-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||     

HOME   ଜିଲ୍ଲା

ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ

30-Apr-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ପୌରପାଳିକାର ୱାର୍ଡ ନମ୍ବର ୬, ୭ ଏବଂ ୮ରେ ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ମାନ ରହିଛି,  ସେଥିପାଇଁ ଆଜି ତିନୋଟି ୱାର୍ଡ ର ବାସିନ୍ଦାମାନେ ଏକତ୍ରିତ ହୋଇ ୧୦ ଦଫା ଦାବି ଯଥା ୧. ୱାର୍ଡ ନଂ ୭ ରେ ଅବସ୍ଥିତ ହାଟପଦାପଡ଼ା ପାର୍କର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉନାହିଁ। ଜିମ୍ ଉପକରଣ ଗୁଡ଼ିକ ସ୍ଥାପନ ନହୋଇ ପଡ଼ି ରହିଛି। ପାର୍କରେ ଆଲୋକ ବ୍ୟବସ୍ଥାର ତୁରନ୍ତ ମରାମତି ଓ ନବୀକରଣ ଆବଶ୍ୟକ। ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ସମୟରେ ବିଦ୍ୟୁତ୍ କାଟ ହେଲେ ବ୍ୟବହାରକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨. ମୈତ୍ରୀମହଲ ଛକରୁ ଚିମନିଭାଟି ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ବରପାଲିପଡ଼ା, ଚିମନିଭାଟି (ୱାର୍ଡ ନଂ ୬), ବିଭୂତିପଡ଼ା, ଲକ୍ଷ୍ମୀ ନଗର, ରାମେଶ୍ୱର ନଗର, ହାଟପଦାପଡ଼ା (ୱାର୍ଡ ନଂ ୭), ବ୍ରାହ୍ମଣପଡ଼ା ଏବଂ ଗାନ୍ଧୀନଗରର କିଛି ଅଂଶ (ୱାର୍ଡ ନଂ ୮) ର ବାସିନ୍ଦା ବ୍ୟବହାର କରୁଛନ୍ତି। ଏହା ଛଡା ମେଘନାଦପଡ଼ା ଓ  ସଦେଇପାଲିର ବାସିନ୍ଦା ମଧ୍ୟ ଏହି ରାସ୍ତା ବ୍ୟବହାର କରନ୍ତି। ବଲାଙ୍ଗୀର ପୌରପାଳିକାର ପ୍ରାୟ ୮୦% ଲୋକ ୱାର୍ଡ ନଂ ୭ ରେ ଥିବା ପୁରାତନ ଶ୍ମଶାନକୁ ଯିବା ପାଇଁ ଏହି ରାସ୍ତାବ୍ୟବହାର କରନ୍ତି। ରାସ୍ତାରେ ଅନେକ ଗାତ ସୃଷ୍ଟି ହୋଇଥିବାରୁ ବିଶେଷ କରି ରାତି ସମୟରେ ଯାତାୟାତରେ ନନା ଅସୁବିଧା ହେଉଛି। ଏହି ରାସ୍ତାର ତୁରନ୍ତ ଉନ୍ନତିକରଣ ଆବଶ୍ୟକ। ୩. ୱାର୍ଡ ନଂ ୭ ରେ ଥିବା ଶ୍ମଶାନଟି ବଲାଙ୍ଗୀର ପୌରପାଳିକାର ପ୍ରାୟ ସମସ୍ତ ବାସିନ୍ଦା ବ୍ୟବହାର କରନ୍ତି। ପର୍ଯ୍ୟାପ୍ତ ଆଲୋକ, ପାନୀୟଜଳ, ବସିବା ବ୍ୟବସ୍ଥା ଏବଂ ଶବ ସଂସ୍କାର ପାଇଁ ଆସୁଥିବା ଲୋକଙ୍କ ପାଇଁ ସୁବିଧା ନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସ୍ଥି ରଖିବା ପାଇଁ ଲକର ସୁବିଧା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଜରୁରୀ। ସେଠାରେ ନିୟୋଜିତ ଜଗୁଆଳି/ସୁରକ୍ଷା କର୍ମୀ ପ୍ରାୟତଃ ଅନୁପସ୍ଥିତ ରହୁଛନ୍ତି। ଜଗୁଆଳି ଅଭାବରୁ ଶ୍ମଶାନ ଗୃହର କ୍ଷୟକ୍ଷତି ହେଉଛି, ତେଣୁ ଶ୍ମଶାନର ସୁରକ୍ଷା ନିଶ୍ଚିତ କରାଯିବା ଆବଶ୍ୟକ। ୪. ରାମେଶ୍ୱର ନଗରରୁ ଏନ.ଏଚ୍ (NH)କୁ ସଂଯୋଗ କରୁଥିବା ରାସ୍ତା (ଘିକିୁଡ଼ି ବନ୍ଧ ଆଡ଼ି ଦେଇ) ନିର୍ମାଣ ପାଇଁ ବାସିନ୍ଦାମାନେ ଦାବି କରୁଛନ୍ତି। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଛି। ଏହି ରାସ୍ତାର ଉନ୍ନତିକରଣ ହେଲେ ଆମ୍ବୁଲାନ୍ସ ସହଜରେ ଯାଇପାରିବ। ୫. ରାମେଶ୍ୱର ନଗର ଏବଂ ହାଟପଦା ପଡା ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନାହିଁ। ଫଳରେ ହାଟପଦା ପଡ଼ାର ବର୍ଷା ଜଳ ରାମେଶ୍ୱର ନଗର ଦେଇ ଯାଉଥିବାରୁ ପ୍ରବଳ ବର୍ଷା ସମୟରେ ଲୋକଙ୍କ ଘର ଭିତରକୁ ପାଣି ପଶୁଛି। ୱାର୍ଡ ନଂ ୭ ଓ ୮ ର ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ଟିକେଶ୍ୱର ଗୁରୁଙ୍କ ବାସଭବନରୁ ଲକ୍ଷ୍ମୀ ଜୋର ସାପ୍ତାହିକ ବଜାର ପର୍ଯ୍ୟନ୍ତ ଏକ ଗଭୀର ଡ୍ରେନ୍ ନିର୍ମାଣ ଆବଶ୍ୟକ। ୬. ଗାନ୍ଧୀନଗରପଡ଼ା ଏବଂ ଜୁନହାଡିହି (ୱାର୍ଡ ନଂ ୭ ର ଅଂଶ) ର ରାସ୍ତାଗୁଡ଼ିକରେ ତୁରନ୍ତ ଡ୍ରେନେଜ୍ ବ୍ୟବସ୍ଥା ସହ ଉନ୍ନତିକରଣ ଆବଶ୍ୟକ। (୧) ହାଟପଦାପଡ଼ା କମ୍ୟୁନିଟି ସେଣ୍ଟର, (୨) ଗାନ୍ଧିଜୀ କ୍ଲବ, ଗାନ୍ଧୀନଗରପଡ଼ା ଏବଂ (୩) ନିଦ୍ରା ଗଳି କମ୍ୟୁନିଟି ହଲ୍ ଠାରେ ସାର୍ବଜନୀନ ଶୌଚାଳୟ ନିର୍ମାଣ ଜରୁରୀ। ୮. ୱାର୍ଡ ନଂ ୬, ୭ ଏବଂ ୮ର ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଆବଶ୍ୟକ। ୯. ସାପ୍ତାହିକ ବଜାର ସ୍ଥାନର ଉପଯୁକ୍ତ ଉନ୍ନତିକରଣ ଆବଶ୍ୟକ। ୧୦. ପି.ଆର. ହାଇସ୍କୁଲର ପୁରାତନ ଖେଳପଡ଼ିଆର ଉନ୍ନତିକରଣ ସହ ଆଲୋକ, ବସିବା, ପାନୀୟ ଜଳ ଏବଂ ଡ୍ରେନେଜ୍ ବ୍ୟବସ୍ଥା କରାଯାଉ। ଆଦିକୁ ନେଇ ବଲାଙ୍ଗୀର ପୌରପରିଷଦର ଆଧ୍ୟକ୍ଷା ଲିକା ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଙ୍କୁ ସାକ୍ଷାତ କରି ଉପସ୍ଥାପନ ତଥା ପ୍ରଦାନ କରିଥିଲେ। ଏହି ଦାବିପତ୍ର ରେ ତିନି ପଡାର ପ୍ରାୟ ୩୦୦ ଲୋକ ଦସ୍ତଖତ ଦେଇଥିଲେ। ଆଜି ତିନି ୱାର୍ଡ ର ବୁଦ୍ଧିଜୀବୀ, ଯୁବକ, ମହିଳା ସମେତ ପ୍ରାୟ ୫୦ରୁ ଉର୍ଦ୍ଧ ଲୋକ ଯାଇ ଦାବିପତ୍ର ଜଣାଇଥିବା ବେଳେ ବେଳେ ଉଭୟ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ସମସ୍ତ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ୱାର୍ଡ ବାସିନ୍ଦା ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ସମୟରେ ସ୍ଥାନୀୟ ବାସିନ୍ଦା ଲୋଟସ ଷଡ଼ଙ୍ଗୀ, ସଚିତାନନ୍ଦ ଶତପଥି, ଦିଗାମ୍ବର ତ୍ରିପାଠୀ, ଭ୍ରମକକର କାଣ୍ଡି, ସାନ୍ତୁନୁ ମିଶ୍ର, ଜଗନ୍ନାଥ ମିଶ୍ର, ପବିତ୍ର ଖୁଣ୍ଟିଆ, ମୁରଲୀଧର ପତି, ସୁରେନ୍ଦ୍ର ମିଶ୍ର, କିଶୋର ଦଣ୍ଡସେନା, ଟିକୁ ପରିଛା, ବିଭୁଦତ୍ତ ଗୁରୁ, ପୃଥ୍ୱୀରାଜ ବରାଡ଼, ଲକ୍ଷ୍ମୀ ସ୍ୱାଇଁ, ମୁନା ପାଳ, ଦେବେନ୍ଦ୍ର ସାହୁ,ନୀତିଆ ପଧାନ, ସନତ ତ୍ରିପାଠୀ, ଦେବେନ ପାତ୍ର, ଗୋବିନ୍ଦ ଶତପଥି, ବେଳାର ଥପା, ରାଜୁ ସାହୁ, ସନ୍ତୋଷ ସାହୁ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026

You Might Also Like