-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
08-Mar-2026
ବରପାଲି,- (ସୁଦାମ ଦୀପ)
ବିରଳ ଜୀବନ ସଂଘର୍ଷ, ସମାଜସେବା, ମାନବୀୟ ମୂଲ୍ୟବୋଧ, ମହିଳା ସଶକ୍ତିକରଣ ପାଇଁ ଜୀବନ ବ୍ୟାପୀ ସମର୍ପିତ ବରପାଲି ବ୍ଲକ ଲେଣ୍ଡା ଗ୍ରାମର ୯୫ ବର୍ଷୀୟା ସୁଲୋଚନା ମିଶ୍ରଙ୍କୁ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମିତି ପକ୍ଷରୁ ବରିଷ୍ଠ ସଦସ୍ୟା ଗୀତା ମିଶ୍ର, ମମତା ମିଶ୍ର, ସଭାନେତ୍ରୀ ଅଞ୍ଜନା ଦାସ ଓ ସମ୍ପାଦିକା ସୁଧାଂଶୁବାଲା ଦାଶ ଲେଣ୍ଡା ଗ୍ରାମ ବାସଭବନକୁ ପହଞ୍ଚି ସୁଲୋଚନା ମିଶ୍ରଙ୍କୁ ଉପଢ଼ୌକନ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ମହିଳା ମାନଙ୍କ ମହତ୍ତ୍ଵ ଓ ମର୍ଯ୍ୟାଦା, ସିଦ୍ଧି ଓ ସଫଳତା, ଗୌରବ ଓ ଗାରିମା ବଜାୟ ରଖିବାରେ ସାରା ଜୀବନ ସମର୍ପିତ କରିଥିବା ସୁଲୋଚନା ଦେବୀ ବାର୍ଦ୍ଧକ୍ୟ ଜନିତ ତାଡ଼ନାରେ ଶଯ୍ୟାଶାୟୀ ଥିବା ସତ୍ବେ ପ୍ରେରଣାର ବାର୍ତ୍ତାଳାପ କରିବା ଓ ସମାଜ ପାଇଁ ସମର୍ପଣ ଭାବ ପୋଷଣ କରିବା ଆଶୀର୍ବାଦ ପ୍ରଦାନ କରିଥିଲେ। ମହିଳା ସମିତି ପକ୍ଷରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।