-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
28-Feb-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସର ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ଶିକ୍ଷକ ସଂଘ ର ସଭାପତି ଜୟରାମ ଧଳ ଏବଂ ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ଚନ୍ଦ୍ରକାନ୍ତ ବେହେରା , ଗୁଡ଼ିମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶୁକୃ ଧରୁଆ , ଇଂସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ମହାନନ୍ଦ ,ସୁରେଶ। ସ୍ୱାଇଁ ମଞ୍ଚ।ସୀନ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରକାଶ ସାହୁ ସଭା ପରିଚାଳନ। କରିଥିଲେ l ଏଥିରେ ଛାତ୍ରଛ।ତ୍ରୀ ମାନେ ନିଜ ର ସାଂସ୍କୃତିକ ଓ କଳା ପ୍ରଦର୍ଶନ କରିଥିଲେ l ଏହିପରି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରବୀଣ ମାଝୀ ବାର୍ଷିକ ଉତ୍ସବ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଉକ୍ତ ଉତ୍ସବ ରେ ପିଙ୍କୁ ସାହୁ , ଭଗବାନ ସାହୁ , ପ୍ରକାଶ ସାହୁ , ଅନନ୍ୟା ସାହୁ , ଯlଜ୍ଞସେନୀ ମେହେର , କୁନିନି ନାୟକ , ତପସ୍ଵିନୀ ସାହୁ , କଲ୍ୟାଣୀ ଗୁରୁ , ସଭାପତି ଦିପ , ଶତ୍ରୁଘ୍ନ ନାୟକ , ବାବୁ ମଟ।ରି , ଯୁଗଳ ମଟ।ରି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଂଗ କରିଥିଲେ l