-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
06-Mar-2026
ପଟଣାଗଡ(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାର ପଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଏକ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଛୁଆଳି ଉଦର ଗାଁ ର ଦେବରାଜ ପ୍ରଧାନ ଙ୍କ ପୁଅ ସିଦ୍ଧେଶ୍ୱର ପ୍ରଧାନ ଙ୍କୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମିତ ମୋଟର ଚାଳିତ ଚାରି ଚକିଆ ସାଇକେଲ୍ ପ୍ରଦାନ କରିଛନ୍ତି। ଏହି ମୋଟର ସାଇକେଲ ଟି ଏମପିଲାଡ଼ ରାଜ୍ୟସଭା l ୨୦୨୫–୨୬ ପାଣ୍ଠି ରୁ ମଞ୍ଜୁରି ହୋଇଥିଲା।
ଏହି ଅବସରରେ ପଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁମନ ମିଞ୍ଜ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଶ୍ରୀ ପ୍ରଧାନ ଛୁଆଳିଉଦର ଗ୍ରାମରୁ କଲେଜ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଦୂରତା ଯାତାୟାତ କରିବାରେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ।
ଏହି ଅବସରରେ ସାଂସଦ ଶ୍ରୀ ବିଶି କହିଥିଲେ ଯେ ଶିକ୍ଷା ପାଇଁ ପ୍ରତ୍ୟେକ ଛାତ୍ରଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇବା ସମାଜର ଦାୟିତ୍ୱ। ଏହି ମୋଟର ଟ୍ରାଇସାଇକେଲ୍ ଦ୍ୱାରା ଛାତ୍ର ନିଜେ କଲେଜ ଯାତାୟାତ କରି ତାଙ୍କ ଶିକ୍ଷା ଲାଭ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ଗାଁ ର ଲୋକ ଏହି ପଦକ୍ଷେପକୁ ସ୍ୱାଗତ କରି ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।