-+91-9937148622 |
prerana_bgr@rediffmail.com |
Friday 10th April 2026 |
R.N.I. Regd No. ODIODI/2010/46693
Breaking News
07-Apr-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା ସରକାର ଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ବଚ୍ଛତା ଅଭିଯାନ ଅନୁଷ୍ଟିତ ହୋଇଥିବା ବେଳେ ସୋନପୁର ବ୍ଲକ ପକ୍ଷରୁ ଭୀମ ଭୋଇ ଙ୍କ ସମାଧି ପୀଠ, ମହିମା ଖଲିଆପାଲି ଠାରେ ସାମୁହିକ ସଫେଇ ଅଭିଯାନ କରା ଯାଇଥିଲା l ସୋନପୁର ବି ଡି ଓ ଶ୍ରୀ ପ୍ରତୀକ କର ଙ୍କ ତତ୍ୱା ବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଳକ ଡ଼ବ୍ଲୁ ଇ ଓ ସୌରଭ ଦାନୀ, ବି ଆର୍ ସି ବିବେକା ନନ୍ଦ ପଣ୍ଡା, ଜି ପି ଡି ଓ ନନ୍ଦ କିଶୋର ରାଉତ, ଏ ଇ ସରୋଜ ଦୋରା, ପି ଇ ଓ ଅଞ୍ଜଳି ପାଣିଗ୍ରାହୀ, ସଦା ଶିବ ଧରୁଆ, ଏସ ଆର ଏ ଅରବିନ୍ଦ ବାରିକ, ଜେ ଆର ଏ ଅମର ଜିତ୍ ସାହୁ, ସରପଞ୍ଚ ପ୍ରତିନିଧି ସାନୁର୍ଜ ,
ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା ଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା, ସ୍ୱେଚ୍ଛାସେବୀ ପ୍ରମୁଖ ଗ୍ରାମ ବାସୀ ମାନେ ସାମିଲ ଥିଲେ l ନିଜ ଘର, ସାହି, ଗାଁ, ସହର,ମନ୍ଦିର ପରିବେଶ କୁ ସ୍ବଚ୍ଛତା ଓ ସୁରକ୍ଷା ରଖି ଲୋକ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ ବୋଲି ବିଡିଓ ଶ୍ରୀ କର ସ୍ବେଛାସେବୀ ଗ୍ରାମବାସୀ ଙ୍କୁ ବୁଝାଇଥିଲେ l