-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||     

HOME   ରାଜ୍ୟ

ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ

24-Apr-2026



ରିପୋର୍ଟ : ମଳୟ ମିଶ୍ର 

ବରଗଡର ଠକ ସୁନ୍ଦରଗଡ ପୁଲିସ ଦ୍ବାରା ବଲାଙ୍ଗୀରରୁ ଗିରଫ 

ବଲାଙ୍ଗୀର: ପଶ୍ଚିମଓଡିଶାର ବରଗଡ ଜିଲ୍ଲାର ଏକ ଗ୍ରାମୀଣ ନିମ୍ନବିତ୍ତ ପରିବାରର ଜଣେ ଦଳିତଯୁବକର ବହୁରୂପୀ ଠକେଇ ରେ ବିଭିନ୍ନ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ଵର ପର୍ଯ୍ୟନ୍ତ ଅଞ୍ଚଳର ବହୁଲୋକ ସର୍ବସ୍ବାନ୍ତ ହୋଇଥିବା ଓ ଶେଷରେ ଉକ୍ତ ଠକକୁ ଠକେଇ ଏତଲା ପରେ ଏକ ମାମଲାରେ ସୁନ୍ଦରଗଡ ପୁଲିସ ବଲାଙ୍ଗୀରରୁ ଗିରଫ କରିନେବା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି।ପ୍ରକାଶ ଯେ, କୌଣସିପ୍ରକାର ଶିକ୍ଷାଗତ ପ୍ରମାଣପତ୍ର ନ ଥାଇ ବରଗଡ ଜିଲ୍ଲା ଗାଇସିଲେଟ ଥାନାନ୍ତର୍ଗତ କନ୍ଦାଗାଡ ଗ୍ରାମର ଜଣେ ହରିଜନ ଯୁବକ ସରୋଜ କୁମ୍ଭାର ଓରଫ ସରୋଜ କୁମାର କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା କଲେଜର ଏଜୁକେଶନ ବିଭାଗର ଜଣେ ଅଧ୍ୟାପକ ଭାବେ ପରିଚାଳନା କମିଟିର ଅନୁମୋଦନ କ୍ରମେ ନିଯୁକ୍ତ ହୋଇଥିଲେ।  ସେହି ସମୟ ମଧ୍ଯରେ ସେ ଗାଇସିଲେଟର 'ଆକାଂକ୍ଷା ମୋଟର୍ସ'ରୁ ଏକ ଜୁପିଟର ସ୍କୁଟି ଲୋଇସିଂହା କଲେଜର ଠିକଣା ଦେଇ ଲୋଇସିଂହା ଇଣ୍ଡିଆନ୍ ବ୍ୟାଙ୍କ ଶାଖାରୁ କିସ୍ତିରେ କିଣିଥିଲେ। ତେବେ ସେ ପିଏଚଡି କରିଥିବା ବାହାସ୍ଫୋଟ ମାରୁଥିବା ସତ୍ତ୍ବେ ପିଲାଙ୍କୁ ଶ୍ରେଣୀରେ ପଢାଇଲା ବେଳେ ତାଙ୍କର କୌଣସିପ୍ରକାର ଶିକ୍ଷାଦାନର ଯୋଗ୍ଯତା ନ ଥିବା ଓ ଅନାବନା କାର୍ଯ୍ୟକଳାପ 

ଏବଂ ସେ ତାଙ୍କର ପ୍ରମାଣପତ୍ର ଏବଂ ତଥାକଥିତ ପିଏଚଡିର ପ୍ରମାଣ ଇତ୍ୟାଦି ଦାଖଲ କରି ନ ପାରିବା ଯୋଗୁଁ ସନ୍ଦେହ ହେବାରୁ ତାଙ୍କୁ ବାହାର କରି ଦିଆଯାଇଥିଲା । ତେବେ ପରିଚାଳନା କମିଟି କିପରି ତାଙ୍କୁ କେଉଁ ଭିତ୍ତିରେ ଚାକିରୀରେ ରଖିଥିଲା ଓ ଉକ୍ତ ବ୍ୟାଙ୍କ ମଧ୍ଯ ତାଙ୍କର  ପାନ୍ କାର୍ଡ ଇତ୍ୟାଦି ବିନା ଦଲିଲ୍ ଦସ୍ତାବିଜ୍ ରେ କିପରି ଲକ୍ଷାଧିକ ଟଙ୍କାର ଋଣ ମଞ୍ଜୁର କଲା , ତାହା ମଧ୍ଯ ତଦନ୍ତ ସାପେକ୍ଷ ! ସେ ଯା' ହେଉ,  ଥାନାରେ ତାଙ୍କ ବିରୋଧରେ ଭାଲୁଗାଡର ଜଣେ  ମହିଳାଙ୍କ ପକ୍ଷରୁ ତାଙ୍କ ପୁଅଝିଅଙ୍କୁ ବାଣିଜ୍ଯକର ବିଭାଗରେ ଚାକିରୀ କରାଇଦେବାକୁ ତାଙ୍କଠାରୁ ଫୋନ୍ ପେ ,ବ୍ୟାଙ୍କ ଓ ନଗଦରେ ୧୫ ଲକ୍ଷ ଟଙ୍କା ଠକିନେଇ ଆହୁରି ୧୦ ଲକ୍ଷ ଟଙ୍କା ମାଗିବା ଓ ସନ୍ଦେହ ହେବାରୁ ଟଙ୍କା ଫେରସ୍ତ ମାଗିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲାର ଭଷ୍ମା ଥାନାପୁଲିସ ଗତ ୧୭ ତାରିଖରେ ଏହି ଅଭିଯୁକ୍ତ ଠକ   ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀ ଓରଫ ସରୋଜ କୁମାରକୁ ବଲାଙ୍ଗୀର ଟାଉନଥାନାର ଭାଗିରଥୀଛକରୁ ଉଠାଇ ନେଇ ଗିରଫ କରି କୋର୍ଟଚାଲାଣ କରିଛି। ସେ ବଲାଙ୍ଗୀର ପ୍ୟାଲେସ ଲାଇନ୍ ରେ ପତ୍ନୀ କରିଶ୍ମାଙ୍କ ସହ ଏକ ଭଡାଘରେ ରହୁଥିଲା । ପୁଲିସ ତା' ଘର ଉପରେ ଖାନତଲାସ କରି ଏକ ହୁଣ୍ଡାଇ ଭେରେନା କାର୍ , ୮ ଟି ମୋବାଇଲ, ଟାବଲେଟ , ୫ଟି ଏଟିଏମ୍ କାର୍ଡ , ଚେକ୍ ବୁକ୍  ଓ ୭ଟି ପାସବୁକ୍ ଇତ୍ୟାଦି ଜବତ କରିଥିବା ସମ୍ପର୍କରେ ସୁନ୍ଦରଗଡ ଏସଡିପିଓ ନିର୍ମଳ ମହାପାତ୍ର ଙ୍କ ଠାରୁ ଅନୁଷ୍ଠିତ ଏକ ସମ୍ବାଦଦାତା ସମ୍ମିଳନୀରୁ ପ୍ରକାଶ।  ଠକ ଜଣକ  ଟଙ୍କାପଇସାବାଲୀ ମହିଳାଙ୍କୁ ଟାର୍ଗେଟ୍ କରି ହନିଟ୍ରାପ୍ ରେ ଫସାଇ ଲକ୍ଷ  ଲକ୍ଷ ଟଙ୍କା ବିଭିନ୍ନ ଆଳରେ ଠକିନେଇ ମୁଖ୍ୟତଃ ଏହି ଟଙ୍କାକୁ 

ଅନ୍ ଲାଇନ ଟ୍ରେଡିଂରେ ଲଗାଉଥିବା  ଭଷ୍ମା ଆଇଆଇସି ଅମର ହୋତାଙ୍କ ଠାରୁ ପ୍ରକାଶ। ଏହି ମାମଲାଟି ଗତ ୨୭.୦୮.୨୫ ତାରିଖରେ ଏତଲା ହୋଇଥିଲା ଓ ତତ୍କାଳୀନ ଥାନାଧିକାରୀ ସୁଶାନ୍ତ ପରିଡା ଏହାକୁ ଋଜୁ କରିଥିଲେ। ଅଭିଯୋଗକାରିଣୀ ମହିଳା ରଞ୍ଜିତା କାଲୋ  ଗତ ୧୯.୧୧.୨୦୨୪ ତାରିଖରେ ଅଭିଯୁକ୍ତ ଠକ   ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀଙ୍କ ସହ ତା'ର ଜାଲ୍ ଆକାଉଣ୍ଟର ଫେସବୁକ୍ ଫ୍ରେଣ୍ଡସିପ୍ ରୁ ତା' ସହ ସମ୍ପର୍କ ଯୋଡିଥିବା କହିଛନ୍ତି ।  ଏଥିରେ ଅଭିଯୁକ୍ତ ଠକର ପତ୍ନୀର ସମ୍ପୃକ୍ତି ସହ ...ବାରିକ , ଆଲୋକ ପ୍ରଧାନ , .....ବେହେରା ଇତ୍ୟାଦି
ଅନ୍ଯାନ୍ଯ କେତେକ ସହଯୋଗୀ ରହିଥିବା ପୁଲିସ ତଦନ୍ତରୁ ପ୍ରକାଶ  । ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର କନ୍ଦାଜୁରୀର ଜଣେ ତରୁଣୀଙ୍କୁ ବିବାହ କରିଛି । 

ଅଧିକନ୍ତୁ ସରୋଜ କୁମ୍ଭାରର ଆଉ କେତେକ କାରନାମାର ପର୍ଦ୍ଦାଫାସ୍ ହୋଇ ନ ଥିଲେ ହେଁ , ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ।  ତନ୍ମଧ୍ୟରୁ ଏହି ଠକ ଜଣକ କିଛିଦିନ ତଳେ ଜଣେ ପୁଲିସ ଆଇ ଆଇ ସି ଙ୍କ ଭୁବନେଶ୍ବର ଅଞ୍ଚଳର ଅଧ୍ୟାପିକା ପତ୍ନୀଙ୍କୁ ପି ଏଚ ଡି କରାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଇଥିବା ପ୍ରକାଶ  ।  କ୍ୟାପିଟାଲ ଭୁବନେଶ୍ବରରେ ଏକ ବହୁମୂଲ୍ଯ ଫ୍ଲାଟ୍ କୁ ୪ କୋଟି ଟଙ୍କାରେ ବିକ୍ରିକରିବାକୁ ୧ କୋଟି ଟଙ୍କା ( ? ) ର ଅଗ୍ରୀମ ଠକିନେଇଥିବା ଏବଂ ଏଥିରେ ସର୍ବସ୍ବାନ୍ତ ହୋଇଥିବା ଜଣେ କର୍ମଚାରୀ ବା ପିଅନ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ସହ ସଂପ୍ରତି ବୀରମହାରାଜପୁର ରାଜସ୍ବ ବିଭାଗକୁ ବଦଳି ହୋଇଥିବା ଜଣାଯାଏ । ତାଙ୍କ ପାଖରେ ଠକର ଉକ୍ତ ଜୁପିଟର ସ୍କୁଟିଟି ରହିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ  । ସେ  କାହିଁକି ତାଙ୍କୁ ଏତେ ପରିମାଣର ଅର୍ଥ ଠକେଇ ସତ୍ତ୍ବେ ଥାନାପୁଲିସର ଆଶ୍ରୟ ନେଇ ନାହାଁନ୍ତି ଓ  କେଉଁଠୁଁ ଏତେ ଟଙ୍କା ଉପାର୍ଜନ କଲେ , ତଦନ୍ତସାପେକ୍ଷ  !  ତେଣୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଜାଲ୍ ପରିଚୟରେ ଏହି ବହୁରୂପୀ ଠକର ଆଉ କେଉଁ କେଉଁଠି କି କି କାଣ୍ଡକାରନାମା ରହିଛି , ତାହାର ଏକ ବିସ୍ତୃତ ଅନୁସନ୍ଧାନମୂଳକ ରିପୋର୍ଟ  ପରେ ପ୍ରକାଶ ପାଇବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026

You Might Also Like