-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
ନିଶ୍ଚିନ୍ତକୋଇଲି (ପ୍ରେରଣା ଖବର): ଅଶୁରେଶ୍ଵର ସ୍ଥାନୀୟ କେନାଲ ବନ୍ଦରୁ ଆଜି ପୂର୍ବାହ୍ନ ୧୦ ବେଳେ ଜନୈକl ଯୁବତୀକୁ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ଯୁବତୀର ବାପା ଓ ପରିବାର ଲୋକେ ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ପୋଲିସ ଘଟଣ ସମ୍ପର୍କରେ ତଦନ୍ତ ଚଳାଇଥିଲେ ।ମାତ୍ର ପରବର୍ତ୍ତୀ ସମୟରେ ଯୁବକ ଯୁବତୀ କେନ୍ଦ୍ରାପଡ଼ା ତିନିମୁହାଣି ସ୍ଥିତ ଶ୍ରୀ ରାମ ମନ୍ଦିରରେ ବିବାହ କରିଥିବା ନେଇ ଉଭୟଙ୍କ ଯୁଗଳ ଫଟୋ ଓ ବିବାହ ପ୍ରମାଣ ପତ୍ର ପୋଲିସ ନିକଟକୁ ପଠାଇ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)