-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
03-May-2026
କଣ୍ଟାମାଳ(ଜୟ କୁମାର ମହାରଣା): ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ବୌଦ୍ଧ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ନାରଦ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ଜିଲ୍ଲା ପ୍ରଚାରକ ପ୍ରମୁଖ ରଘୁନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସାମାଜିକକର୍ମୀ ତଥା ବରିଷ୍ଠ ସାମ୍ବାଦିକ ଦିବ୍ୟ ଶଙ୍କର ରାଉତ ଯୋଗଦେଇ ଆଦ୍ୟ ସାମ୍ବାଦିକ ଦେବାର୍ଷି ନାରଦଙ୍କ ସାମ୍ବାଦିକତା ଆମପାଇଁ ପ୍ରେରଣା ହେବା ଉଚିତ ବୋଲି ମତ ପୋଷଣ କରିଥିଲେ l ମୁଖ୍ୟବକ୍ତା ଭାବେ ସଂଘର ବିଭାଗ ବୌଦ୍ଧିକ ପ୍ରମୁଖ ଦେବବ୍ରତ ପ୍ରାଣିଗ୍ରାହୀ ଯୋଗଦେଇ ଦେବର୍ଷି ନାରଦଙ୍କ ଜୀବନୀ ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରା ତଥା ପଞ୍ଚ ପରିବର୍ତ୍ତନ ଉପରେ ଆଲୋକପlତ କରିଥଲେ l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ନଗର ସଙ୍ଘ ଚାଳକ ଡା ସୁଦର୍ଶନ ମେହେର ଯୋଗଦେଇ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ସଙ୍ଘ ପରିବାରର ବରିଷ୍ଠ ସଦସ୍ୟ ବିଜୟ କୁମାର ସାହୁ ବ୍ୟକ୍ତିଗତ ଗୀତ ଓ ପଦ୍ମ ଚରଣ ମେହେର କୃତଜ୍ଞତା ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ଗୋସେବା ପ୍ରମୁଖ ଲକ୍ଷ୍ମଣ ନାୟକ, ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ପ୍ରଣବ କୁମାର ନାୟକ, ହରଭଙ୍ଗା ଖଣ୍ଡ ସଂଘ ଚାଳକ ରାଜକିଶୋର ଆଗ୍ରୱାଲl ଙ୍କ ସମେତ ଜ଼ିଲ୍ଲାର ବିଭିନ୍ନ ଅଂଚଳରୁ ସାମ୍ବାଦିକ, ଲେଖକ ଓ ସ୍ୱୟଂସେବକ ମାନେ ଯୋଗ ଦେଇଥିଲେ l