-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
24-Apr-2026
ଡାବୁଗାଁ (ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ପରିସରରେ ଶୁକ୍ରବାର ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି। ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ସଭାପତି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ସାଂସଦ ପ୍ରତିନିଧି ଯେ ରାଜ ସେଖର ରାଓ , ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର କୁମାର ମିଶ୍ର , ବିଡିଓ ସମିର ପାତ୍ର, ଡାବୁଗାଁ ଜୋନ ଜିଲା ପରିଷଦ ସଭ ଧନସିଂ ଭତ୍ରା , ସମସ୍ତ ପଞ୍ଚାୟତ ପ୍ରତିନିଧି, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱ ଓ ଗ୍ରାମୀଣ ଉନ୍ନତିରେ ଏହାର ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୧୪ଜଣ ହିତାଧିକାରୀ ଙ୍କୁ ସମୟ ସିମା ମଧ୍ୟରେ ଗୃହ କାର୍ଯ୍ୟ ସମୂର୍ଣ୍ଣ କରିଥିବରୁ ସେମାନଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ , ୧୨୬ଜଣ ହିତାଧିକାରୀ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ବଣ୍ଟନ କରାଯାଇଛି ।
ବକ୍ତାମାନେ କହିଥିଲେ ଯେ, ପଞ୍ଚାୟତିରାଜ ବ୍ୟବସ୍ଥା ଗ୍ରାମ ସ୍ତରରେ ଲୋକତନ୍ତ୍ରକୁ ସୁଦୃଢ କରିବା ସହ ଲୋକଙ୍କ ସମସ୍ୟାର ସମାଧାନରେ ମୁଖ୍ୟ ଭୂମିକା ନିଭାଉଛି। ଗ୍ରାମ ଉନ୍ନୟନ, ପାନୀୟ ଜଳ, ରାସ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ପଞ୍ଚାୟତ ମାନଙ୍କ ଅବଦାନ ଅପାର ବୋଲି ସେମାନେ କହିଥିଲେ।ଶେଷରେ ସମସ୍ତେ ଗ୍ରାମ ଉନ୍ନତି ଓ ସ୍ୱଚ୍ଛ ପ୍ରଶାସନ ପାଇଁ ସମିଳିତ ଭାବେ କାମ କରିବାକୁ ସଂକଳ୍ପ ନେଇଥିଲେ।