-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||     

HOME   ଜିଲ୍ଲା

ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ

30-Apr-2026



ଲଣ୍ଡନ: ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ) ପକ୍ଷରୁ ସପ୍ତମ ଉତ୍କଳ ଦିବସ ଏଠାରେ ନିକଟରେ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଉତ୍ସବ ସ୍ଥଳ ଲଣ୍ଡନର  ଫ୍ରେମାଣ୍ଟଲ ମାର୍ଗ ସ୍ଥିତ ଇଲଫୋର୍ଡ କାଉଣ୍ଟି ଉଚ୍ଚ ବିଦ୍ୟାଳୟର ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା। ପ୍ରେକ୍ଷାଳୟକୁ ଏକ ମିନି ଓଡ଼ିଶା ଭାବରେ ଉପସ୍ଥାପନ କରିବାର ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଥିଲା। ଓଡ଼ିଶା ଓ ଓଡ଼ିଆତ୍ୱର ପ୍ରତିଭା, ପାରଦର୍ଶିତା ତଥା ପ୍ରତିପତ୍ତିର ଭବ୍ୟ ପ୍ରଦର୍ଶନ ଏଠାରେ ଘଟିଥିଲା। ଓଡ଼ିଶାର ଉତ୍କୃଷ୍ଟ କଳା ଉନ୍ନତ ସଂସ୍କୃତି , ଉତ୍ତୁଙ୍ଗ ଐତିହ୍ୟ, ମହାନ ପରମ୍ପରା, ଗର୍ବିତ

ଭାଷା ଏବଂ ମାନବୀୟ ମୁଲ୍ୟବୋଧର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରାଯିବାର ଏହି ମହୋତ୍ସବ ଏକ ପ୍ରକୃଷ୍ଟ କ୍ଷେତ୍ର ଥିଲା। 
ଉତ୍କଳ ଦିବସ ପାଳନରେ ସାମିଲ ହେବା ପାଇଁ ଲଣ୍ଡନ ଏବଂ ୟୁରୋପର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂଖ୍ଯାରେ ଓସୁକର ସଦସ୍ୟ ,ଶୁଭେଚ୍ଛୁ ଏବଂ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ ଏଠାକୁ ଆସିଥିବା ଲକ୍ଷ୍ୟ କରାଯାଇଥିଲା।             

ସ୍ୱାଗତ ଭାଷଣ ପ୍ରଦାନ କରି କୋର ଗ୍ରୁପର ବରିଷ୍ଠ ସଦସ୍ୟ ସୁମନ୍ତ ମାନସିଂହ, ଉତ୍କଳ ଦିବସ ପାଳନ ଲଣ୍ଡନରେ ଅବସ୍ଥାପିତ ଓଡ଼ିଆ ସମ୍ପ୍ରଦାୟର ସମ୍ମିଳିତ ନେତୃତ୍ୱ, ସାମୁହିକ ବିକାଶ ଏବଂ ସଂଗଠିତ ଅସ୍ମିତାର ସ୍ଵାକ୍ଷର ବହନ କରୁଥିବା ଦର୍ଶାଇଥିଲେ। "ମାତୃଭୂମି ମାତୃଭାଷାରେ ମମତା ଯା' ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ" ,ପଦ୍ୟାବଳିକୁ ଆବୃତ୍ତି କରି ଶ୍ରୀ ମାନସିଂହ ଓଡ଼ିଆ ପରିଚିତିର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ।  ଓସୁକର ନିର୍ଦ୍ଦେଶକ ବୃନ୍ଦ ଯଥା:- ଡଃ ବିଭୂତି ଭୂଷଣ ପଟ୍ଟନାୟକ, ପାର୍ଥ ସାରଥି ପଣ୍ଡା, ପ୍ରଭାତ ମିଶ୍ର, ଦୀପ୍ତି ମହାନ୍ତି ଏବଂ ଶ୍ରୀକାନ୍ତ କୁମାର ପାଢୀଙ୍କ ଦ୍ୱାରା  ଜ୍ଞାନ, ଏକତା ଓ ପ୍ରଗତିର ପ୍ରତିବିମ୍ବ ସ୍ୱରୂପ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଆରମ୍ଭ ହୋଇଥିଲା। ଏହାପରେ ଓସୁକର ମହିଳା ସଦସ୍ୟାମାନଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ଆବେଗ ଭରା ଗାୟନ ଖୁବ୍ ଭାବୋଦ୍ଦୀପକ ଥିଲା। ମହୋତ୍ସବର ମୁଖ୍ୟ ଆକର୍ଷଣ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ପ୍ରତିଭା ସମ୍ପନ୍ନ ପିଲାମାନଙ୍କ ଦ୍ୱାରା ପରିବେଷିତ ଆକର୍ଷକ ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଆ ଓ ବଙ୍ଗଳା କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ କଳା ଚାତୁର୍ଯ୍ୟ ବେଶ ଉଚ୍ଚକୋଟୀର ଥିଲା। ଓଲିଉଡର ତାରକା ଗାୟକ ଅସିତ ତ୍ରିପାଠୀଙ୍କର ସୁମଧୁର ଗାୟନ ଶ୍ରୋତାମାନଙ୍କୁ ଅଭିଭୂତ କରିଦେଇଥିଲା। ସମ୍ବଲପୁରୀ, ଓଡ଼ିଆ ଏବଂ ହିନ୍ଦୀର

ଲୋକପ୍ରିୟ ସଙ୍ଗୀତ ଗୁଡ଼ିକୁ ଆଧାର କରି ସ୍ୱନାମଧନ୍ୟ ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟଙ୍କର ବୈଦ୍ୟୁତିକ ନୃତ୍ୟ ଏବଂ ଯାଦୁଭରା ସଙ୍ଗୀତ ପ୍ରସ୍ତୁତି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଉତ୍ସବ ସ୍ଥଳରେ ଖୋଲା ଯାଇଥିବା ଓଡ଼ିଶା ଏବଂ ଅନ୍ୟାନ୍ୟ ପ୍ରଦେଶର ଖାଦ୍ୟଷ୍ଟଲଗୁଡ଼ିକ ଅତିଥି ଓ ଅଭ୍ୟାଗତମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। ବିଶେଷ କରି ଅଂଶଗ୍ରହଣକାରୀମାନେ ପାରମ୍ପରିକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନର ସ୍ବାଦକୁ ମନଭରି ଉପଭୋଗ କରିଥିଲେ। ସ୍ଥାନୀୟ ଚିଲିକା ରେଷ୍ଟୁରାଣ୍ଟ ପକ୍ଷରୁ ସ୍ୱାଦିଷ୍ଟ ଓଡ଼ିଆ ଓ ଅନ୍ୟାନ୍ୟ ଖାଦ୍ୟ  ପରସା ଯିବାର  ବ୍ୟବସ୍ଥା କରାଯାଇଥିଲା। 

ଉତ୍କଳ ଦିବସରେ ଆୟୋଜନରେ ପ୍ରାୟୋଜକ ଭାବରେ ୟୁ.କେ.ର ଆଇ ସିଆଇସିଆଇ ବ୍ୟାଙ୍କ , ଭାଟର ଲ୍ୟାଣ୍ଡ ଲିମିଟେଡ, ୟୁ.କେ.ର ଷ୍ଟେଟ ବ୍ୟାଙ୍କ, ପେମେଟ୍ରିକ୍ସ,ଆମାଡେୟସ ଓ ଫ୍ରିଡମ୍ ସର୍କଲ ପ୍ରମୁଖ ସହଯୋଗ କରିଥିଲେ। ଆୟୋଜକ ଟିମ ତରଫରୁ ଡଃ. ପ୍ରକାଶ ଦେ ଏବଂ ପ୍ରଭାତ ମିଶ୍ର ଉତ୍ସବର ବ୍ୟାପକ ସଫଳତା ପାଇଁ ଅଂଶଗ୍ରହଣକାରୀ, ସ୍ୱୟଂସେବକ, କଳାକାର ଏବଂ ପ୍ରାୟୋଜକ ମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026

You Might Also Like