-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||     

HOME   ରାଜ୍ୟ

ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ

24-Apr-2026



ରିପୋର୍ଟ : ମଳୟ ମିଶ୍ର 

ବରଗଡର ଠକ ସୁନ୍ଦରଗଡ ପୁଲିସ ଦ୍ବାରା ବଲାଙ୍ଗୀରରୁ ଗିରଫ 

ବଲାଙ୍ଗୀର: ପଶ୍ଚିମଓଡିଶାର ବରଗଡ ଜିଲ୍ଲାର ଏକ ଗ୍ରାମୀଣ ନିମ୍ନବିତ୍ତ ପରିବାରର ଜଣେ ଦଳିତଯୁବକର ବହୁରୂପୀ ଠକେଇ ରେ ବିଭିନ୍ନ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ଵର ପର୍ଯ୍ୟନ୍ତ ଅଞ୍ଚଳର ବହୁଲୋକ ସର୍ବସ୍ବାନ୍ତ ହୋଇଥିବା ଓ ଶେଷରେ ଉକ୍ତ ଠକକୁ ଠକେଇ ଏତଲା ପରେ ଏକ ମାମଲାରେ ସୁନ୍ଦରଗଡ ପୁଲିସ ବଲାଙ୍ଗୀରରୁ ଗିରଫ କରିନେବା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି।ପ୍ରକାଶ ଯେ, କୌଣସିପ୍ରକାର ଶିକ୍ଷାଗତ ପ୍ରମାଣପତ୍ର ନ ଥାଇ ବରଗଡ ଜିଲ୍ଲା ଗାଇସିଲେଟ ଥାନାନ୍ତର୍ଗତ କନ୍ଦାଗାଡ ଗ୍ରାମର ଜଣେ ହରିଜନ ଯୁବକ ସରୋଜ କୁମ୍ଭାର ଓରଫ ସରୋଜ କୁମାର କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା କଲେଜର ଏଜୁକେଶନ ବିଭାଗର ଜଣେ ଅଧ୍ୟାପକ ଭାବେ ପରିଚାଳନା କମିଟିର ଅନୁମୋଦନ କ୍ରମେ ନିଯୁକ୍ତ ହୋଇଥିଲେ।  ସେହି ସମୟ ମଧ୍ଯରେ ସେ ଗାଇସିଲେଟର 'ଆକାଂକ୍ଷା ମୋଟର୍ସ'ରୁ ଏକ ଜୁପିଟର ସ୍କୁଟି ଲୋଇସିଂହା କଲେଜର ଠିକଣା ଦେଇ ଲୋଇସିଂହା ଇଣ୍ଡିଆନ୍ ବ୍ୟାଙ୍କ ଶାଖାରୁ କିସ୍ତିରେ କିଣିଥିଲେ। ତେବେ ସେ ପିଏଚଡି କରିଥିବା ବାହାସ୍ଫୋଟ ମାରୁଥିବା ସତ୍ତ୍ବେ ପିଲାଙ୍କୁ ଶ୍ରେଣୀରେ ପଢାଇଲା ବେଳେ ତାଙ୍କର କୌଣସିପ୍ରକାର ଶିକ୍ଷାଦାନର ଯୋଗ୍ଯତା ନ ଥିବା ଓ ଅନାବନା କାର୍ଯ୍ୟକଳାପ 

ଏବଂ ସେ ତାଙ୍କର ପ୍ରମାଣପତ୍ର ଏବଂ ତଥାକଥିତ ପିଏଚଡିର ପ୍ରମାଣ ଇତ୍ୟାଦି ଦାଖଲ କରି ନ ପାରିବା ଯୋଗୁଁ ସନ୍ଦେହ ହେବାରୁ ତାଙ୍କୁ ବାହାର କରି ଦିଆଯାଇଥିଲା । ତେବେ ପରିଚାଳନା କମିଟି କିପରି ତାଙ୍କୁ କେଉଁ ଭିତ୍ତିରେ ଚାକିରୀରେ ରଖିଥିଲା ଓ ଉକ୍ତ ବ୍ୟାଙ୍କ ମଧ୍ଯ ତାଙ୍କର  ପାନ୍ କାର୍ଡ ଇତ୍ୟାଦି ବିନା ଦଲିଲ୍ ଦସ୍ତାବିଜ୍ ରେ କିପରି ଲକ୍ଷାଧିକ ଟଙ୍କାର ଋଣ ମଞ୍ଜୁର କଲା , ତାହା ମଧ୍ଯ ତଦନ୍ତ ସାପେକ୍ଷ ! ସେ ଯା' ହେଉ,  ଥାନାରେ ତାଙ୍କ ବିରୋଧରେ ଭାଲୁଗାଡର ଜଣେ  ମହିଳାଙ୍କ ପକ୍ଷରୁ ତାଙ୍କ ପୁଅଝିଅଙ୍କୁ ବାଣିଜ୍ଯକର ବିଭାଗରେ ଚାକିରୀ କରାଇଦେବାକୁ ତାଙ୍କଠାରୁ ଫୋନ୍ ପେ ,ବ୍ୟାଙ୍କ ଓ ନଗଦରେ ୧୫ ଲକ୍ଷ ଟଙ୍କା ଠକିନେଇ ଆହୁରି ୧୦ ଲକ୍ଷ ଟଙ୍କା ମାଗିବା ଓ ସନ୍ଦେହ ହେବାରୁ ଟଙ୍କା ଫେରସ୍ତ ମାଗିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲାର ଭଷ୍ମା ଥାନାପୁଲିସ ଗତ ୧୭ ତାରିଖରେ ଏହି ଅଭିଯୁକ୍ତ ଠକ   ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀ ଓରଫ ସରୋଜ କୁମାରକୁ ବଲାଙ୍ଗୀର ଟାଉନଥାନାର ଭାଗିରଥୀଛକରୁ ଉଠାଇ ନେଇ ଗିରଫ କରି କୋର୍ଟଚାଲାଣ କରିଛି। ସେ ବଲାଙ୍ଗୀର ପ୍ୟାଲେସ ଲାଇନ୍ ରେ ପତ୍ନୀ କରିଶ୍ମାଙ୍କ ସହ ଏକ ଭଡାଘରେ ରହୁଥିଲା । ପୁଲିସ ତା' ଘର ଉପରେ ଖାନତଲାସ କରି ଏକ ହୁଣ୍ଡାଇ ଭେରେନା କାର୍ , ୮ ଟି ମୋବାଇଲ, ଟାବଲେଟ , ୫ଟି ଏଟିଏମ୍ କାର୍ଡ , ଚେକ୍ ବୁକ୍  ଓ ୭ଟି ପାସବୁକ୍ ଇତ୍ୟାଦି ଜବତ କରିଥିବା ସମ୍ପର୍କରେ ସୁନ୍ଦରଗଡ ଏସଡିପିଓ ନିର୍ମଳ ମହାପାତ୍ର ଙ୍କ ଠାରୁ ଅନୁଷ୍ଠିତ ଏକ ସମ୍ବାଦଦାତା ସମ୍ମିଳନୀରୁ ପ୍ରକାଶ।  ଠକ ଜଣକ  ଟଙ୍କାପଇସାବାଲୀ ମହିଳାଙ୍କୁ ଟାର୍ଗେଟ୍ କରି ହନିଟ୍ରାପ୍ ରେ ଫସାଇ ଲକ୍ଷ  ଲକ୍ଷ ଟଙ୍କା ବିଭିନ୍ନ ଆଳରେ ଠକିନେଇ ମୁଖ୍ୟତଃ ଏହି ଟଙ୍କାକୁ 

ଅନ୍ ଲାଇନ ଟ୍ରେଡିଂରେ ଲଗାଉଥିବା  ଭଷ୍ମା ଆଇଆଇସି ଅମର ହୋତାଙ୍କ ଠାରୁ ପ୍ରକାଶ। ଏହି ମାମଲାଟି ଗତ ୨୭.୦୮.୨୫ ତାରିଖରେ ଏତଲା ହୋଇଥିଲା ଓ ତତ୍କାଳୀନ ଥାନାଧିକାରୀ ସୁଶାନ୍ତ ପରିଡା ଏହାକୁ ଋଜୁ କରିଥିଲେ। ଅଭିଯୋଗକାରିଣୀ ମହିଳା ରଞ୍ଜିତା କାଲୋ  ଗତ ୧୯.୧୧.୨୦୨୪ ତାରିଖରେ ଅଭିଯୁକ୍ତ ଠକ   ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀଙ୍କ ସହ ତା'ର ଜାଲ୍ ଆକାଉଣ୍ଟର ଫେସବୁକ୍ ଫ୍ରେଣ୍ଡସିପ୍ ରୁ ତା' ସହ ସମ୍ପର୍କ ଯୋଡିଥିବା କହିଛନ୍ତି ।  ଏଥିରେ ଅଭିଯୁକ୍ତ ଠକର ପତ୍ନୀର ସମ୍ପୃକ୍ତି ସହ ...ବାରିକ , ଆଲୋକ ପ୍ରଧାନ , .....ବେହେରା ଇତ୍ୟାଦି
ଅନ୍ଯାନ୍ଯ କେତେକ ସହଯୋଗୀ ରହିଥିବା ପୁଲିସ ତଦନ୍ତରୁ ପ୍ରକାଶ  । ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର କନ୍ଦାଜୁରୀର ଜଣେ ତରୁଣୀଙ୍କୁ ବିବାହ କରିଛି । 

ଅଧିକନ୍ତୁ ସରୋଜ କୁମ୍ଭାରର ଆଉ କେତେକ କାରନାମାର ପର୍ଦ୍ଦାଫାସ୍ ହୋଇ ନ ଥିଲେ ହେଁ , ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ।  ତନ୍ମଧ୍ୟରୁ ଏହି ଠକ ଜଣକ କିଛିଦିନ ତଳେ ଜଣେ ପୁଲିସ ଆଇ ଆଇ ସି ଙ୍କ ଭୁବନେଶ୍ବର ଅଞ୍ଚଳର ଅଧ୍ୟାପିକା ପତ୍ନୀଙ୍କୁ ପି ଏଚ ଡି କରାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଇଥିବା ପ୍ରକାଶ  ।  କ୍ୟାପିଟାଲ ଭୁବନେଶ୍ବରରେ ଏକ ବହୁମୂଲ୍ଯ ଫ୍ଲାଟ୍ କୁ ୪ କୋଟି ଟଙ୍କାରେ ବିକ୍ରିକରିବାକୁ ୧ କୋଟି ଟଙ୍କା ( ? ) ର ଅଗ୍ରୀମ ଠକିନେଇଥିବା ଏବଂ ଏଥିରେ ସର୍ବସ୍ବାନ୍ତ ହୋଇଥିବା ଜଣେ କର୍ମଚାରୀ ବା ପିଅନ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ସହ ସଂପ୍ରତି ବୀରମହାରାଜପୁର ରାଜସ୍ବ ବିଭାଗକୁ ବଦଳି ହୋଇଥିବା ଜଣାଯାଏ । ତାଙ୍କ ପାଖରେ ଠକର ଉକ୍ତ ଜୁପିଟର ସ୍କୁଟିଟି ରହିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ  । ସେ  କାହିଁକି ତାଙ୍କୁ ଏତେ ପରିମାଣର ଅର୍ଥ ଠକେଇ ସତ୍ତ୍ବେ ଥାନାପୁଲିସର ଆଶ୍ରୟ ନେଇ ନାହାଁନ୍ତି ଓ  କେଉଁଠୁଁ ଏତେ ଟଙ୍କା ଉପାର୍ଜନ କଲେ , ତଦନ୍ତସାପେକ୍ଷ  !  ତେଣୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଜାଲ୍ ପରିଚୟରେ ଏହି ବହୁରୂପୀ ଠକର ଆଉ କେଉଁ କେଉଁଠି କି କି କାଣ୍ଡକାରନାମା ରହିଛି , ତାହାର ଏକ ବିସ୍ତୃତ ଅନୁସନ୍ଧାନମୂଳକ ରିପୋର୍ଟ  ପରେ ପ୍ରକାଶ ପାଇବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026

You Might Also Like