-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ବିଶେଷ

ସତର୍କ ରୁହ ବିଶ୍ୱବାସୀ ! ଆସୁଛି ଆଉ ଏକ ମହାମାରୀ

04-Feb-2021



ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ କରୁଥିବା ବେଳେ ଏବେ ବିଶ୍ୱକୁ ଘାରିଛି ଆଉ ଏକ ଭୟଙ୍କର ମହାମାରୀର ଚିନ୍ତା। ଏହି ମହମାରୀ ବ୍ଲାକ୍ ଡେଥ୍‌ ଠାରୁ ଅଧିକ ଜୀବନ ନେଇପାରେ ବୋଲି କହିଲେଣି ବୈଜ୍ଞାନିକ।

‘ଫଙ୍ଗସ୍’ ଭଳି ଏହି ମାରାତ୍ମକ ଇଷ୍ଟ ବା କବକ ଆଉ ଏକ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ। ତେଣୁ ଏଥିପାଇଁ ଆଜିଠାରୁ ଲୋକମାନେ ସତର୍କ ହେବା ଆବଶ୍ୟକ। ଆଗକୁ ‘ବ୍ଲାକ୍‌ ଡେଥ୍‌’ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି ଇଂଲଣ୍ଡର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ବୈଜ୍ଞାନିକମାନେ କହିଛନ୍ତି।

ଆନ୍ତର୍ଜାତୀୟ ଗଣମାଧ୍ୟମ ଡେଲି ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବିଶ୍ୱକୁ ଆତଙ୍କିତ କରିବାକୁ ଆସୁଥିବା ‘ଫଙ୍ଗସ୍’ ମହାମାରୀ ମଣିଷ ଶରୀରରେ ବ୍ୟାପିବା ପୂର୍ବରୁ ରକ୍ତ ପ୍ରବାହରେ ପ୍ରବେଶ କରିଥାଏ। ଏହା ପରେ ଭୟଙ୍କର ସଂକ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଛି। ଏଥିରେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଥଣ୍ଡା ଓ ଜ୍ୱର ଭଳ ଲକ୍ଷଣ ଦେଖାଯାଏ।

ଯଦି ଏହାର ଚିକିତ୍ସା କରା ନଯାଏ ତେବେ ଏହା ରକ୍ତ ପ୍ରବାହ ସଂକ୍ରମଣ, କାନ ସଂକ୍ରମଣ ଏବଂ କ୍ଷତ ସଂକ୍ରମଣର କାରଣ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ‘ଫଙ୍ଗସ୍’ ଏତେ କଠିନ ଯେ, ଅନ୍ୟ ସଂକ୍ରାମକଙ୍କ ଅପେକ୍ଷା ଏହା ସାଧାରଣ ସର୍‌ଫେସ୍‌ରେ ଅଧିକ ସମୟ ରହିପାରେ। ଲଣ୍ଡନର ଇମ୍ପେରିଆଲ୍ କଲେଜ୍ ଏପିଡେମୋଲୋଜିଷ୍ଟ୍ ଜୋହାନା ରୋଡସଙ୍କ କହିବା କଥା, କଠିନ ଅବସ୍ଥାରେ ଏହା ଦୀର୍ଘ ଦିନ ରହିପାରିବ। ଏହା ସହ ଏହି ‘ଫଙ୍ଗସ୍’ ନିକଟରେ ଡ୍ରଗ୍ ଚିକିତ୍ସାକୁ ପ୍ରତିରୋଧ କରିବାର କ୍ଷମତା ରହିଛି।

ସାଧାରଣତଃ ରକ୍ତ ପରୀକ୍ଷା ପରେ ଏହାର ସଂକ୍ରମଣ ଜଣାପଡ଼ିଥାଏ। କିନ୍ତୁ ‘ଫଙ୍ଗସକୁ ଚିହ୍ନିବା କଷ୍ଟକର। ରୋଗ ନିର୍ଣ୍ଣୟ କରିବାକୁ ହେଲେ ଲ୍ୟାବରେ ଏହାର ପରୀକ୍ଷା ଆବଶ୍ୟକ ବୋଲି କୁହାଯାଉଛି। ଏ ପ୍ରକାର ମହାମାରୀ ପ୍ରତି ସତର୍କ ରହିବାକୁ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନେ କହିଛନ୍ତି। ନଚେତ ଏହି ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଦେଇପାରେ। ବ୍ଲାକ୍‌ ଡେଥ୍‌ଠାରୁ ଏହା ଆହୁରି ଭୟଙ୍କର ହୋଇପାରେ ବୋଲି କୁହାଯାଉଛି।

ବ୍ଲାକ୍‌ ଡେଥ୍‌ କ’ଣ ?
ଉପରେ ବାରମ୍ବାର ଆପଣ ବ୍ଲାକ୍‌ ଡେଥ୍‌ ଶବ୍ଦଟିକୁ ପଢ଼ୁଛନ୍ତି। ଏବେ ଆସନ୍ତୁ ଏହାର ଅର୍ଥ ଜାଣିବା। ବିଶ୍ୱ ଇତିହାସର ସବୁଠାରୁ ଭୟଙ୍କର ମହାମାରୀ ହେଉଛି ବ୍ଲାକ୍‌ ଡେଥ୍‌’ ବା ବୁବନିକ ପ୍ଲେଗ୍। ୧୩୪୬ରୁ ୧୩୫୩ ମସିହା ମଧ୍ୟରେ ଏହା ଉତ୍ତର ଆଫ୍ରିକାର ଆଫ୍ରୋ-ୟୁରେସିଆ(ଆଫ୍ରିକା, ଏସିଆ ଏବଂ ୟୁରୋପର ମାଳଦ୍ୱୀପକୁ ନେଇ ବିଶାଳ ଭୂଭାଗ)ରେ ହୋଇଥିଲା। ଏଥିରେ ପ୍ରାୟ ୨୦ କୋଟି ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିଶ୍ୱ ଇତିହାସରେ ଏପରି ମହାମାରୀ ଆଗରୁ କେବେ ହେଲେ ଦେଖା ଯାଇ ନ ଥିଲା।
୨୦୧୬ ମସିହାରେ ‘ଫଙ୍ଗସ୍’ ବାବଦରେ ପ୍ରଥମେ ସୂଚନା ମିଳିଥିଲା। ସେତେବେଳେ ବୈଜ୍ଞାନିକମାନେ ଏହା ମହାମାରୀର  ରୂପ ନେଇପାରେ ବୋଲି କହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like