଶିକା ପରୀକ୍ଷା ନୁହେଁ, ବୋର୍ଡ ପରୀକ୍ଷାରେ ମଧ୍ୟ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରିଥିବା ଆଜି ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀର ଫଳାଫଳରୁ ସ୍ପଷ୍ଟ ହୋଇଛି। ଯୁବୋଦୟର ସିବିଏସଇ ଫଳାଫଳ ପୁଣିଥରେ ପ୍ରମାଣ କରିଛି ଯେ ଏଠାର ଛାତ୍ରଛାତ୍ରୀମାନେ କେବଳ ଜେଇଇ ଓ ନିଟ୍ ପରୀକ୍ଷାରେ ନୁହେଁ, ବୋର୍ଡ ପରୀକ୍ଷାରେ ମଧ୍ୟ ସମାନ ଭାବେ ସଫଳତା ହାସଲ କରୁଛନ୍ତି।ସୂଚନା ଅନୁସାରେ, ଗତ ୧୦ ବର୍ଷ ଧରି ଯୁବୋଦୟ ଶିକ୍ଷାନୁଷ୍ଠାନ ପ୍ରତିବର୍ଷ କମରେ କମ୍ ୨୦ ଜଣ ନୂତନ ଛାତ୍ରଛାତ୍ରୀଙ୍କୁ ଆଇଆଇଟି, ଏଆଇଆଇଏମଏସ ଓ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଇବାରେ ସଫଳ ହୋଇଆସୁଛି। ନିକଟସ୍ଥ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି।
ବଲାଙ୍ଗିର ଅଞ୍ଚଳର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଯୁବୋଦୟର ଛାତ୍ରଛାତ୍ରୀମାନେ ଏବର୍ଷ ମଧ୍ୟ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ କରି  ଶିକ୍ଷାନୁଷ୍ଠାନ ଗୌରବ ବଢ଼ାଇଛନ୍ତି । ଅନେକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳତାର ନୂଆ ଇତିହାସ ସୃଷ୍ଟି କରିଛନ୍ତି ।
 ଶିକ୍ଷାନୁଷ୍ଠାନ କୃତୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌଶିକ କୁମାର ସାହୁ ୯୪.୨୦% ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସୌମ୍ୟ ରଞ୍ଜନ ପଣ୍ଡା ୯୩.୬୦%, ସାହିଲ କୁମାର ଦାଶ ୯୩.୪୦%, ପୌଲୋମି ଯୋଶୀ ୯୨.୮୦%, ବିଶ୍ୱଜିତ ସାହୁ ୯୨.୬୦%, ଆଦର୍ଶ ଦାଶ ୯୨.୦୦% ଏବଂ ବିନୟ ମେହେର ୯୨.୦୦% ନମ୍ବର ରଖି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେହିପରି କ୍ରୀଷ୍ଣା ବିଶେକ ମାଝୀ ୯୧.୮୦%, ଅମିଶା ଲେଙ୍କା ୯୧.୬୦%, ଅନନ୍ୟା ପଣ୍ଡା ୯୧.୨୦%, ଆର୍ୟ ଶ୍ଲୋକ ମୁଣ୍ଡ ୯୧.୨୦%, ଶ୍ରୀୟାଂଶୀ ଜେନା ୯୧.୨୦%, ସିଦ୍ଧାର୍ଥ ଲେଙ୍କା ୯୧.୦୦%, ସିଲଭାରାଣୀ ପ୍ରଧାନ ୯୧.୦୦% ଏବଂ ପଲ୍ଲବୀ ପ୍ରିୟଦର୍ଶିନୀ ଧଳ ୯୧.୦୦% ନମ୍ବର ରଖି ସଂସ୍ଥାକୁ ଗୌରବାନ୍ୱିତ କରିଛନ୍ତି ।ଏଥିସହିତ ଜ୍ୟୋତି ପ୍ରକାଶ ଭୋଇ ୯୦.୪୦%, ସ୍ୱାଗତ ପାଢ଼ାନ ୯୦.୪୦%, ଶ୍ଲୋକ ସୌରଭ ସାହୁ ୯୦.୨୦%, ଅଞ୍ଜଳି ଭୋଇ ୯୦.୨୦%, ଯଶୋଦା ମେହେର ୯୦.୨୦%, ଗୌରୀ ବେହେରା ୯୦.୦୦%, ମୁକ୍ତି ସୁଧା ପାତ୍ର ୯୦.୦୦%, ଶ୍ରୀଆଂଶ ଖମାରୀ ୯୦.୦୦% ଏବଂ ସୁଭ୍ରାଂଶୁ ଶେଖର ସାହୁ ୯୦.୦୦% ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି ।
ଫଳାଫଳର ମୁଖ୍ୟ ଆକର୍ଷଣ ; ଚଳିତ ବର୍ଷ ଯୁବୋଦୟାର ସମୁଦାୟ ୩୯୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ ଜଣ ୯୦% ରୁ ଅଧିକ ନମ୍ବର ରଖି ନୂଆ କୀର୍ତ୍ତି ସୃଷ୍ଟି କରିଛନ୍ତି । ସେହିପରି ୧୪୧ ଜଣ ଛାତ୍ରଛାତ୍ରୀ ୮୦% ରୁ ଅଧିକ ନମ୍ବର ହାସଲ କରିଥିବାବେଳେ, ୩୬୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଯୁବୋଦୟ ପକ୍ଷରୁ କୁହାଯାଇଛି ଯେ, ନିୟମିତ ପାଠପଢ଼ା, ଅନୁଭବୀ ଶିକ୍ଷକମାନଙ୍କ ମାର୍ଗଦର୍ଶନ, ସୁସଂଗଠିତ ପରୀକ୍ଷା ପ୍ରଣାଳୀ ଏବଂ ଛାତ୍ରଛାତ୍ରୀଙ୍କ ନିରନ୍ତର ପରିଶ୍ରମ ଏହି ସଫଳତାର ମୂଳ କାରଣ ।  ଶିକ୍ଷାନୁଷ୍ଠାନ ଚମତ୍କାର ଫଳାଫଳ ଅଭିଭାବକ ଓ ସମଗ୍ର ବଲାଙ୍ଗିର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଛି ।
ଚଳିତ ବର୍ଷର ବୋର୍ଡ ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ପରିଚାଳନା କମିଟି ମଧ୍ୟରେ ଖୁସିର ପରିବେଶ ଦେଖିବାକୁ ମିଳିଛି। ସମସ୍ତେ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅମ୍ବରୀଶ ଦାଶ କହିଛନ୍ତି, “  ଜେଇଇ ଓ ନିଟ୍ ପରି ଜାତୀୟ ସ୍ତରର ପରୀକ୍ଷାକୁ ଲକ୍ଷ୍ୟ କରି  ଯେଉଁ ଛାତ୍ରଛାତ୍ରୀ  ସମାନ୍ତର ଭାବେ ନିଜକୁ ପ୍ରସ୍ତୁତି କରିଥାନ୍ତି , ବୋର୍ଡର ଭଲ ଫଳାଫଳ ସଦା ତାଙ୍କପାଇଁ ଏକ ଅତିରିକ୍ତ ସଫଳତା ଭାବେ ଆସିଥାଏ।”


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026

You Might Also Like