-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
21-Apr-2026
ବଲାଙ୍ଗିର(ପ୍ରେରଣା ଖବର): ଆସନ୍ତା ୨୪ ତାରିଖରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗିର ଗସ୍ତକୁ ନଜରରେ ରଖି ବଲାଙ୍ଗିର ବିଜୁ ଜନତା ଦଳ ଓ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପକ୍ଷରୁ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଧାୟକ ଏକ ବିସ୍ତୃତ ଦାବୀପତ୍ର ପ୍ରଦାନ କରିଥିବା ବେଳେ ବିଜେଡି ତରଫରୁ ମଧ୍ଯ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଭିନ୍ନ ଉନ୍ନୟନମୂଳକ ଦାବୀ ରଖାଯାଇଛି ।
ଏହି ଦାବୀପତ୍ରରେ ବଲାଙ୍ଗିର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଓ ସହରୀ ଉନ୍ନତି ସମ୍ବନ୍ଧୀୟ ଅନେକ ଜରୁରୀ
ପ୍ରସଙ୍ଗ ଉଠାଯାଇଛି। ପ୍ରମୁଖ ଦାବୀମାନଙ୍କ ମଧ୍ୟରେ ଦେଓଗାଁ ଚିନି କଳର ପୁନରୁଦ୍ଧାର ଯାହାଦ୍ବାରା ଜିଲ୍ଲାର କୃଷିକ୍ଷେତ୍ରରେ କୃଷକ ମାନଙ୍କ ଆର୍ଥିକ ସ୍ଥିତି ସଦୃଢ ହେବ, କେନ୍ଦ୍ରୀୟ ପାଠାଗାର ନିର୍ମାଣ, ଦେଓଗାଁ ଓ ବଲାଙ୍ଗିର ଉଭୟ ବ୍ଲକରେ ଚାଷୀଙ୍କ ଉନ୍ନତି ପାଇଁ ଶୀତଳଭଣ୍ଡାର ସ୍ଥାପନ, କୃଷକ ଓ କୃଷିର ସୁବିଧା ପାଇଁ ସୋନଗଡ ବ୍ୟାରେଜ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ କାରଣ ଏହି ପ୍ରକଳ୍ପ ହେଲେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ୧୫ଖଣ୍ଡ ଗାଁ ଉପକୃତ ହେବା ସହିତ ୨୮ ଗୋଟି ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବ ଏହା ବ୍ଯତୀତ ସୋନଗଡ ନଦୀ ଦେଓଗାଁ ବ୍ଲକ ର ଏକ ଜୀବନରେଖା ହୋଇଥିବା ବେଳେ ଅନ୍ତର୍ଲା ଓ ଜରାସିଂହାଁ ଠାରେ ମଧ୍ଯ ବ୍ଯାରେଜ ର ଜରୁରୀ ରହିଛି। ତୁଷୁରା ଏୟାର ଷ୍ଟ୍ରୀପର ଉନ୍ନତିକରଣ କରାଯାଇ ପାଇଲଟ ଟ୍ରେନିଙ୍ଗ ସେଣ୍ଟର ସହିତ ଏୟାରପୋର୍ଟ ର ବ୍ଯବସ୍ଥା କରାଯାଉ। ଏକ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନ ରହିଛି।
ସେହିପରି ବଲାଙ୍ଗିର ପୌରପାଳିକାର ଡ୍ରେନେଜ୍ ବ୍ୟବସ୍ଥାକୁ ଆଧୁନିକ ଓ ସୁଦୃଢ କରିବା ସହ ସହରର ମୌଳିକ ସୁବିଧାର ସୁଧାର ପାଇଁ ପଦକ୍ଷେପ ନେବାକୁ ଦାବୀ କରାଯାଇଛି। ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଡାକ୍ତରୀ କର୍ମଚାରୀଙ୍କ ପୂର୍ଣ୍ଣ ନିଯୁକ୍ତି, ରକ୍ତଭଣ୍ଡାର ସୁବିଧା ବୃଦ୍ଧି ଏବଂ ସୁପର ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବଢ଼ାଇବା ଉପରେ ମଧ୍ୟ ଜୋର ଦିଆଯାଇଛି। ଏହା ସହିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୧୦୦ ଏକର ଜମୀ ଓ ଭିତ୍ତିଭୂମି ବିକାଶ ପାଇଁ ୧୫୦ କୋଟି ଦିଅନ୍ତୁ ଯାହାକି କର୍ମଚାରୀ କ୍ବାଟର ପାଇଁ ବହୁମହଲା କୋଠା ଏବଂ ପୁଅ ଏବଂ ଝିଅଙ୍କ ପାଇଁ ହଷ୍ଟେଲ, ଏକାଡେମିକ୍ ବ୍ଲକ-୩, ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟ ଫାଟକ, ବିଶ୍ୱବିଦ୍ୟାଳୟ ପାଇଁ ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ କରାଯାଇ ପାରିବ ।
ବଲାଙ୍ଗିର ବିଜୁ ଜନତା ଦଳ ଓ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି
ଦାବୀପତ୍ର ମାଧ୍ୟମରେ ବଲାଙ୍ଗିରର ଦୀର୍ଘଦିନର ସମସ୍ୟାର ସମାଧାନ ଓ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ହସ୍ତକ୍ଷେପ ଅତ୍ୟାବଶ୍ୟକ ରହିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଦାବୀ ଜଣାଇଛନ୍ତି । ଆସନ୍ତା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ସମସ୍ତ ଦାବୀ ପୂରଣ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ଯକାରୀ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ବିଜେଡି ନଗର ସଭାପତି ସମ୍ଭୁ ନାଗ, ଜିଲ୍ଲା ଛାତ୍ର ସଭାପତି ସୁମନ ନନ୍ଦ ଉପସ୍ଥିତ ରହି ବଲାଙ୍ଗିର ର ସାମଗ୍ରିକ ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବୀ ଜଣାଇଥିଲେ ।