-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ସମଲେଶ୍ୱରୀମନ୍ଦିର ପୁନଃରୁଦ୍ଧାର ନେହେବାରୁ ବଢୁଛି ଜନଅସନ୍ତୋଷ♦️ ଅନୁଦାନ ଆସି ପଡିରହିବା ପଛରେ ଦାୟୀ କିଏ ?

22-Feb-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀରକୁ ପାଟଣାରାଜ୍ୟର ରାଜଧାନୀ ପରିବର୍ତ୍ତନ ପରେ ପ୍ରଥମେ ଜୁନାଡିହି ଠାରେ ପାଟଣେଶ୍ୱରୀ ଦେବୀ ପୂଜିତ ହୋଉଥିଲେ। ୧୯୦୨ ମସିହାରେ ମାଁ ପାଟଣେଶ୍ୱରୀଙ୍କ ନୂତନ ଜଗନ୍ନାଥ ପଡା ଠାରେ ମନ୍ଦିର ନିର୍ମାଣ ସହ ଦେବୀଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲେ। ଏହା ପରେ ୧୯୧୫ ମସିହାରେ ଗୋପାଳଜୀ ମନ୍ଦିର ନିକଟସ୍ଥ ଜମିରେ ମାଁ ସମଲେଶ୍ୱରୀଙ୍କ ମନ୍ଦିର ନିର୍ମାଣ କରା ଯାଇଥିଲେ। ମହାରାଜା ପୃଥ୍ୱୀରାଜ ସିଂଦେଓ ଏହାର ନିର୍ମାଣ କରାଇଥିଲେ। ସେହିଦିନ ଠାରୁ ସେହି ମନ୍ଦିରରେ ମାଁ ପୂଜିତ ହେଉଛନ୍ତି ଓ ଭକ୍ତଙ୍କ ଗୁହାରୀ ଶୁଣୁଛନ୍ତି। ତେବେ ଗତ ନବୀନ ସରକାର ଅମଳରେ ରାଜ୍ୟର ଅନେକଗୁଡିଏ ମନ୍ଦିରର ପୁନଃରୁଦ୍ଧାର କରାଯାଇ ଥିଲା। ସେହିକ୍ରମରେ ବଲାଙ୍ଗୀର ସହରର ଗୋପାଳଜୀ ମନ୍ଦିର ପାଇଁ ୬କୋଟି ଟଙ୍କା, କୋସଲ କଳାମଣ୍ଡଳ ପଡିଆ ପାଇଁ ୪କୋଟି ଟଙ୍କା, ପାଟଣେଶ୍ୱରୀ ମନ୍ଦିର ପାଇଁ ୨କୋଟି ଟଙ୍କା ଓ ସମଲେଶ୍ୱରୀ ମନ୍ଦିର ପୁନଃରୁଦ୍ଧାର ପାଇଁ ୨କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଅମଳରେ ଏହି ଅନୁଦାନ ଆସିଥିଲା। ଏବେ ପାଟଣେଶ୍ୱରୀ ମନ୍ଦିର, ଗୋପାଳଜୀ ମନ୍ଦିର ଓ କୋସଳ କଳାମଣ୍ଡଳ ପଡିଆର ଉନ୍ନତିକରଣ କାମ ସରିଯାଇଛି। ପାଟଣେଶ୍ୱରୀମନ୍ଦିର ସ୍ଥାପନର ୧୫୦ବର୍ଷ ପୂର୍ତ୍ତିରେ ପୁନଃସ୍ଥାପନା ଉତ୍ସବ ପାଳନ କରାଯାଇଛି। କିନ୍ତୁ ଦୀର୍ଘ ୩ବର୍ଷ ହେଲା ସମଲେଶ୍ୱରୀ ମନ୍ଦିରର ପୁନଃରୁଦ୍ଧାର ପାଇଁ ଆସିଥିବା ଅନୁଦାନ ପଡିରହିଛି। କାମ ଆରମ୍ଭ କରାଯାଇ ପାରୁନାହିଁ। ଏହାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି। ଗତ ୪ବର୍ଷ ତଳେ ସମଲେଶ୍ୱରୀ ମନ୍ଦିରର ଛାତ ଭୁଷୁଡି ପଡିଥିଲା। ଏପରିକି ମନ୍ଦିର ଭିତରକୁ ଡ୍ରେନପାଣି ପଶିଯାଉଛି। ଏହାକୁ ନେଇ ଭକ୍ତମାନଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବଲାଙ୍ଗୀର ରାଜପରିବାରର କଳିକେଶ ନାରାୟଣ ସିଂଦେଓ ଗତ ୨୦୨୨ ମସିହାରେ ୨ଲକ୍ଷ ଟଙ୍କା ଦେଇ ଭଙ୍ଗାଛାତର ମରାମତି କରାଇଥିଲେ। ପରେ ୨୦୨୪ ମସିହାରେ ରାଜ୍ୟ ସରକାର ୨ କୋଟି ଟଙ୍କାର ଅନୁଦାନ ଦେଇଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ପୁନଃରୁଦ୍ଧାର କାମ କରାଯିବାକୁ ଡିପିଆର ପ୍ରସ୍ତୁତ ହୋଇଛି । କିନ୍ତୁ ମନ୍ଦିର ଭିତରେ ପୂଜକଙ୍କ ଘର ରହିଥିବା ଓ ଏହା ମନ୍ଦିର ପରିସରର ଅଧିକଅଂଶ ଜମିରେ ରହିଥିବା କାରଣରୁ ଏହାକୁ ଭାଙ୍ଗି ନବନିର୍ମାଣ ହୋଇପାରୁନାହିଁ । ଭକ୍ତମାନଙ୍କ ଅନୁରୋଧକ୍ରମେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ପୂର୍ତ୍ତ ବିଭାଗର ଯନ୍ତ୍ରୀ, ଉପଜିଲ୍ଲାପାଳ ତଥା ତହସିଲଦାରଙ୍କୁ ନେଇ ଅନେକଥର ସମୀକ୍ଷା ବୈଠକ କରି ମନ୍ଦିର ପରିସର ମାପଚୁପ କରି ଅବଶ୍ୟକସ୍ଥଳେ ଭାଙ୍ଗି ପୁନଃନିର୍ମାଣ କରିବାକୁ ନିର୍ଦ୍ଦେଶ କରିଥିଲେ। କିନ୍ତୁ ଦୀର୍ଘ ଦିନର ଅପେକ୍ଷା ପରେ ମଧ୍ୟ ସମଲେଶ୍ୱରୀ ମନ୍ଦିରର ପୁନଃନିର୍ମାଣ କାମ ଆରମ୍ଭ ହୋଇପାରୁ ନାହିଁ। ପୂର୍ତ୍ତବିଭାଗକୁ ଯୋଗାଯୋଗ କଲେ ମନ୍ଦିରର ପୂଜକଙ୍କ ପାଇଁ ନିକଟସ୍ଥ ଗୋପାଳଜୀ ମନ୍ଦିର ପରିସରରେ ଆବାସ ନିର୍ମାଣ ହୋଇଛି । ସେଠିକି ସେ ସ୍ଥାନାନ୍ତର ହେଲେ ସମଲେଶ୍ୱରୀ ମନ୍ଦିର ପରିସରର ଘରକୁ ଭାଙ୍ଗି ଖାଲିକରି ପୁନଃନିର୍ମାଣ କାମ ଆରମ୍ଭ କରାଯିବ ବୋଲି କୁହାଯାଉଛି । ବଲାଙ୍ଗୀରର ଐତିହ୍ୟସୁରକ୍ଷା ଦୃଷ୍ଟିରୁ ସମଲେଶ୍ୱରୀ ମନ୍ଦିରର ପୁନଃରୁଦ୍ଧାରର ଯଥେଷ୍ଟ ଆବଶ୍ୟକତା ରହିଛି । ଭକ୍ତମାନଙ୍କ ଭାବାବେଗ ସହିତ ସମଲେଶ୍ୱରୀ ମନ୍ଦିରର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ସେହି ଦୃଷ୍ଟିରୁ ଦେବୋତ୍ତର ବିଭାଗ,ପୂର୍ତ୍ତବିଭାଗ ତୁରନ୍ତ ପଦକ୍ଷେପ ନେଇ ଆସିଥିବା ଅନୁଦାନର ସଠିକ ବିନିଯୋଗ କରି ମନ୍ଦିରର ପୁନଃରୁଦ୍ଧାର କାମ ଆରମ୍ଭ କରିବାକୁ ଜନସାଧାରଣରେ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   30-Jul-2026
  ଜିଲ୍ଲା  
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   20-Aug-2026
  ଜିଲ୍ଲା  
*ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   20-Aug-2026
  ଜିଲ୍ଲା  
ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   20-Aug-2026
  ଜିଲ୍ଲା  
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   20-Aug-2026

You Might Also Like