-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
28-Feb-2026
ଆଜି ସ୍ଥାନୀୟ ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପୃଥକ ପୃଥକ ପୋଷ୍ଟର ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗଙ୍କୁ ନେଇ ଏକ ପ୍ରଦର୍ଶନୀ ହୋଇଥିଲା। ଏହା ବ୍ୟତୀତ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡିକ ବେଶ ଆକର୍ଷଣିୟ ହୋଇଥିଲା । ଉକ୍ତ ଦିବସକୁ ନେଇ
ଏକ ଆଲୋଚନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ ମୁଖ୍ୟ ଅତିଥି ରୁପେ ଡ. ସବ୍ୟସାଚି ସ୍ୱାଇଁ (ଅସ୍ଥି ଶଲ୍ୟ ବିଶେଷଜ୍ଞ) ଯୋଗ ଦେଇ, ବର୍ତ୍ତମାନ ଦେଶରେ ବିଜ୍ଞାନ ଓ କାରିଗରି କୌଶଳର ପ୍ରୟୋଗରେ ଏକ ଆନ୍ଦୋଳନାତ୍ମକ ରୁପ ନେଇଛି ଯେଉଁଥିରେ ପାଠାପଢାର ପରୀକ୍ଷାରେ କମ ନମ୍ୱର ରଖିଥିଲେ ମଧ୍ୟ ଆନ୍ଦୋଳନରେ ପ୍ରମୁଖ ଭୁମିକା ଗ୍ରହଣ କରିପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ ବିଜ୍ଞାନ ଓ ବିଜ୍ଞାନ ଦିବସ ଉପରେ ଧାରଣା ଦେଇ ବିଜ୍ଞାନର ସାମ୍ପ୍ରତିକ ପରିସ୍ଥିତି ଉପରେ ବୁଝାଇଥିଲେ। ଅଧ୍ୟକ୍ଷ୍ୟା ଡ ମନସ୍ମିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳ ଉପାଧ୍ୟକ୍ଷ୍ୟା ଏ ବି ରାମ ଲିପ୍ସା ସଭାକୁ ସଯୋଂଜନା କରିଥିଲେ। ବିଶେଷ ଆତିଥି ରୁପେ ପୁର୍ଣଚନ୍ଦ୍ର ମେହେର ଓ ରବିନ୍ଦ୍ର ବାରିକ ଯୋଗ
ଅନୁଷ୍ଠିତ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିଲେ ଅୟୋଜନରେ ପ୍ରଶାସନିକ ଅଧିକାରି ଶ୍ରୀ ଶୈଲେସ କୁମାର ପାଲ, ଅଧ୍ୟାପକ ହିତବନ୍ଧୁ ବଢେଇ, ସୋମ୍ୟରଞ୍ଜନ୍ ଭୋଇ, ଡୋଲାମଣି ବାଙ୍କ ଓ ତନୁଜା ମିଶ୍ର ସହିତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ
ବିଜ୍ଞାନ ପ୍ରକଳ୍ପ ପ୍ରଦିଯୋଗିତାରେ ଛାତ୍ରୀ ଖୁସିମୟି ପ୍ରଥମ, ପ୍ରଚି ପୁର୍ନିତା ଦଳ ଦ୍ୱତୀୟ ଓ ରୋଶନ ସୋନା ସହ ଅନ୍ସୁମାନ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିପରି ବାଣିଜ୍ୟ ଓ କଳା ପୋଷ୍ଟର ଦଳଗତ ପ୍ରତିଯୋଗିତାରେ ଶ୍ରଦ୍ଧା ଅଗ୍ରଓ୍ୱାଲ , ସାଗର ନନ୍ଦ, ଅନିରୁଦ୍ଧ ଅଗ୍ରଓ୍ୱାଲ, ସୋମ୍ୟା ସ୍ନିଗ୍ଧା ନାୟକ, ରୋଜାଲି ବେହେରା ଓ ସିବାନୀ ବହିଦାର ପୁରସ୍କୃତ ହୋଇଥିଲେ ଶେଷରେ ଅଧ୍ୟାପିକା କ୍ରିଷ୍ଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l