-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ପୂର୍ତ୍ତବିଭାଗରେ ଠିକାଦାର-ଯନ୍ତ୍ରୀ ଗଣ୍ଡଗୋଳ,ଥାନାରେ ଏତଲା

21-Feb-2026



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ପୂର୍ତ୍ତଡିଭିଜନରେ ଠିକାକାମକୁ ନେଇ ଠିକାଦାର-ଯନ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି ଓ ଏହାକୁ ନେଇ ଉଭୟ ପଟରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଉଭୟ ପକ୍ଷକୁ ଡାକି ପୋଲିସ ପଚାରଉଚାର ଜାରିରଖିଛି । ମିଳିଥିବା ତଥ୍ୟରୁ ଜଣାପଡିଛି ଯେ,ଗତ ୧୯ ତାରିଖରେ ପ୍ରେମରଂଜନ ପାଣିଗ୍ରାହୀ ନାମକ ଜଣେ ଠିକାଦାର ଓ ତାଙ୍କ ସାଙ୍ଗରେ ଥିବା କିଛି ଠିକାଦାର ପୂର୍ତ୍ତବିଭାଗର ଏସଡିଓ କାର୍ଯ୍ୟାଳୟକୁ ଯାଇ ବାହାର ଠିକାଦାରଙ୍କ ବିଲ ବନ୍ଦକରିବାକୁ ଧମକଦେଇ ଚେତାବନୀ ମଧ୍ୟ ଦେଇଥିଲେ । ଏପରିକି ଯନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଜାତିଗତ ଆକ୍ଷେପକରି ଅଶ୍ଲିଳଭାଷାରେ ଗାଳିଗୁଲଜ କରିଥିଲେ । ସେହି ଘଟଣାରେ ପୂର୍ତ୍ତକାର୍ଯ୍ୟାଳୟରେ କେତେକ ଠିକାଦାର ଓ ଅଧିକ୍ଷଣଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ ୨୦ ତାରିଖରେ ପୁଣି ଏହି କଥାକୁ ନେଇ ଅଧିକ୍ଷଣଯନ୍ତ୍ରୀ ଇଂ.ଆଶୁତୋଷ ଜେନା ଓ ଠିକାଦାର ପ୍ରେମରଂଜନ ପାଣିଗ୍ରାହୀଙ୍କ ମଧ୍ୟରେ ବଚସା ହୋଇଥିଲା । ପୂର୍ତ୍ତକାର୍ଯ୍ୟାଳୟରେ କେଉଁ ସାହସରେ ଆସି ଜଣେ ଠିକାଦାର ହୋଇ ଗାଳିକରି ଧମକ ଦେଉଛ କହି ପ୍ରଶ୍ନପଚାରିଥିଲେ । ଏଥିରେ ବଚସା ବଢିଥିଲା ଓ ଯନ୍ତ୍ରୀ ଆଶୁତୋଷ ଜେନା ମଧ୍ୟ ଏକ ରଡ ଆଣି ଠିକାଦାର ଶ୍ରୀ ପାଣିଗ୍ରାହୀଙ୍କୁ ହତ୍ୟାକରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଆଜି ଏନେଇ ପୂ୍‌ର୍ତ୍ତକର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଥାନାରେ ଠିକାଦାର ପ୍ରେମରଂଜନ ପାଣିଗ୍ରାହୀ ଓ ଅନ୍ୟମାନଙ୍କ ନାମରେ ଲିଖିତ ଏତଲା ଦେଇଛନ୍ତି । ଠିକ ସେହିପରି ଠିକାଦାର ପ୍ରେମରଂଜନ ପାଣିଗ୍ରାହୀ ମଧ୍ୟ ଅଧିକ୍ଷଣଯନ୍ତ୍ରୀ ଇଂ.ଆଶୁତୋଷ ପାଣିଗ୍ରାହୀଙ୍କ ନାମରେ ଏକ ଏତଲା ଦେଇଛନ୍ତି । ଟାଉନଥାନାରେ ପୂର୍ତ୍ତବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ବସିରହି ଅଭିଯୁକ୍ତ ଠିକାଦାରଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଠିକ ସେହିପରି ଠିକାଦାର ପ୍ରେମରଂଜନ ପାଣିଗ୍ରାହୀଙ୍କ ପକ୍ଷରୁ ଠିକାଦାରସଂଘର ସଭ୍ୟମାନେ ପହଞ୍ଚି ଥାନାରେ ହୋହଲ୍ଲା କରିଥିଲେ । ଠିକାଦାରମାନେ ଅଭିଯୋଗ କରିଛନ୍ତି ଯେ,ଅଧିକ୍ଷଣଯନ୍ତ୍ରୀ ବଲାଙ୍ଗୀର ଠିକାଦାରଙ୍କ ବଦଳରେ ବାହାର ଠିକାଦାରମାନଙ୍କୁ ନାମରେ କାମ କରାଉଛନ୍ତି । ଗତ କିଛିଦିନ ତଳେ ବାହାର ଜିଲ୍ଲାର ଠିକାଦାରଙ୍କୁ ବଲାଙ୍ଗୀର ଜିଲ୍ଲାରେ କାମ କରାଇ ଦେବେ ନାହିଁ ବୋଲି ସଂଘ ନିସ୍ପତ୍ତି କରିଥିଲା । ଉଭୟ ପକ୍ଷକୁ ଡାକି ପୋଲିସ ଆଇଆଇସି ଅବନୀ ସାହୁ ପଚାରଉଚାର କରୁଥିବା ଜଣାପଡିଛି ।
ଜିଲ୍ଲା ଠିକାଦାର ବନାମ ବାହାର ଠିକାଦାର ; ଜିଲ୍ଲା ଠିକାଦାର ବନାମ ବାହାର ଠିକାଦାର । ଠିକାକାମକୁ ନେଇ ଠିକାଦାରଙ୍କ ମଧ୍ୟରେ ଟଣାଓଟରା । ନୀୟମ ରହିଛି ରାଜ୍ୟର କୌଣସି ଠିକଦାର କୌଣସି ଜିଲ୍ଲାରେ ବାହାରୁଥିବା ଟେଣ୍ଡରରେ ଭାଗନେଇ ପରିବ । ପୂର୍ବରୁ ଏହି ନୀୟମ ଚଳିଆସିଛି । କିନ୍ତୁ ଏବେ ରାଜ୍ୟରେ ସରକାର ବଦଳିବା ପରେ ବିଭିନ୍ନ ଜିଲ୍ଲାରେ ଠିକାଦାରମାନେ ସଂଗଠିତ ହୋଇ ଜିଲ୍ଲାୱାରୀ ଠିକାକାମ କରାଇବାକୁ ଦାବି କରୁଛନ୍ତି । କେତେକ ବିଭାଗରେ ରାଜନୈତିକ ପ୍ରୋତ୍ସାହନରେ ଟେଣ୍ଡର ଫିକ୍ସିଂ ମଧ୍ୟ କରାଯାଉଛି । ବିଭିନ୍ନ ବିଭାଗର ଟେଣ୍ଡରକୁ ଜିଲ୍ଲାର ଠିକାଦାରମାନେ ଭାଗକରି ସିଡ୍ୟୁଲରେଟରେ ନେଇ କାମ କରିବାକୁ ଜିଦ କରୁଛନ୍ତି । କିନ୍ତୁ ସରକାରୀ ନୀୟମ ବଦଳୁନାହିଁ । ଅନ୍ୟ ଜିଲ୍ଲାର ଠିକାଦାରମାନେ ଭାଗ ନେଇପାରିବେ ବୋଲି  ନୀୟମ ରହିଆସିଛି । ପୂର୍ତ୍ତବିଭାଗର ଠିକାରେ ରାଜନେତା,ପ୍ରଶାସନିକ ଅଧିକାରୀମାନଙ୍କ ଭିତିରିଅଅ ସୁପାରିଶରେ ମଧ୍ୟ ଏଫଟୁ କାମ କରାଯାଉଛି । ଏହି ସୁପାରିଶରେ କିଛି ରାଜନେତାଙ୍କ ପାଖଲୋକ ଲାଭାନ୍ୱିତ ହେଉଛନ୍ତି । ତେବେ ଠିକାକାମକୁ ନିଜ ସମର୍ଥକଙ୍କ ସପକ୍ଷରେ କରାଇବାକୁ ମସୁଧା ଚାଲିୁଛି । ଯାହାକି ନେଇ ଯନ୍ତ୍ରୀମାନେ ଅସୁବିଧାରେ ପଡୁଛନ୍ତି । ଏହାକୁ ନେଇ ଏବେ ବିଭିନ୍ନ ଡିଭିଜନରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   30-Jul-2026
  ଜିଲ୍ଲା  
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   20-Aug-2026
  ଜିଲ୍ଲା  
*ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   20-Aug-2026
  ଜିଲ୍ଲା  
ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   20-Aug-2026
  ଜିଲ୍ଲା  
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   20-Aug-2026

You Might Also Like