-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
24-Apr-2026
କଟକ(ପ୍ରେରଣା ଖବର):କଟକ ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଷ୍ଟେଟ ପ୍ରାଇଭେଟ ଆଇ.ଟି.ଆଇ ଏସସେସନ(ସ୍ପିଟିଆ) ଓଡିଶା, ର ଏକ ଜରୁରୀ କାଳିନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ସଭାପତି ଡ଼.ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ମିଳନ ମହାପାତ୍ର, ଉପସଭାପତି ତ୍ରିଲୋଚନ ରାୟ, ଦିଲୀପ ମହାଭୋଇ,କୋଷାଧକ୍ଷ ଆତିଶ କୁମାର ରାଉତ ମଞ୍ଚାସୀନ ଥିଲେ l ମୁଖ୍ୟତଃ ଆଜିର ଏହି ବୈଠକରେ NIMS ଓ SIDH ପୋଟାଲକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ ହୋଇଥିଲା l ଏବଂ ତୃତୀୟ ସିଫ୍ଟକୁ ଅନୁମୋଦନ କରିବା ପାଇଁ ଦାବି କରାଯାଇ ଥିଲା l ସଭା ପରେ ସଭାପତିଙ୍କ ନେତୃତ୍ୱରେ ଶତାଧିକ ଆଇ. ଟି.ଆଇ. ସଂଘର ସଦସ୍ୟା କଟକ ସ୍ଥିତ ଡାଇରେକ୍ଟଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ l ଆଗାମୀ ଦିନରେ କାର୍ଯ୍ୟକାରୀ ନ ହେଲେ ବା ଦାବି ପୂରଣ ନହେଲେ ମାନ୍ୟବର ହାଇକୋର୍ଟଙ୍କର ଦ୍ୱାରସ୍ଥ ହେବା
ପାଇଁ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି l
ଆଜିର ଏହି ବୈଠକରେ ନିର୍ବାଚନ ଅଧିକାରୀ ଜୟନ୍ତ ବିଶ୍ୱାଳ, ପୂର୍ବତନ ସଭାପତି ତାରା ପ୍ରସନ୍ନ ଶତପଥୀ, ଶ୍ରୀନିବାସ ସୁବୁଦ୍ଧି, ଆଇନ ପରାମର୍ଶ ଦାତା ସଞ୍ଜୟ କୁମାର ଦାଶ, ବଲାଙ୍ଗିର ଜୋନରେ ଜୋନାଲ ସେକ୍ରେଟାରୀ ପ୍ରଦୀପ୍ତ କୁମାର ମିଶ୍ର, ସମ୍ବଲପୁର ଜୋନର ଡ଼. ବିରେନ ପାଢ଼ୀ, ସ୍ୱାଧୀନ ନାୟକ, ବିଶ୍ୱଜିତ ପଣ୍ଡା, ନିଶିକାନ୍ତ ସେଠି, ଆଲୋକ ପତି, ଗଣେଶ ବିଶ୍ୱାଳ, ବିଶ୍ୱନାଥ ଦାଶ, ବିଶ୍ୱଜିତ ବାରିକ ସମସ୍ତ ଜୋନ ର ଜୋନାଲ ସେକ୍ରେଟାରୀଙ୍କ ସମେତ ଅନେକ ଶତାଧିକ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l