-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
24-Apr-2026
( ରଂଜିତ ମହାନ୍ତି )
ବରୀରେ ଅସହ୍ୟ କଲାଣି ଗ୍ରୀଷ୍ମ ପ୍ରବାହ। ୧୧ବାଜିଲେ ପଦାକୁ ବାହାରିବା କଷ୍ଟସାଧ୍ୟ। ପ୍ରବଳ ଗୁଳୁଗୁଳି ଓ ଝାଞ୍ଜି ପବନ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ପକାଉଛି l ବରୀ ରେ ୩୯ ଡିଗ୍ରୀ ପାରଦ ଛୁଇଁଲାଣି। ପଦାକୁ ବାହାରିକୁ ଡରଲାଗୁଛି l ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏହାକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ଆଜି ଠାରୁ ୨୫ ତାରିଖ ୪ ଦିନ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି l ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଛି ସକାଳ ୯ ଟା ହେଲେ ବାହାରକୁ ବାହାରିବା କଷ୍ଠ ହେଉଛି l ରାସ୍ତା ଘାଟ ରେ ନାହିଁ ଉପଯୁକ୍ତ ପାନୀୟ ବ୍ୟବସ୍ଥା l ଗାଢିଆ, ପୋଖରୀ, ନାଳ ଶୁଖି ଗଲାଣି। ପଶୁ, ପକ୍ଷୀ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି। ବାଟେଇ ମାନେ ପାଣି ମୁନ୍ଦେ ପିଇବାକୁ ହଇରାଣ ହେଉଛନ୍ତି l ବିଷୁବସଂକ୍ରାନ୍ତି ରେ କିଛି ସ୍ଥାନରେ ଜଳଛତ୍ର ଏବେ କିଛି ସ୍ଥାନରେ ଜଳଛତ୍ର ଚାଲିଛି ମାତ୍ର ଆବଶ୍ୟକ ମୁତାବକ ଜଳଛତ୍ର ଖୋଲା ଯାଉନଥିବାରୁ ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ପାରୁନାହିଁ l ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।