-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
10-Apr-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରେ “ଆସ ବହିଟିଏ କିଣିବା ଦିବସ ଅଭିଯାନ” ଶୀର୍ଷକରେ ଏକ ପୁସ୍ତକ ଷ୍ଟଲ ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା। ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଏହା କୁ ଶୁଭ ଉଦ୍ଘାଟନ କରିଥିଲେ।
ରକାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଅନେକ ଗୁଡ଼ିଏ ବହି କିଣିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୌମ୍ୟରୁପା ରଥ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା .ଉଷାରଣୀ ଦାସ ଷ୍ଟଲ କୁ ପରିଦର୍ଶନ କରି ବହି କ୍ରୟ କରିଥିଲେ। ଜିଲ୍ଲାର ବିଭିନ୍ନ ଅଧିକାରୀ, ବୁଦ୍ଧିଜୀବି, ସାମ୍ୱାଦିକ , ପାଠକ,ଛାତ୍ର ଛାତ୍ରୀ ମାନେ ମଧ୍ୟ ଷ୍ଟଲକୁ ଯାଇ ବହି କିଣିଥିଲେ। ଏହି ପୁସ୍ତକ ବିକ୍ରୟ କାର୍ଯକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପରିଚାଳନା କରିଥିଲେ। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବହି ବିକ୍ରୟ ଚାଲିଥିଲା।
ଷ୍ଟଲରେ ଓଡିଶା ଓ ସୁବର୍ଣ୍ଣପୁରର କଳା, ସଂସ୍କୃତି ଓ ଇତିହାସ ଉପରେ ଆଧାରିତ ଆଞ୍ଚଳିକ କବି, କବୟତ୍ରୀ, ଲେଖକ ଓ ଲେଖିକାଙ୍କ ପୁସ୍ତକ ଉପଲବ୍ଧ ଥିଲା। ଏହା ମାଧ୍ୟମରେ ଆଞ୍ଚଳିକ ଲେଖକମାନଙ୍କୁ ପ୍ରୋତ୍ସାହନ ମିଳିଥିବା ବେଳେ ସେମାନଙ୍କ ରଚନାର ପ୍ରଚାର ପ୍ରସାର ହୋଇଥିଲା। ମୋଟ ୨୦୦ ଖଣ୍ଡ ପୁସ୍ତକ ବିକ୍ରୟ ହୋଇ ମୁଲ୍ୟ ୧୦,୦୦୦ ଟଙ୍କା ଆଦାୟ ହୋଇଥିଲା।
ଏହି ଦିବସ କୁ ସଫଳ କରିବାରେ ଜିଲ୍ଲାପାଳ କାର୍ଯାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।