-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Apr-2026
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର ଠାରେ ଚାଲିଥିବା ତୁଳସୀ ରାମାୟଣ ଓ ନବାହ୍ନ ପାରାୟଣ ର ଆଜି ପଞ୍ଚମ ଦିବସ ରେ ପିତୃ ସତ୍ୟପାଳନ ପାଇଁ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଚଉଦ ବର୍ଷ ବନବାସ ପାଇଁ ଅଯୋଧ୍ୟା ଛାଡି ବନବାସ ଯିବାପାଇଁ ବାହାରିବା ଖବର ପାଇ ସମଗ୍ର ଅଯୋଧ୍ୟାବାସୀ ଦୁଃଖ ରେ ମର୍ମାହତ
ହୋଇଥିବା ବେଳେ ରାଜା ଦଶରଥ ଦୁଃଖରେ ଭାଙ୍ଗି ପଡ଼ିଥିବା କଥା ଖୁବ ସୁନ୍ଦରଭାବେ ଶୁଣାଇଛନ୍ତି l ବ୍ୟାସ ମଧୁସୂଦନ ଦାସ ଙ୍କ ମlଧୁର୍ଯ୍ୟପୂର୍ଣ୍ଣ ଶ୍ରୀରାମ ଙ୍କ ବନବାସ କଥାରେ ସମଗ୍ର ପ୍ରବଚନ ପୀଠରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ହରିବନ୍ଧୁ ପୁରୋହିତ ସସ୍ତ୍ରିକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ପଣ୍ଡିତ ସନତ କୁମାର ମିଶ୍ର ପୌରୋହିତ୍ୟ କରିଥିବାବେଳେ ବାଳକୃଷ୍ଣ ମିଶ୍ର ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇଥିବା ବେଳେ ବ୍ଲକଛକ ଶ୍ରୀରାମ କମିଟିର ସମସ୍ତ ଭକ୍ତବୃନ୍ଦ ସହଯୋଗ କରିଛନ୍ତି l