-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ରାଜ୍ୟ

କେବେ ଫିଟିବ ଝରାଫୁଲ ନାୟକ ମୃତ୍ୟୁର ଗୁମର?

04-Feb-2021



ଭୁବନେଶ୍ୱର(ଶୁଭାଶିଷ ନାୟକ) : କେବେ ଫିଟିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁର ଗୁମର? ମୟୂରଭଞ୍ଜର ଯଶୀପୁର ବୃନ୍ଦେଇ ପୋଷୀର ଆଦିବାସୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୮ ଦିନ ବିତିଥିଲେ ବି ଏଯାଏଁ ଘଟଣା ଉପରୁ ଉଠି ପାରୁନି ପରଦା। ଏପଟେ ଘଟଣାର ତଦନ୍ତ କରୁଥିବା କୁଆଖିଆ ପୋଲିସକୁ ଅଭିଯୁକ୍ତ ରାକେଶ୍ ବ୍ୟବହାର କରିଥିବା ସ୍କୁଟର ମିଳିଥିବା ବେଳେ ଝରାଫୁଲର ମୋବାଇଲ ଫୋନ୍ କି ରାକେଶର ବନ୍ଧୁ ଶକ୍ତିଶେଖରର ଏଯାଏଁ ପତ୍ତା ମିଳିନଥିବା ସୂଚନା ରହିଛି।

ବହୁଚର୍ଚ୍ଚିତ ଝରାଫୁଲ ନାୟକ ମୃତ୍ୟୁ ମାମଲାରୁ କେବେ ଉଠିବ ପରଦା? ରମାଦେବୀରେ ପଢୁଥିବା ମୟୂରଭଞ୍ଜର ଏ ମେଧାବୀ ଛାତ୍ରୀର ସନ୍ଦେହଜନକ ମୃତ୍ୟୁ ଉପରୁ କେବେ ରହସ୍ୟ ଫିଟାଇବ ପୋଲିସ? ପୁରା ରାଜ୍ୟବାସୀଙ୍କ ନଜର ଏ ଘଟଣା ଉପରେ ଥିବା ବେଳେ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଝରାଫୁଲର ବୟଫ୍ରେଣ୍ଡ୍ ଅଭିଯୁକ୍ତ ରାକେଶ ସ୍ୱାଇଁ ବ୍ୟବହାର କରିଥିବା ସ୍କୁଟରକୁ ଜବତ କରିଛି ପୋଲିସ। ସେହି ଲାଲ ଲଙ୍ଗର ସ୍କୁଟର ହିଁ  ଭୁବନେଶ୍ୱରରୁ ଯାଜପୁର ନେଇ ଡେଡବଡି ଫିଙ୍ଗିଥିଲା ରାକେଶ। ଗତକାଲି ଭୁବନେଶ୍ୱର ସୁନ୍ଦରପଦାର ଏକ ପରିତ୍ୟକ୍ତ ସ୍ଥାନରୁ ଏ ଗାଡ଼ିକୁ ଉଦ୍ଧାର କରିଛି ପୋଲିସ।

ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଯାଜପୁର ଏସଡ଼ିପିଓ କହିଛନ୍ତି ଯେ, ପୂରା ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଘଟଣା ଉପରୁ ଖୁବଶୀଘ୍ର ପରଦା ଉଠିବ।

ଏପଟେ ଝରାଫୁଲର ବାପା କହିଛନ୍ତି ଆସାମୀ ସାମ୍ନାକୁ ଆସୁ। ଘଟଣାରେ ଯେଉଁମାନେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ, ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଏହି ଘଟଣା ଉପରୁ ସମସ୍ତ ପରଦା ଉଠୁ।

ଗାଡ଼ିର ଡିକିରେ ନମ୍ବର ପ୍ଲେଟ୍ଟି ରଖାଯାଇଥିବା ଦେଖିବାକୁ ମିଳିଛି। ରାକେଶର ସୂଚନା ଅନୁସାରେ ପୋଲିସ ଘଟଣାସ୍ଥଳକୁ ଯାଇ ଗାଡ଼ିକୁ ଜବତ କରି ଯାଜପୁର ନେଇଛି। ଗାଡ଼ିର ମାଲିକ ନିଜେ ରାକେଶ ବୋଲି ଜାଣିବାକୁ ପାଇଛି ପୋଲିସ। ଗାଡ଼ି ମିଳିବା ପରେ ଏବେ ପୋଲିସର ତଦନ୍ତ ପରିସରକୁ ଆସିଛନ୍ତି ଅଭିଯୁକ୍ତ ରାକେଶର ଭାଇ ସମେତ ଆଉ ଜଣେ ସମ୍ପର୍କୀୟ। ମିଳିଥିବା ସୂଚନା ଅନୁସାରେ,  ଉଭୟଙ୍କୁ ଆଜି କୁଆଖିଆ ଥାନାକୁ ଡକାଇ ଜେରା କରିଛି ପୋଲିସ।

ଝରାଫୁଲ ମୃତ୍ୟୁକୁ ୟା ଭିତରେ ପୁରିଛି ୮ ଦିନ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ଗିରଫ ହେବାର ୬ ଦିନ ବିତିଛି। ତେବେ ରାକେଶ ପୋଲିସ ଆଗରେ ତା ଦୋଷ ସ୍ୱୀକାର କରିଛି ନା ସତ ଲୁଚାଇଛି ସେ ସମ୍ପର୍କରେ ଏଯାଏଁ ମୁହଁ ଖୋଲିନି ଯାଜପୁର ପୋଲିସ। ଏପଟେ ପୋଲିସ ରାକେଶର ସ୍କୁଟର ପର୍ଯ୍ୟନ୍ତ ପହଞ୍ଚିଥିଲେ ବି ଝରାଫୁଲର ମୋବାଇଲ ଫୋନ୍ ସମ୍ପର୍କରେ ସୁରାକ୍ ପାଇନି। ସେହିଭଳି ଝରାଫୁଲ ମୃତଦେହ ଫିଙ୍ଗିବାରେ ସହାୟତା କରିଥିବା ରାକେଶର ବନ୍ଧୁ ଶକ୍ତି ଶେଖର ସ୍ୱାଇଁ ଏବେ କେଉଁଠି? ଏ ମାମଲାରେ ଆଉ କଣ ରହଛି ତାର ସମ୍ପୃକ୍ତି? ଏ ସମସ୍ତ ଦିଗ ବି ଏବେ ବି ଅସ୍ପଷ୍ଟ ଥିବାରୁ ପ୍ରମାଣ କେବେ ମିଳିବ ଓ ଦୋଷୀ କେବେ ଧରାପଡ଼ିବେ, ତାକୁ ଅପେକ୍ଷା କରିଛନ୍ତି ଝରାଫୁଲର ପରିବାର, ସାଙ୍ଗସାଥୀ ଓ ପୁରା ବୃନ୍ଦେଇପୋଷୀ ଗାଁ ଲୋକେ।

ଏପଟେ ଅଭିଯୁକ୍ତ ରାକେଶର ୩ ଦିନିଆ ରିମାଣ୍ଡ୍ ଅବଧି ଆଜି ଶେଷ ହେଉଥିବା ବେଳେ ଶେଷ ଦିନରେ ମାରାଥନ ଜେରା କରିଛି ଯାଜପୁର ପୋଲିସ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like