-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-May-2026
ଅନାଗୁଳ/ପାଲଲହଡା: ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ। ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ଦ୍ଵାରା ଏହି ଚଢ଼ାଉ କରାଯାଇଥିଲା । ଅତିରିକ୍ତ ତହସିଲଦାର ମଦନ ମୋହନଙ୍କ ନେତୃତ୍ୱରେ କନିଷ୍ଠ ଖଣି ଅଧିକାରୀ ରଶ୍ମି ରଞ୍ଜନ ଦେହୁରୀ, ସିଦ୍ଧାନ୍ତ ବେହେରା ଏବଂ ଶ୍ରବଣ କୁମାର ବେହେରାଙ୍କ ସହ ରାଜସ୍ୱ ବିଭାଗର କ୍ଷେତ୍ର କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ଏହି ଚଢ଼ାଉ କରିଥିଲେ। ଚଢାଉରେ କାଇଁସିରପାଲି ପେଟ୍ରୋଲ ପମ୍ପ ନିକଟରୁ ବାଲି ଚୋରାଚାଲାଣ ରେ ସମ୍ପୃକ୍ତ ଏକ ହାଇୱା, ଅବଧି ସରିଯାଇଥିବା ପାସ୍ ଜବତ କରାଯାଇ ପାଳଲହଡା ଥାନା ଅଧିକାରୀଙ୍କ ଜିମାରେ ହସ୍ତାନ୍ତର କରାଯାଇଛି।
ଏହି ସମ୍ପର୍କରେ ତହସିଲଦାର ସୁଶ୍ରୀ ଆକାଂକ୍ଷା ମହାପାତ୍ର କହିଛନ୍ତି, ଅବୈଧ ଖନନ ଓ ପରିବହନ ବିରୋଧରେ ଆଗାମୀ ଦିନରେ ଏପରି ଚଢାଉ ଆହୁରି ଜୋରଦାର କରାଯିବ।