-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Apr-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ବିରୋଧୀ ଦଳର ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ। ସୂଚନା ଯୋଗ୍ୟ ଯେ ସଂସଦରେ ମହିଳା ସଂରକ୍ଷଣ ବିଲକୁ ବିରୋଧୀ କଂଗ୍ରେସ ଏବଂ ଇଣ୍ଡିମେଣ୍ଟ ବିରୋଧ କରିବା ଏବଂ ଉକ୍ତ ବିଲକୁ ପ୍ରାରିତ କରି ନଦେବା ପ୍ରତିବାଦରେ ଗୁରୁବାର ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ଛକରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧୀ ଦଳ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିରୋଧୀ କଂଗ୍ରେସ ଏବଂ ଇଣ୍ଡିମେଣ୍ଟ ମହିଳା ବିରୋଧୀ ବୋଲି ବିଜେପି ନେତୃବୃନ୍ଦ ମତ ରଖିଥିଲେ । ଏହି ବିକ୍ଷୋଭରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ, ପୂର୍ଵତନ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ରିତେଶ ପୃଷେଠ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, ଟାଉନ ସଭାପତି ଅନନ୍ତ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରଶ୍ମିତା ଷଡ଼ଙ୍ଗୀ, ଜିଲ୍ଲା କିଷାନ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି, ବିଶ୍ୱମ୍ବର ମିଶ୍ର, ଦୀପକ ମହାପାତ୍ର, ସୁରେଶ ବିଶ୍ୱାଳ, ନବକୃଷ୍ଣ ଦନ୍ତା, ସୁକାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ ।