-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
21-Apr-2026
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ପୌର ପରିଷଦ ପକ୍ଷରୁ ପ୍ୟାଲେସ ପଛପଟରୁ ରାଜେନ୍ଦ୍ର କଲେଜ ଶିଶୁ ମନ୍ଦିର ରାସ୍ତା ହୋଇ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଓ ବେହେରା ପାଲି ଠାରୁ ପୁଇନ୍ତଳ ଗ୍ରାମ ପର୍ଯ୍ୟନ୍ତ ଆଳୋକିକରଣ କାର୍ଯ୍ୟକ୍ରମ ସୁନ୍ଦର ଭାବେ ସମ୍ପନ୍ନ ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ରାସ୍ତାକୁ ନୂତନ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ସହିତ ତିରଙ୍ଗା ଆଲୋକରେ ସଜାଯାଇଥିବାରୁ ଅଞ୍ଚଳଟି ଆକର୍ଷଣୀୟ ଦୃଶ୍ୟ ପ୍ରଦାନ କରୁଛି।
ଉଲ୍ଲେଖନୀୟ ଯେ, ପୂର୍ବରୁ ଏହି ରାସ୍ତାରେ ଲୁଟପାଟ ଘଟଣା ବୃଦ୍ଧି ପାଇଥିବାରୁ ପୋଲିସ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା। ନୂତନ ଆଳୋକିକରଣ ବ୍ୟବସ୍ଥା ପରେ ସେହି
ସମସ୍ୟାର ସମାଧାନ ହୋଇଥିବା ଜଣାପଡ଼ିଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ଲୀକା ସାହୁ ଓ ଉପନଗରପାଳ ଗାୟତ୍ରୀ ଭୋଇ ଉପସ୍ଥିତ ଥିଲେ। ସେଥିପାଇଁ କାଉନସିଲର ଶତ୍ରୁଘ୍ନ ବାଗ, ଲଲାଟେନ୍ଦୁ ପଟ୍ଟନାୟକ, କିଶୋର କୁମ୍ଭାର, ସରିତା ଦାସ, ଗଙ୍ଗା ଚାନ୍ଦ, ଶମ୍ଭୁ ନାଗ, ନନ୍ଦିନୀ ପୋଢ଼ , ହରି ଶଙ୍କର ଚତରିୟା ସହିତ ନିର୍ବାହୀ ଅଧିକାରୀ ଓ ପୌର ପରିଷଦର ଅନେକ କର୍ମଚାରୀ ଉପସ୍ଥିତ ଥିଲେ।ସାଧାରଣ ଲୋକମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ପୌର ପରିଷଦକୁ ବହୁ ପ୍ରଶଂସା ଓ ଧନ୍ୟବାଦ ଜଣାଇଛନ୍ତି।