-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
28-Feb-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ସ୍ୱାତକ ମହାବିଦ୍ୟାଳୟରେ ଦୀର୍ଘ ୮ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରି ତାଲିମର ଉପାଦେୟତା ଉପରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗ ବରିଷ୍ଟ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ ଯୋଗଦେଇ ଛାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ମାଷ୍ଟର ଟ୍ରେନର ନମ୍ରତା ଖେତୀ ଓ ସାବିତ୍ରୀ ସାହୁ ୬୦ଜଣ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅଧ୍ୟାପକ ଭଗବାନ ସାହୁ ସଂଯୋଜନା କରିଥିବା ବେଳେ ଖେଲ ଶିକ୍ଷକ ମନୋଜ ନାଏକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଶିବିର ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ।